Cricket

ସେମିଫାଇନାଲ ପାଇଁ ପ୍ରସ୍ତୁତ ଦଳ: କୋହଲି

(ଓଡ଼ିଶା ସ୍ପୋର୍ଟ):  ଆସନ୍ତାକାଲି ବିଶ୍ଵ କପ ସେମି ଫାଇନାଲରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ କଡ଼ା ମୁକାବିଲା ହେବ । କିନ୍ତୁ ବିଶ୍ଵକପ ସେମି ଫାଇନାଲ ପୂର୍ବରୁ ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ପ୍ରଶଂସକଙ୍କୁ ବିଜୟର ଭରସା ଦେଇଛନ୍ତି। କୋହଲି କହିଛନ୍ତି ଯେ, ସେମି ଫାଇନାଲକୁ ପ୍ରବେଶ କରିବାର ଲକ୍ଷ୍ୟ ପୂରା ହେବା ପରେ ତାଙ୍କର ଦଳ ପରବର୍ତ୍ତୀ ଗୋଲ୍ ଉପରେ ଫୋକସ୍ କରିଛି। ତେଣୁ ତାଙ୍କ ଦଳ ନ୍ୟୁଜିଲାଣ୍ଡ ବିପକ୍ଷରେ ବିଜୟର ରଣନୀତି ସହ ପଡିଆକୁ ଓହ୍ଲାଇବ।

ଟୂର୍ଣ୍ଣାମେଣ୍ଟରେ ଏ ପର୍ୟ୍ୟନ୍ତ ୫ଟି ଶତକ ଲଗାଇ ସାରିଥିବା ରୋହିତ ଶର୍ମାଙ୍କ ପ୍ରଶଂସା କରି କୋହଲି କହିଛନ୍ତି ଯେ, ମୋ ହିସାବରେ ସେ ଦୁନିଆର ନମ୍ବର ଓ୍ଵାନ ବ୍ୟାଟସମ୍ୟାନ, ମୁଁ ଆଶା କରୁଛି ଯେ, ସେ ପରବର୍ତ୍ତୀ ମ୍ୟାଚରେ ମଧ୍ୟ ଭଲ ପ୍ରଦର୍ଶନ କରିବେ। ଭାରତୀୟ ଦଳର ପ୍ରଶଂସା କରି କୋହଲି କହିଛନ୍ତି ଯେ, ଏବେ ମଧ୍ୟ ଭାରତର ବୋଲିଂ ଦୁନିଆର ସର୍ବଶ୍ରେଷ୍ଠ ବୋଲିଂ ଲାଇନ ଅପ। ଆଶା କରୁଛି ନକ୍ ଆଉଟ୍ ଖେଳରେ ଆମେ ଭଲ ପ୍ରଦର୍ଶନ କରିବୁ।
କୋହଲି ମ୍ୟାଚର ପୂର୍ବସନ୍ଧ୍ୟାରେ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ଆମର ବୋଲିଂ ବହୁତ ଶକ୍ତିଶାଳୀ। ଲୋ ସ୍କୋରିଂ ମ୍ୟାଚରେ ମଧ୍ୟ ଆମେ ଭଲ ବୋଲିଂ କରିଛୁ। ମାତ୍ର ନ୍ୟୁଜିଲାଣ୍ଡର ବୋଲିଂ ମଧ୍ୟ ବହୁତ ଭଲ ରହିଛି। ମିଚେଲ ସାଣ୍ଟନର ଭଲ ବୋଲିଂ କରୁଛନ୍ତି।

Related posts

କ୍ରିକେଟ୍ ପଡ଼ିଆକୁ ଛୁଇଁଛି ଯୁଦ୍ଧର ପ୍ରଭାବ

Odisha Sports Bureau

ଭାରତ ପରାସ୍ତ, ୩-୨ରେ ସିରିଜ ଜିତିଲା ଅଷ୍ଟ୍ରେଲିଆ

Odisha Sports Bureau

ଦ୍ୱିତୀୟ ସେମିଫାଇନାଲ : ଅଷ୍ଟ୍ରେଲିଆକୁ ୨୧୩ରନର ଟାର୍ଗେଟ ଦେଲା ଦକ୍ଷିଣ ଆଫ୍ରିକା

Odisha Sports Bureau