More Sports

ଆସନ୍ତାକାଲି ଠାରୁ କଟକରେ କମନେୱଲେଥ ଟେବୁଲ ଟେନିସ

(ଓଡ଼ିଶା ସ୍ପୋର୍ଟ): ଆସନ୍ତାକାଲି କଟକ ଇଣ୍ଡୋର ଷ୍ଟାଡିୟମରେ କମନେଓ୍ୱଲେ୍ଥ ଟେବୁଲ ଟେନିସ ଚାମ୍ପିୟନସିପ ଖେଳାଯିବ । ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ୧୭ରୁ ୨୨ ତାରିଖ ପର୍ୟ୍ୟନ୍ତ ହେବାକୁ ଥିବା ଏହି ଚାମ୍ପିୟନସିପରେ ୧୪ଟି ଦେଶ ଭାଗ ନେବେ। ଏହି ଚାମ୍ପିୟନସିପରେ ଭାଗନେବା ପାଇଁ ୱେଲସ, ସାଉଥ ଆଫ୍ରିକା, ଇଂଲଣ୍ଡ ଦଳ ପହଞ୍ଚି ସାରିଛନ୍ତି। ଖେଳାଳି ମାନେ କଟକରେ ପହଞ୍ଚୁଥିବାରୁ ସୁରକ୍ଷା ବ୍ୟବସ୍ଥା କରାଯାଇଥିବା କହିଛନ୍ତି କଟକ ଡିସିପି।

ଏଥିସହିତ ସହରର ବିଭିନ୍ନ ପ୍ରାଚୀରରେ ପେଣ୍ଟିଂ କରାଯାଉଛି। ଇଣ୍ଡୋର ଷ୍ଟାଡିୟମରେ ରହିଥିବା ୫ ହଜାର ସିଟକୁ ୩୦ ଟି ଜୋନରେ ଭାଗ କରାଯାଇଛି। ଦର୍ଶକ ମାନେ ଏହି ଷ୍ଟାଡିୟମକୁ ପ୍ରବେଶ କରିବା ପାଇଁ ୮ଟି ଗେଟ୍ ରହିଛି। ଖେଳାଳି ଓ ଭିଭିଆଇପିଙ୍କ ପ୍ରବେଶ ଲାଗି ସ୍ୱତନ୍ତ୍ର ଗେଟ୍ ରହିଛି।
ଷ୍ଟାଡିୟମ ପରିସରରେ ୧୦ ପ୍ଲାଟୁନ ପୁଲିସ ଫୋର୍ସ ରହିବେ। ସକାଳ ୯ଟାରୁ ରାତି ୧୦ ଟା ଯାଏଁ ମ୍ୟାଚ ରହିଥିବାରୁ ୨ଟି ସିଫ୍ଟରେ ପୁଲିସ ସୁରକ୍ଷା ଦାୟିତ୍ୱରେ ରହିବେ। ୨ ଜଣ ଏଡିସିପି ସୁରକ୍ଷା ତଦାରଖ କରିବେ। ଟ୍ରାଫିକ ନିୟନ୍ତ୍ରଣ ଲାଗି ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। କଟକର ଖ୍ରୀଷ୍ଟିଆନ ପଡ଼ିଆ ଓ ଉପର ବାଲିଯାତ୍ରା ପଡିଆରେ ପାର୍କିଂ ବ୍ୟବସ୍ଥା କରାଯାଇଛି।

Related posts

ଅଣ୍ଡର-୧୭ ହକୀରେ ଚଣ୍ଡିଗଡ ଏବଂ ହରିଆଣାକୁ ସ୍ୱର୍ଣ୍ଣ

Odisha Sports Bureau

ଅଶ୍ୱ ଚାଳନାରେ ବ୍ରୋଞ୍ଜ ପଦକ ହାସଲ କଲା ଭାରତ; ଅନୁଷ୍ ଅଗରୱାଲ ବ୍ୟକ୍ତିଗତ ପ୍ରତିଯୋଗିତାରେ ଜିତିଲେ ପଦକ

Odisha Sports Bureau

ଭାରତର ଷ୍ଟାର ରାଇଡର ସନ୍ତୋଶଙ୍କ ବାଇକ୍ ଦୁର୍ଘଟଣାଗ୍ରସ୍ତ

Odisha Sports Bureau