Cricket

ଏନସିଏର ମୁଖ୍ୟ ଦାୟିତ୍ୱ ନେବେ ଡ୍ରାଭିଡ

(ଓଡିଶା ସ୍ପୋର୍ଟ): ପୁଣି ଥରେ ମୁଖ୍ୟ କୋଚ ପଦ ସମ୍ଭାଳିବେ ରାହୁଲ । ଭାରତୀୟ କ୍ରିକେଟ୍ ଟିମ୍ର ପ୍ରଖ୍ୟାତ ବ୍ୟାଟସ୍ମ୍ୟାନ ତଥା ଜୁନିୟର ଟିମ୍ର କୋଚ ରାହୁଲ ଡ୍ରାଭିଡ୍ ନ୍ୟାଶନାଲ୍ କ୍ରିକେଟ୍ ଏକାଡେମୀ (ଏନ୍ସିଏ)ର ମୁଖ୍ୟ କୋଚ୍ ପାଇଁ ଆବେଦନ କରିପାରନ୍ତି। ଆଜି ବିସିସିଆଇ ପକ୍ଷରୁ ଏନ୍ସିଏର ଏହି ପଦ ପାଇଁ ଆଶାୟୀଙ୍କୁ ଆବେଦନ କରିବାକୁ ଆହ୍ୱାନ କରାଯାଇଛି। ଡ୍ରାଭିଡ୍ ଏବେ ଇଣ୍ଡିଆ ଏ ଏବଂ ଅଣ୍ଡର-୧୯ ଟିମ୍ର କୋଚ ରହିଛନ୍ତି। ତେଣୁ ସେ ଯଦି ଆବେଦନ କରନ୍ତି, ତା’ହେଲେ ତାଙ୍କୁ ହିଁ ଏନ୍ସିଏର ମୁଖ୍ୟ ଭାବେ ନିଯୁକ୍ତି ମିଳିବ ବୋଲି କୁହାଯାଉଛି।

ଏନ୍ସିଏ ମୁଖ୍ୟ କୋଚ ପାଇଁ ଯେ ଡ୍ରାଭିଡ୍ ଏହି ଦୌଡ଼ରେ ସବୁଠୁ ଆଗରେ ଅଛନ୍ତି। କାରଣ ସେ ଜୁନିୟର ଟିମ୍ର କୋଚ ଦାୟିତ୍ୱକୁ ଠିକ୍ ଭାବେ ସମ୍ପାଦନ କରିଛନ୍ତି।”

ଏନ୍ସିଏର ପ୍ରଶାସନିକ କାର୍ୟ୍ୟ ସମ୍ପାଦକ ତୋଫାନ୍ ଘୋଷ କରିବେ। ଏନ୍ସିଏର ମୁଖ୍ୟ କୋଚ୍ ହିଁ ସବୁ ଦାୟିତ୍ୱ ନିର୍ବାହ କରିବେ। ସମସ୍ତ ସ୍ତରର କୋଚିଂ ଷ୍ଟାଫ୍ଙ୍କ ଠାରୁ ଆରମ୍ଭ କରି ପରବର୍ତ୍ତୀ ପିଢ଼ିର ଖେଳାଳିଙ୍କ ଉପରେ ମଧ୍ୟ ତାଙ୍କର ନଜର ରହିବ। କିନ୍ତୁ ଏଥିପାଇଁ ଡ୍ରାଭିଡ୍ଙ୍କୁ ପ୍ରଥମେ ଆବେଦନ କରିବାକୁ ପଡ଼ିବ।

Related posts

ଆଜିଠୁ ଏସିଆ କପ୍ ଲଢ଼େଇ | ଉଦଘାଟନୀ ମ୍ୟାଚରେ ମୁହାଁମୁହିଁ ହେବେ ପାକିସ୍ତାନ ଓ ନେପାଳ

Odisha Sports Bureau

ଅହମ୍ମଦାବାଦରେ ଶେଷ ଥର ପାଇଁ ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମୁହାଁମୁହିଁ ହେବା ପରେ କ’ଣ ଘଟିଥିଲା?

ସଚିନଙ୍କ ରେକର୍ଡ଼ ଭାଙ୍ଗିପାରନ୍ତି ରୋହିତ