More Sports

ଆସାମ ବନ୍ୟା ସହାୟତା ପାଣ୍ଠିକୁ ଅଧା ଦରମା ଦାନ କଲେ ହୀମା

(ଓଡିଶା ସ୍ପୋର୍ଟ): ବ୍ରହ୍ମପୁତ୍ର ନଦୀରେ ବିପଦ ସଙ୍କେତ ଉପରେ ପ୍ରବାହିତ ହେବା କାରଣରୁ ଆସାମର ୩୦ଟି ଜିଲ୍ଲାରେ ବନ୍ୟାର ପ୍ରଭାବ ଦେଖାଦେଇଛି । ଏଥିରେ ୪୩ ଲକ୍ଷ ଜନସାଧାରଣ ପ୍ରଭାବିତ ହୋଇଛନ୍ତି । ୮୦ ହଜାର ହେକ୍ଟର ଜମିର ଫସଲ ନଷ୍ଟ ହୋଇଛି । ୧୭ ହଜାର ଲୋକଙ୍କୁ ବାତ୍ୟା ଆଶ୍ରୟ ସ୍ଥଳୀରେ ରଖାଯାଇଛି । ନିଜ ରାଜ୍ୟର ଏଭଳି ପରିସ୍ଥିତିକୁ ଦେଖି ଦୈାଡ ରାଣୀ ହୀମା ଦାଶ ସହାୟତାର ହାତ ବଢାଇଛନ୍ତି । ବର୍ତ୍ତମାନ ସମୟରେ ଚେକ୍ ଗଣରାଜ୍ୟରେ କ୍ଲାଣ୍ଡୋ ଆଥଲେଟିକ୍ ମିଟ୍ ରେ ଭାଗନେବା ପାଇଁ ପହଞ୍ଚିଥିବା ଧାବିକା ହୀମା ଦାଶ ମଙ୍ଗଳବାର ଦିନ ମୁଖ୍ୟମନ୍ତ୍ରୀଙ୍କ ସହାୟତା ପାଣ୍ଠିକୁ ବନ୍ୟା ପ୍ରପିଡିତ ଲୋକଙ୍କ ପାଇଁଁ ନିଜ ଦରମାର ଅଧା ଦାନ କରିଛନ୍ତି । ଏହା ସହିତ ସେ ଟ୍ୱିଟ କରି ବଡ ବଡ କମ୍ପାନୀମାନଙ୍କୁ ଏବଂ ବିତଶାଳୀ ବ୍ୟକ୍ତିମାନଙ୍କୁ ଆଗକୁ ଆସି ଆସାମର ସାହାଯ୍ୟ କରିବାପାଇଁ ନିବେଦନ କରିଛନ୍ତି । ଆପଣମାନେ ଜାଣିଥିବେ ହୀମା ଦାଶ କିଛିଦିନ ପୁର୍ବରୁ ବେସ୍ ଚର୍ଚ୍ଚାରେ ରହିଆସିଛନ୍ତି । ୧୧ ଦିନ ମଧ୍ୟରେ ସେ ତିନିଗୋଟି ଅନ୍ତଃରାଷ୍ଟ୍ରିୟ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ଖେଳ କୋଟାରେ ହିଁ ହୀମାଙ୍କୁ ଗୁୱାହାଟୀରେ ଇଣ୍ଡିଆନ୍ ଅଏଲ କର୍ପୋରେସନରେ ଏଚ୍.ଆର ଅଫିସର ପଦରେ ନିଯୁକ୍ତି ଦିଆଯାଇଥିଲା ।

Related posts

ବକ୍ସିଂରେ ବ୍ରୋଞ୍ଜ ପଦକ ଜିତିଲେ ପ୍ରୀତି; ଲଭଲିନା ମଧ୍ୟ ଫାଇନାଲରେ ପ୍ରବେଶ

Odisha Sports Bureau

ଏସୀୟ ଦୌଡ଼କୁଦ ଫାଇନାଲରେ ଭାରତକୁ ନିରାଶ କଲେ ଦୂତୀ

Odisha Sports Bureau

ଏସିଆନ ଗେମ୍ସ ୧୩ ଖେଳାଳିଙ୍କ ପାଇଁ ୧୦ ଲକ୍ଷ ଟଙ୍କା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

Odisha Sports Bureau