Cricket

ବିସିସିଆଇ ପକ୍ଷରୁ ଷ୍ଟାଫ୍ ପାଇଁ ଦରଖାସ୍ତ ଆହ୍ନାନ

(ଓଡ଼ିଶା ସ୍ପୋର୍ଡ଼ସ / ଶୁଭସ୍ମିତା ଦାଶ ) : ଭାରତୀୟ କ୍ରିକେଟ୍‌ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ପୁରୁଷ ଦଳର ମୁଖ୍ୟ ପ୍ରଶିକ୍ଷକଙ୍କ ସମେତ ସପୋର୍ଟ ଷ୍ଟାଫ୍‌ ଲାଗି ମଙ୍ଗଳବାର ବିଧିବଦ୍ଧ ଭାବେ ଦରଖାସ୍ତ ଆହ୍ବାନ କରିଛି। ଭାରତୀୟ ଦଳର ହାଇପ୍ରୋଫାଇଲ ପଦ ମୁଖ୍ୟ ପ୍ରଶିକ୍ଷକ ନିଯୁକ୍ତି ପାଇଁ ବିସିସିଆଇ ଏହାର ଯୋଗ୍ୟତା ମାନଦଣ୍ଡ ମଧ୍ୟ ନିର୍ଦ୍ଧାରିତ କରିଛି। ଜଣେ ବ୍ୟକ୍ତି ୬୦ ବର୍ଷରୁ କମ୍‌ ବୟସ ହୋଇଥିବା ସହ ଅନ୍ତର୍ଜାତୀୟସ୍ତରରେ ଅତିକମ୍‌ରେ ୨ ବର୍ଷର କୋଚିଂ ଅଭିଜ୍ଞତା ରହିଥିଲେ ମୁଖ୍ୟ ପ୍ରଶିକ୍ଷକ ପଦ ପାଇଁ ଆବେଦନ କରିବାକୁ ସମର୍ଥ ହୋଇପାରିବେ ବୋଲି ଜଣାପଡ଼ିଛି। ଏଥିସମେତ ବ୍ୟାଟିଂ, ବୋଲିଂ, ଫିଲ୍ଡିଂ, କଣ୍ଡିଂସନିଂ ପ୍ରଶିକ୍ଷକ, ପ୍ରଶାସନିକ ମ୍ୟାନେଜର ଏବଂ ଫିଜିଓଥେରାପିଷ୍ଟ ପଦବୀ ପାଇଁ ମଧ୍ୟ ବିସିସିଆଇ ଦରଖାସ୍ତ ଆହ୍ବାନ କରିଛି। ଏହି ସମସ୍ତ ପଦବୀ ଲାଗି ଆବେଦନ କରିବାର ଅନ୍ତିମ ସମୟ ଜୁଲାଇ ୩୦ ସନ୍ଧ୍ୟା ୫ଟା ପର୍ୟ୍ୟନ୍ତ ରହିଛି।

Related posts

ଡେଭିଡ ବୁନ ହେଲେ ଶ୍ରୀଲଙ୍କା- ପାକ୍ ମ୍ୟାଚର ରେଫରି

Odisha Sports Bureau

ଜୁନରୁ ଟି-୨୦ ବିଶ୍ୱକପ, ୯ ତାରିଖରେ ଭାରତ- ପାକିସ୍ତାନ ମୁହାଁମୁହିଁ

Odisha Sports Bureau

ଶ୍ରୀସନ୍ଥଙ୍କ ଉପରୁ ବାସନ୍ଦ ଦଣ୍ଡାଦେଶ ହଟିଇଲା କେରଳ କ୍ରିକେଟ ଆସୋସିଏଶନ