Tennis

ବେକରଙ୍କ ଟ୍ରଫି ନିଲାମରୁ ୫.୮୫ କୋଟି

(ଓଡିଶାସ୍ପୋର୍ଟ): ଜର୍ମାନ ଟେନିସ କିମ୍ବଦନ୍ତୀ ବୋରିସ ବେକରଙ୍କ ଖେଳ ଜୀବନରେ ବିଜେତା ଟ୍ରଫି ଏବଂ ସ୍ମରଣୀୟ ବସ୍ତୁର ନିଲାମରୁ ମିଳିଛି ପ୍ରାୟ ୬,୮୦,୦୦୦ ପାଉଣ୍ଡ୍, ଯାହାକି ଭାରତୀୟ ମୁଦ୍ରାରେ ହେବ ୫.୮୫ କୋଟି ଟଙ୍କାରୁ ଉଧ୍ୱର୍ । ଅନ୍ଲାଇନ ଜରିଆରେ ହୋଇଥିବା ଏହି ନିଲାମରେ କେବଳ ୧୯୮୯ ମସିହାରେ ୟୁଏସ ଓପନ ଟ୍ରଫିରୁ ସର୍ବାଧିକ ୧୫୦, ୨୫୦ ପାଉଣ୍ଡରେ ଯାଇଥିଲା । ୨୦୧୭ ମସିହାରେ ବେକରଙ୍କୁ ଏକ ବ୍ରିଟିସ ଅଦାଲତ ଦେବାଳିଆ ଘୋଷଣା କରିବା ପରେ ତାଙ୍କୁ ଏହି ନିଲାମ କରିବାକୁ ପଡ଼ିଥିଲା ।

ବେକରଙ୍କ ସାମଗ୍ରୀ ନିଲାମ ମଧ୍ୟାରେ ଡ଼େଭିସ କପ୍ ବିଜେତା ଟ୍ରଫି, ଅନ୍ତର୍ଜାତୀୟ ହଲ ଅଫ୍ ଫେମ୍ ମୁଦ୍ରିକା ଘଣ୍ଟା ଏବଂ ଖେଳ ପୋଷାକ ସାମିଲ ରହିଥିଲା । ଡ଼େଭିସ କପ୍ ଟ୍ରଫିରୁ ୫୧,୧୦୦ ପାଉଣ୍ଡ ମିଳିଥିଲା । ବେକର ତାଙ୍କ ଖେଳ ଜୀବନରେ ୬ ଗ୍ରାଣ୍ଡ ସ୍ଲାମ ଟ୍ରଫି ଜିତିଥିଲେ । ଯେଉଁଥିରେ ୩ ୱିମ୍ବଲଡ଼ନ୍ ସାମିଲ ଥିଲା । ୧୯୯୨ ବାର୍ସିଲୋନ ଅଲମ୍ପିକ୍ସରେ ମଧ୍ୟ ସେ ଯୁଗଳ ଗର୍ବରେ ସ୍ୱର୍ଣ୍ଣ ପଦକ ଜିତିଥିଲେ ।

Related posts

ବିଶ୍ୱର ଏକ ନମ୍ବର ଟେନିସ୍ ଖେଳାଳି ନୋଭାକ ଜୋକୋଭିକ୍ ଏବଂ ତାଙ୍କ ପତ୍ନୀ କୋରୋନା ସଂକ୍ରମିତ

ଭାରତୀୟ ପୁରୁଷ ଟେବୁଲ ଟେନିସ ଟିମ୍ ହାସଲ କଲା ସର୍ବଶ୍ରେଷ୍ଠ ଅଷ୍ଟମ ରେକର୍ଡ

Odisha Sports Bureau

ଫାଇନାଲରେ ନାଦାଲ

Odisha Sports Bureau