More Sports

ନିଜର ଦବଦବା କାଏମ ରଖି ୧୧ ତମ ଟାଇଟେଲ ଜିତିଲେ ବିଜେନ୍ଦର

(ଓଡ଼ିଶା ସ୍ପୋର୍ଟସ / ଶୁଭସ୍ମିତା ଦାଶ ) : କ୍ରମାଗତ ୧୧ ତମ ଟାଇଟେଲ ଜିତିଲେ ଭାରତୀୟ ଷ୍ଟାର୍ ବକ୍ସର୍ ବିଜେନ୍ଦର ସିଂହ । ବିଜେନ୍ଦର ସିଂହ ଆମେରିକାର ପେସାଦାର ସର୍କିଟରେ ପଦାର୍ପଣ କରି ନିଜଠାରୁ ଅଭିଜ୍ଞ ମାଇକ ସ୍ନାଇଡରଙ୍କୁ ଟେକ୍ନିକାଲ୍ ନକଆଉଟ୍ ଦ୍ୱାରା ହରାଇ ବିଜୟ ହାସଲ କରିଛନ୍ତି। ଶନିବାର ବିଳମ୍ବିତ ରାତିରେ ଚାଲିଥିବା ୮ ରାଉଣ୍ଡ ବିଶିଷ୍ଟ ସୁପର ମିଡିଲୱେଟ୍ ବାଉଟ୍‌ରେ ହରିୟାଣାର ଏହି ୩୩ ବର୍ଷୀୟ ବକ୍ସର ଚାରି ରାଉଣ୍ଡରେ ଦବଦବା କାଏମ୍ ରଖି ସର୍କିଟରେ ଲଗାତାର ୧୧ତମ ବିଜୟ ହାସଲ କରିଛନ୍ତି।
ଏହି ମ୍ୟାଚରେ ବିଜେନ୍ଦରଙ୍କୁ ପୂରା ୮ ରାଉଣ୍ଡ ଖେଳିବାକୁ ପଡ଼ିନଥିଲା। ବିଜେନ୍ଦର ଚତୁର୍ଥ ରାଉଣ୍ଡରେ ବାଜିମାରି ନେଇଥିଲେ। ଚତୁର୍ଥ ରାଉଣ୍ଡର ଦ୍ୱିତୀୟ ମିନିଟରେ ବିଜେନ୍ଦର ସ୍ନାଇଡରଙ୍କୁ ଲଗାତାର ସିଧା ପଞ୍ଚ୍‌ରେ ଧୂଳିସାତ୍ କରିଥିଲେ, ଯଦ୍ଦ୍ୱାରା ରେଫରୀ ଏହି ବାଉଟକୁ ଭାରତୀୟ ବକ୍ସରଙ୍କ ସପକ୍ଷରେ କରିବାକୁ ବାଧ୍ୟ ହୋଇଥିଲେ।
ମୁକାବିଲା ଜିତିବା ପରେ ବିଜେନ୍ଦର କହିଥିଲେ, ଦୀର୍ଘ ଦିନ ପରେ ରିଙ୍ଗକୁ ଫେରିବା ଭଲ ରହିଛି। ଆମେରିକାକୁ ଆସି ମ୍ୟାଚ୍ ଜିତିବାର ଅନୁଭୂତି ନିଆରା। ବାସ୍ତବରେ ଏହା ବେଶ୍ ରୋମାଞ୍ଚକର ଥିଲା। ଆମେରିକାର ପଦାର୍ପଣରେ ବିଜୟୀ ହୋଇ ମୁଁ ବହୁତ ଖୁସି। ମୋତେ ମ୍ୟାଚରେ ଦବଦବା କାଏମ କରିବା ପାଇଁ ମାତ୍ର ୪ ରାଉଣ୍ଡ ଲଢ଼ିବାକୁ ପଡ଼ିଥିଲା। ବିଜେନ୍ଦରଙ୍କ ଏହା ଅଷ୍ଟମ ନକଆଉଟ୍ ବିଜୟ ଥିଲା।

Related posts

ଓଡ଼ିଶା ପୋଲିସ ମହିଳା କବାଡ଼ି ଦଳ ଫାଇନଲରେ ବିଜୟୀ

Odisha Sports Bureau

ଦକ୍ଷିଣ ଏସୀୟ କ୍ରୀଡ଼ାରେ ଝିଲିଙ୍କୁ ସ୍ୱର୍ଣ୍ଣ

Odisha Sports Bureau

ପ୍ରୋ କବାଡୀ ୨୦୧୮: ଦିଲ୍ଲୀର ଘରେ ବିଜୟରୁ ଆରମ୍ଭ, ଜୟପୁୁର ୪୮-୩୫ ଅଙ୍କରେ ପରାଜିତ

Odisha Sports Bureau