Football

ଫିଫା ର୍ୟାଙ୍କିଂରେ ୫୭ତମ ସ୍ଥାନରେ ଭାରତୀୟ ମହିଳା ଫୁଟବଲ ଦଳ

(ଓଡିଶାସ୍ପୋର୍ଟ): ଭାରତୀୟ ମହିଳା ଫୁଟବଲ ଦଳ ପାଇଁ ଖୁସି ଖବର । ଭାରତୀୟ ମହିଳା ଫୁଟବଲ ଟିମ୍ ୬ଟି ସ୍ଥାନ ଉପରକୁ ଉଠି ଫିଫା ରାଙ୍କିଙ୍ଗର ୫୭ତମ ସ୍ଥାନରେ ପହଞ୍ଚିଛି। ଗତ କିଛି ମାସ ହେଲା ଭାରତୀୟ ଟିମ୍ ଭଲ ପ୍ରଦର୍ଶନ କରୁଥିବାରୁ ଏହି ସଫଳତା ଲାଭ କରିଛି । ସେହିପରି ଏସିଆ ମହାଦେଶର ରାଷ୍ଟ୍ରଗୁଡ଼ିକ ମଧ୍ୟରେ ଭାରତୀୟ ମହିଳା ଦଳ ୧୧ତମ ସ୍ଥାନରେ ରହିଛି
ଦଳ ପାଖରେ ଏବେ ୧୪୨୨ ପଏଣ୍ଟ ରହିଛି। ମାର୍ଚ୍ଚ ୨୯ରେ ରିଲିଜ୍ ହୋଇଥିବା ରାଙ୍କିଙ୍ଗରେ ଭାରତ ପାଖରେ ୧୩୯୨ ପଏଣ୍ଟ ରହିଥିଲା। ଜାନୁଆରୀ ମାସରୁ ଭାରତୀୟ ମହିଳା ଦଳ ୧୮ଟି ମ୍ୟାଚ୍ରୁ ୧୨ଟିରେ ବାଜିମାତ କରିଛି। ସେହିପରି ୫ଟି ମ୍ୟାଚ୍ ହାରିଛି ଓ ଗୋଟିଏ ମ୍ୟାଚ୍ ଡ୍ର ରଖିବାରେ ସକ୍ଷମ ହୋଇଛି।ଦଳ ଆଗକୁ ଆହୁରି ଭଲ ପ୍ରଦର୍ଶନ କରିବ ବୋଲି ଆଶା କରାଯାଉଛି ।

Related posts

୨୪ରୁ ଭାରତୀୟ ମହିଳା ଫୁଟ୍‌ବଲ ଲିଗ୍‌ ୨୦୧୯-୨୦

Odisha Sports Bureau

ମଞ୍ଚେଷ୍ଟର ସିଟିର ତାରକା ଫୁଟବଲର୍ କଲିନ୍ ବେଲଙ୍କ ଦେହାନ୍ତ

Odisha Sports Bureau

ରେଫରୀଙ୍କ ବିବାଦୀୟ ନିଷ୍ପତ୍ତି ହେଲା କାଳ

Odisha Sports Bureau