Cricket

ରାଜସ୍ତାନ ଓ ଚେନ୍ନାଇ ମଧ୍ୟରେ ଖେଳାଯାଉଥିବା ମ୍ୟାଚରେ ଧୋନିଙ୍କ ରାଗ

(ଓଡିଶା ସ୍ପୋର୍ଟ): ଗତକାଲି ଜୟପୁରରେ ରାଜସ୍ତାନ ରାୟାଲ୍ସ ଓ ଚେନ୍ନାଇ ସୁପରକିଙ୍ଗ ମଧ୍ୟରେ ଖେଳାଯାଉଥିବା ମ୍ୟାଚରେ କୁଲ୍‌ କ୍ୟାପଟେନ୍‌ର ମାନ୍ୟତା ପାଇଥିବା ମହେନ୍ଦ୍ର ସିଂହ ଧୋନୀଙ୍କ ରାଗ ରୂପ ଦେଖିବାକୁ ମିଳିଛି ।ମ୍ୟାଚ୍ ବେଳେପଡ଼ିଆଭିତରେଧୋନିରାଗିବାକ୍ୱଚିତଦେଖାଯାଏ।

ରାଜସ୍ଥାନ ବିପକ୍ଷରେ ଖେଳାଯାଇଥିବା ମ୍ୟାଚ୍‌ରେ ସେ ଅମ୍ପାୟାରଙ୍କ ଉପରେ ରାଗିଯାଇଛନ୍ତି । ଏମିତିକି ଅମ୍ପାୟାରଙ୍କ ସହ ଗରମାଗରମ ଯୁକ୍ତିତର୍କ ମଧ୍ୟ କଲେ। ଯେଉଁଥିପାଇଁ ତାଙ୍କୁ ଦଣ୍ଡିତ ହେବାକୁ ପଡ଼ିଛି। ଆଚରଣ ବିଧି ଉଲ୍ଲଙ୍ଘନ ଅଭିଯୋଗରେ ତାଙ୍କର୫୦ପ୍ରତିଶତ ମ୍ୟାଚ୍ ଫି କାଟିବାକୁ ନିର୍ଦ୍ଦେଶ ହୋଇଛିା

ରାଜସ୍ତାନ ରାୟାଲ୍ସ ଓ ଚେନ୍ନାଇ ସୁପରକିଙ୍ଗ ମଧ୍ୟରେ ଗତକାଲି ମୁକାବିଲା ହୋଇଥିଲା । ଶେଷ ଓଭରରେ ଚେନ୍ନାଇକୁ ୧୮ ରନ୍‌ର ଆବଶ୍ୟକତା ଥିଲା । ଏହି ସମୟରେ ଧୋନୀ ଆଉଟ୍‌ ହୋଇଯାଇଥିଲେ । ଶେଷ ତିନୋଟି ବଲ୍‌ରେ ୮ ରନ୍‌ କରିବାର ଥିଲା । ମିସେଲ୍‌ ସେଣ୍ଟନର୍‌ ଷ୍ଟ୍ରାଇକରେ ଥିଲେ । ଏହି ସମୟରେ ଅମ୍ପାୟାର ଉଲ୍ଲାସ ଗାନ୍ଧେ ଏକ ନୋ ବଲ୍‌ ଦେଇଥିଲେ । କିନ୍ତୁ ସ୍କ୍ୱାୟାର ଲେଗ୍‌ରେ ଥିବା ଅମ୍ପାୟାର ବ୍ରୁସ୍‌ ଏହି ନିଷ୍ପତ୍ତିକୁ ବଦାଳାଇ ଦେଇଥିଲେ । ଯାହାକୁ ନେଇ ଧୋନୀ ରାଗି ଯାଇ ପଡ଼ିଆ ଭିତରକୁ ଚାଲି ଆସିଥିଲୋ

କିନ୍ତୁ ଏହା ମଧ୍ୟରେ ଅମ୍ପାୟରଙ୍କ ନିଷ୍ପତ୍ତି ଆଉ ବଦଳି ନ ଥିଲା । ବ୍ରୁସଙ୍କ ନିଷ୍ପତ୍ତି କାଏମ ରହିଥିଲା । ତେବେ ଶେଷ ବଲ୍‌ରେ ତିନି ରନ୍‌ ଆବଶ୍ୟକ ଥିବାବେଳେ ମିସେଲ୍‌ ୬ ମାରି ଦଳକୁ ଏକ ସ୍ମରଣୀୟ ବିଜୟ ଭେଟି ଦେଇଥିଲେ ।

ତେବେ ଧୋନୀଙ୍କୁ ଏଥିପାଇଁ ଦଣ୍ଡିତ କରାଯାଇଛି । ଆଇପିଏଲର ନିୟମ ୨.୨୦ ଆଧାରରେ ଧୋନୀଙ୍କୁ ଲେବଲ୍‌ ୨ର ଦୋଷୀ କରାଯାଇଛି । ଏହାକୁ ସେ ନିଜେ ସ୍ୱୀକାର ମଧ୍ୟ କରିଛନ୍ତି । ତାଙ୍କୁ ମ୍ୟାଚ୍‌ ଫିର ୫୦ ପ୍ରତିଶତ ଆର୍ଥିକ ଦଣ୍ଡରେ ଦଣ୍ଡିତ କରାଯାଇଛି ।

Related posts

କ୍ୱାଲିଫାୟାର ମ୍ୟାଚରୁ ବାଦ ପଡିଲା ୪ ଦେଶ

Odisha Sports Bureau

ସ୍ମିଥ୍, କୋହଲି ଏବଂ ରୋହିତଙ୍କୁ ପଛରେ ପକାଇଲେ ଯଶସ୍ୱୀ ଜୈସୱାଲ; WTC ରେ ବ୍ୟାଟରେ ସୃଷ୍ଟି କରୁଛନ୍ତି ହଇଚଇ

Odisha Sports Bureau

ବିଶ୍ୱକପକୁ ଆଉ ୫୭ ଦିନ, ଏବେ ଯାଏଁ ମିଳିଲାନି ପରଫେକ୍ଟ ଇଲେଭେନ

Odisha Sports Bureau