Cricket

ପଂଜାବ ବିରୋଧରେ ପ୍ରତିଶୋଧ ନେବା ଲକ୍ଷରେ ମୁମ୍ବାଇ

(ଓଡିଶା ସ୍ପୋର୍ଟ): ଆଜି ମୁମ୍ବାଇ ଏବଂ ପଞ୍ଜାବ ମଧ୍ୟରେ ହାଇଭୋଲଟେଜ୍ ମୁକାବିଲା । ୱାଙ୍ଖଡେ ଷ୍ଟାଡିୟମରେ ମ୍ୟାଚ ଖେଳାଯିବ ଯାହା ମୁମ୍ବାଇର ହୋମ ଗ୍ରାଉଣ୍ଡ । ଦୁଇ ଦଳ ମଧ୍ୟରେ ମୋହାଲିରେ ଖେଳାଯାଇଥିବା ଗତ ମ୍ୟାଚରେ ପଂଜାବ ୮ ୱିକେଟରେ ବିଜୟ ହାସଲ କରିଥିଲା । ଆଜିର ମ୍ୟାଚ ଉଭୟ ଦଳ ପାଇଁ ଗୁରୁତ୍ୱପୂର୍ଣ୍ଣ । ମୁମ୍ବାଇ ଗତ ମ୍ୟାଚରେ ଚେନ୍ନାଇ ସୁପରକିଙ୍ଗସ ଏବଂ ପୂର୍ବରୁ ସନରାଇଜର୍ସ ହାଇଦ୍ରାବାଦକୁ ପରାସ୍ତ କରିଥିଲା । ଫଳରେ ଦଳର ମନୋବଳ ବୃଦ୍ଧି ପାଇଛି । ଦଳର କିରନ ପୋଲାର୍ଡ ଏବଂ ହାର୍ଦିକ ପଣ୍ଡ୍ୟା ଭଲ ଫର୍ମରେ ଅଛନ୍ତି । ଦଳ ପାଖରେ ଜସପ୍ରିତ ବୁମରାହ ଏବଂ ଜାସନ ବେହେରନଡ୍ରୋଫଙ୍କ ଭଳି ଦ୍ରୁତ ବୋଲର ରହିଛନ୍ତି ।

ପଏଂଟ ତାଲିକାରେ ପଂଜାବ ତୃତୀୟ ସ୍ଥାନରେ ରହିଛି ।ପଂଜାବର ବ୍ୟାଟିଂ ଦାୟିତ୍ୱ କେଏଲ ରାହୁଲ, ମୟଂକ ଅଗ୍ରୱାଲ ଏବଂ କ୍ରିସ ଗେଲଙ୍କ ଉପରେ ନିର୍ଭର କରେ । ଏହି ମ୍ୟାଚ ସଂଧ୍ୟା ୮ଟାରେ ଖେଳାଯିବ ।

Related posts

ଦୃଷ୍ଟିହୀନ ଟି-୨୦ ବିଶ୍ୱକପ : ବାଂଲାଦେଶକୁ ପରାସ୍ତ କରି ତୃତୀୟ ଟାଇଟଲ ହାସଲ କଲା ଭାରତ

Odisha Sports Bureau

ପାଖେଇ ଆସୁଛି ଦିନିକିଆ ବିଶ୍ୱକପ୍‌ ୨୦୨୩, ବର୍ଷା ହେଲେ କଭର ହେବ ପୁରା ଷ୍ଟାଡିୟମ୍‌

ଚେନ୍ନାଇ ସୁପର କିଙ୍ଗସକୁ ୩ ରନରେ ପରାସ୍ତ କରିଛି ରାଜସ୍ଥାନ ରୟାଲ୍ସ

Odisha Sports Bureau