More Sports

ଆସାମ ବନ୍ୟା ସହାୟତା ପାଣ୍ଠିକୁ ଅଧା ଦରମା ଦାନ କଲେ ହୀମା

(ଓଡିଶା ସ୍ପୋର୍ଟ): ବ୍ରହ୍ମପୁତ୍ର ନଦୀରେ ବିପଦ ସଙ୍କେତ ଉପରେ ପ୍ରବାହିତ ହେବା କାରଣରୁ ଆସାମର ୩୦ଟି ଜିଲ୍ଲାରେ ବନ୍ୟାର ପ୍ରଭାବ ଦେଖାଦେଇଛି । ଏଥିରେ ୪୩ ଲକ୍ଷ ଜନସାଧାରଣ ପ୍ରଭାବିତ ହୋଇଛନ୍ତି । ୮୦ ହଜାର ହେକ୍ଟର ଜମିର ଫସଲ ନଷ୍ଟ ହୋଇଛି । ୧୭ ହଜାର ଲୋକଙ୍କୁ ବାତ୍ୟା ଆଶ୍ରୟ ସ୍ଥଳୀରେ ରଖାଯାଇଛି । ନିଜ ରାଜ୍ୟର ଏଭଳି ପରିସ୍ଥିତିକୁ ଦେଖି ଦୈାଡ ରାଣୀ ହୀମା ଦାଶ ସହାୟତାର ହାତ ବଢାଇଛନ୍ତି । ବର୍ତ୍ତମାନ ସମୟରେ ଚେକ୍ ଗଣରାଜ୍ୟରେ କ୍ଲାଣ୍ଡୋ ଆଥଲେଟିକ୍ ମିଟ୍ ରେ ଭାଗନେବା ପାଇଁ ପହଞ୍ଚିଥିବା ଧାବିକା ହୀମା ଦାଶ ମଙ୍ଗଳବାର ଦିନ ମୁଖ୍ୟମନ୍ତ୍ରୀଙ୍କ ସହାୟତା ପାଣ୍ଠିକୁ ବନ୍ୟା ପ୍ରପିଡିତ ଲୋକଙ୍କ ପାଇଁଁ ନିଜ ଦରମାର ଅଧା ଦାନ କରିଛନ୍ତି । ଏହା ସହିତ ସେ ଟ୍ୱିଟ କରି ବଡ ବଡ କମ୍ପାନୀମାନଙ୍କୁ ଏବଂ ବିତଶାଳୀ ବ୍ୟକ୍ତିମାନଙ୍କୁ ଆଗକୁ ଆସି ଆସାମର ସାହାଯ୍ୟ କରିବାପାଇଁ ନିବେଦନ କରିଛନ୍ତି । ଆପଣମାନେ ଜାଣିଥିବେ ହୀମା ଦାଶ କିଛିଦିନ ପୁର୍ବରୁ ବେସ୍ ଚର୍ଚ୍ଚାରେ ରହିଆସିଛନ୍ତି । ୧୧ ଦିନ ମଧ୍ୟରେ ସେ ତିନିଗୋଟି ଅନ୍ତଃରାଷ୍ଟ୍ରିୟ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ଖେଳ କୋଟାରେ ହିଁ ହୀମାଙ୍କୁ ଗୁୱାହାଟୀରେ ଇଣ୍ଡିଆନ୍ ଅଏଲ କର୍ପୋରେସନରେ ଏଚ୍.ଆର ଅଫିସର ପଦରେ ନିଯୁକ୍ତି ଦିଆଯାଇଥିଲା ।

Related posts

କୋରିଆକୁ ହରାଇ ସ୍ୱର୍ଣ୍ଣ ଜିତିଲା ଭାରତ ପରୁଷ ତୀରନ୍ଦାଜ

Odisha Sports Bureau

ଆଜିଠାରୁ ପିସିଏଲର ପ୍ରସାରଣ ବ୍ଲିଜ କନସର୍ଟିୟମ ଓ ଟ୍ରାନ୍ସ ଗ୍ରୁପ କରିବ

Odisha Sports Bureau

ଏସୀୟ କ୍ରୀଡ଼ା ଟ୍ରାଏଲ୍ସ; ଭାଗନେବେ ବିଭିନ୍ନ ରାଜ୍ୟର କୁସ୍ତିଯୋଦ୍ଧା

Leave a Comment