Cricket

ବିଶ୍ୱକପ ମହାକୁମ୍ଭ ପାଇଁ ଭାରତର କାର୍ଯ୍ୟସୂଚୀ

(ଓଡିଶା ସ୍ପୋର୍ଟ): ମେ’ ୩୦ରୁ ଆରମ୍ଭ ହେବାକୁ ଥିବା ବିଶ୍ୱକପ୍ ପାଇଁ ଟିମ୍ ଇଣ୍ଡିଆ ଦଳ ଘୋଷଣା କରିସାରିଛି । ମେ’ ୩୦ରୁ ଜୁଲାଇ ୧୪ ତାରିଖ ପର୍ୟ୍ୟନ୍ତ ଖେଳାଯିବାକୁଥିବା ଏହି ମହାକୁମ୍ଭର ପ୍ରଥମ ମ୍ୟାଚ୍ ଆୟୋଜକ ଇଂଲଣ୍ଡ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଅନୁଷ୍ଠିତ ହେବ। ଏହି ମ୍ୟାଚ୍ ଓଭାଲରେ ଖେଳାଯିବ। ଚଳିତ ବର୍ଷ ମୋଟ ୧୦ ଟିମ୍ ବିଶ୍ୱକପରେ ଭାଗ ନେଉଛନ୍ତି।

ଜୁନ୍ ୫ ତାରିଖରୁ ଭାରତ ତା’ର ଅଭିଯାନ ଆରମ୍ଭ କରିବ। ଭାରତର ପ୍ରଥମ ମ୍ୟାଚ୍ ଦକ୍ଷିଣ ଆଫ୍ରିକା ସହ ସାଉଥହାମ୍ପଟନର ହାମ୍ପାଶାୟାରରେ ହେବ। ସେହିପରି ଜୁନ୍ ୧୬ ତାରିଖରେ ଭାରତ ତା’ର ଚିରପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ଭେଟିବ। ଭାରତ ୨୦୧୯ ବିଶ୍ୱକପରେ ୬ଟି ଭେନ୍ୟୁରେ ୯ଟି ରାଉଣ୍ଡ ରବିନ୍ ମ୍ୟାଚ୍ ଖେଳିବ।

ଜୁଲାଇ ୯ ଓ ୧୧ ତାରିଖରେ ସେମିଫାଇନାଲ୍ ଏବଂ ୧୪ରେ ଫାଇନାଲ୍ ମ୍ୟାଚ୍ ଲର୍ଡ୍ସରେ ଅନୁଷ୍ଠିତ ହେବ। ୨୦୧୯ ବିଶ୍ୱକପର ସବୁ ମ୍ୟାଚ୍ ୟୁକେର ୧୧ଟି ସହରରେ ଖେଳାଯିବ। ଏଥିରେ ଲର୍ଡ୍ସ, ଓଭାଲ, ଏଜବାଷ୍ଟନ, ଟ୍ରେଣ୍ଟ ବ୍ରିଜ୍, ଟଣ୍ଟନ, ହେଡିଙ୍ଗଲେ, ଓଲ୍ଡ ଟ୍ରାଫର୍ଡ, ବ୍ରିଷ୍ଟଲ, ସାଉଥହାମ୍ପଟନ୍, କାର୍ଡିଫ୍ ଓ ଚେଷ୍ଟର-ଲି-ଷ୍ଟ୍ରିଟ୍ ସାମିଲ୍ ଅଛି।

ଭାରତର କାର୍ୟ୍ୟସୂଚୀ:
ଜୁନ୍ ୫: ବନାମ ଦକ୍ଷିଣ ଆଫ୍ରିକା (ସାଉଥହାମ୍ପଟନ୍), ସମୟ: ଅପରାହ୍ନ ୩ଟା
ଜୁନ୍ ୯: ବନାମ ଅଷ୍ଟ୍ରେଲିଆ (ଓଭାଲ), ଅପରାହ୍ନ ୩ଟା
ଜୁନ୍ ୧୩: ବନାମ ନ୍ୟୁଜିଲ୍ୟାଣ୍ଡ୍ (ନଟିଂହାମ୍), ଅପରାହ୍ନ ୩ଟା
ଜୁନ୍ ୧୬: ବନାମ ପାକିସ୍ତାନ (ମାଞ୍ଚେଷ୍ଟର), ଅପରାହ୍ନ ୩ଟା
ଜୁନ୍ ୨୨: ବନାମ ଆଫଗାନିସ୍ତାନ (ସାଉଥହାମ୍ପଟନ), ଅପରାହ୍ନ ୩ଟା
ଜୁନ୍ ୨୭: ବନାମ ୱେଷ୍ଟଇଣ୍ଡିଜ୍ (ମାଞ୍ଚେଷ୍ଟର), ଅପରାହ୍ନ ୩ଟା
ଜୁନ୍ ୩୦: ବନାମ ଇଂଲଣ୍ଡ (ବର୍ମିଂହାମ), ଅପରାହ୍ନ ୩ଟା
ଜୁଲାଇ ୨: ବନାମ ବାଂଲାଦେଶ (ବର୍ମିଂହାମ), ଅପରାହ୍ନ ୩ଟା
ଜୁଲାଇ ୬: ବନାମ ଶ୍ରୀଲଙ୍କା (ଲିଡ୍ସ), ଅପରାହ୍ନ ୩ଟା

Related posts

8 ବର୍ଷ ପରେ ଦଳକୁ ଫେରିଛନ୍ତି ହାର୍ଦ୍ଦିକ ପାଣ୍ଡ୍ୟା

Odisha Sports Bureau

ବିସିସିଆଇର କେନ୍ଦ୍ରୀୟ ଚୁକ୍ତିର ସଦସ୍ୟ ତାଲିକା ପ୍ରକାଶ ଗ୍ରେଡ୍-ଏ ପ୍ଲସରେ ଜାଦେଜା ଓ ଅକ୍ଷର ପଟେଲ

Odisha Sports Bureau

ବାଲୁକା କୃତିରେ ଭାରତୀୟ ମହିଳା କ୍ରିକେଟ ଦଳକୁ ଅଭିନନ୍ଦନ ଜଣାଇଛନ୍ତି ସୁଦର୍ଶନ…

Odisha Sports Bureau