Cricket

ବିଶ୍ୱକପ ଫାଇନାଲ: କିଏ ହେବ ବିଜେତା?

(ଓଡିଶାସ୍ପୋର୍ଟ): ଆସନ୍ତାକାଲି ୨୦୧୯ ଆଇସିସି ବିଶ୍ୱକପରେ ପଡ଼ିବ ପୂର୍ଣ୍ଣଚ୍ଛେଦ । ଆସନ୍ତାକାଲି ଇଂଲଣ୍ଡର ଐତିହାସିକ ଲର୍ଡସ ପଡ଼ିଆରେ ୨୦୧୯ ବିଶ୍ୱକପ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ୍ ଅନୁଷ୍ଠିତ ହେବ। ଏହି ମ୍ୟାଚ୍ରେ ଆୟୋଜକ ଇଂଲଣ୍ଡ ୨୦୧୫ ବିଶ୍ୱକପ୍ର ଉପ ବିଜେତା ନ୍ୟୁଜିଲ୍ୟାଣ୍ଡକୁ ଭେଟିବ।
ନ୍ୟୁଜିଲ୍ୟାଣ୍ଡ କିମ୍ବା ଇଂଲଣ୍ଡ, ଯିଏ ବି ଜିତିବ, ସିଏ ପ୍ରଥମଥର ପାଇଁ ବିଶ୍ୱକପ ଜିତିବ। ଏହି ଦୁଇ ଦଳ ବିଶ୍ୱକପର ୪୪ ବର୍ଷ ଇତିହାସରେ କେବେ ହେଲେ ଫାଇନାଲ ଜିତି ନାହାନ୍ତି। ୨୦୧୫ରେ ନ୍ୟୁଜିଲ୍ୟାଣ୍ଡ ପ୍ରତିପକ୍ଷ ଅଷ୍ଟ୍ରେଲିଆ ଠାରୁ ପରାସ୍ତ ହୋଇଥିଲା। ସେହିପରି ଇଂଲଣ୍ଡ ୧୯୯୨ ବିଶ୍ୱକପ ଫାଇନାଲରେ ପାକିସ୍ତାନ ଠାରୁ ହାରି ଯାଇଥିଲା। ତେଣୁ ଉଭୟ ଦଳ ବିଶ୍ୱକପ ଜିତିବା ଲକ୍ଷ୍ୟରେ ରହିବେ। ଇଂଲଣ୍ଡ ୪ର୍ଥଥର ପାଇଁ ବିଶ୍ୱକପ ଫାଇନାଲ ଖେଳୁଛି।
ଆସନ୍ତାକାଲି ଫାଇନାଲ ମ୍ୟାଚରେ ଦୁଇ ଟିମ ମଧ୍ୟରେ ଜବରଦସ୍ତ ଲଢ଼େଇ ହେବ ବୋଲି ଆଶା କରାଯାଉଛି। ଭାରତୀୟ ସମୟ ଅପରାହ୍ନ ୩ଟାରେ ଏହି ମ୍ୟାଚ୍ ଆରମ୍ଭ ହେବ।

Related posts

୫୨ ବଲରେ ବୈଭବଙ୍କ ଶତକ

Odisha Sports Bureau

ଅନ୍ୟ ରାଜ୍ୟରେ ଦିବାରାତ୍ର ଟେଷ୍ଟ ମ୍ୟାଚ ଆୟୋଜନ ନେଇ ଉଦ୍ୟମ କରିବେ: ଗାଙ୍ଗୁଲି

Odisha Sports Bureau

୨୦୨୨ IPL ସିଜନକୁ ନେଇ ରୈନାଙ୍କ ଖୁଲାସା