Cricket

ୱେଷ୍ଟଇଣ୍ଡିଜ ଗସ୍ତ ପାଇଁ ବିସିସିଆଇର ଭାରତୀୟ ଦଳ ଘୋଷଣା

(ଓଡିଶା ସ୍ପୋର୍ଟସ୍): ଆଜି ୱେଷ୍ଟଇଣ୍ଡିଜ ଗସ୍ତ ପାଇଁ ବିସିସିଆଇ ଭାରତୀୟ ଦଳ ଘୋଷଣା କରିଛି । ଆସନ୍ତା ଅଗଷ୍ଟ ୩ରୁ ଆରମ୍ଭ ହେଉଛି ଟି-୨୦ ସିରିଜ୍। ଭାରତ ୱେଷ୍ଟଇଣ୍ଡିଜ୍ ସହ ତିନିଟି ଟି-୨୦, ତିନିଟି ଦିନିକିଆ ଓ ଦୁଇଟି ଟେଷ୍ଟ ମ୍ୟାଚ୍ ଖେଳିବ ।
ତିନୋଟି ଯାକ ଫର୍ମାଟ୍ରେ ବିରାଟ କୋହଲିଙ୍କୁ ଅଧିନାୟକ ଦାୟିତ୍ୱ ଦିଆଯାଇଛି। ଏହା ସହିତ ବିଶ୍ୱକପ୍ ବେଳେ ଆହତ ହୋଇଥିବା ଶିଖର ଧାୱନ ମଧ୍ୟ ଟିମ୍କୁ ଫେରିଛନ୍ତି। ତାଙ୍କୁ ଦିନିକିଆ ଓ ଟି-ଟ୍ୱେଣ୍ଟି ଟିମ୍ରେ ସ୍ଥାନ ମିଳିଛି। ସେହିପରି ରୋହିତ ଶର୍ମା ଟେଷ୍ଟ୍ ଟିମ୍ରେ ସ୍ଥାନ ପାଇଛନ୍ତି। ଦିନିକିଆ ଓ ଟି-ଟ୍ୱେଣ୍ଟି ପାଇଁ ରୋହିତ ଶର୍ମାଙ୍କୁ ଉପ-ଅଧିନାୟକ କରାଯାଇଥିବା ବେଳେ ଟେଷ୍ଟ୍ ମ୍ୟାଚ୍ରେ ଏହି ଦାୟିତ୍ୱ ତୁଲାଇବେ ଆଜିଙ୍କ୍ୟ ରାହାଣେ। ଟେଷ୍ଟ୍ ଟିମ୍ରେ ଚେତେଶ୍ୱର ପୂଜାରା ବି ସାମିଲ ହୋଇଛନ୍ତି।
ଟି-୨୦ ଟିମରେ ଶିଖର ଧଓ୍ଵନ, କେ.ଏଲ୍. ରାହୁଲ, ଶ୍ରେୟସ ଆୟର, ମନୀଷ ପାଣ୍ଡେ, କୃନାଲ ପାଣ୍ଡ୍ୟା, ରବିନ୍ଦ୍ର ଜାଡେଜା, ଓ୍ଵାଶିଂଟନ ସୁନ୍ଦର, ରାହୁଲ ଚହର, ଭୁବନେଶ୍ୱର କୁମାର, ଖଲିଲ ଅହମ୍ମଦ, ଦୀପକ ଚହର, ନବଦୀପ ସାଇନିଙ୍କୁ ସାମିଲ କରାଯାଇଛି ।
ସେହିପରି ଓ୍ଵାନଡେ ଟିମରେ ଶିଖର ଧଓ୍ଵନ, କେ.ଏଲ୍. ରାହୁଲ, ଶ୍ରେୟସ ଆୟର, ମନୀଷ ପାଣ୍ଡେ, ଋଷଭ ପନ୍ଥ, ରବିନ୍ଦ୍ର ଜାଡେଜା, କୁଲଦୀପ ଯାଦବ,ଚହଲ,କେଦାର ଯାଦବ,ନବଦୀପ ସାଇନି, ମହମ୍ମଦ ସାମ୍ମି, ଭୁବନେଶ୍ୱର କୁମାର, ଖଲିଲ ଅହମ୍ମଦ ।ସେପଟେ ଟେଷ୍ଟ ଟିମରେ କେ.ଏଲ୍. ରାହୁଲ, ମୟଙ୍କ ଅଗ୍ରଓ୍ଵାଲ, ଚେତେଶ୍ୱର ପୂଜାରା, କେ.ଏଲ୍. ରାହୁଲ, ମୟଙ୍କ ଅଗ୍ରଓ୍ଵାଲ, ପୂଜାରା ହନୁମା ବିହାରୀ, ରୋହିତ ଶର୍ମା, ଋଷଭ ପନ୍ଥ ସାମିଲ କରାଯାଇଛି ।

Related posts

ବିଶ୍ୱକପରେ ଖରାପ ପ୍ରଦର୍ଶନ ପରେ ପିସିବିର କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ; କୋଚ୍ରୁ ଅଧିନାୟକ ପର୍ଯ୍ୟନ୍ତ ସମସ୍ତଙ୍କୁ ବଦଳାଇଲା

Odisha Sports Bureau

ମେ ୨୪ରେ ଆଇପିଏଲ ଫାଇନାଲ

Odisha Sports Bureau

ଭାରତୀୟ ଟ୍ବେଣ୍ଟି-୨୦ ଦଳରୁ ବାଦ ପଡ଼ିପାରନ୍ତି କୋହଲି !

Odisha Sports Bureau