Cricket

ଭାରତୀୟ ଜର୍ସିରେ ଓପୋ ବଦଳରେ ବାୟଜୁ

(ଓଡିଶା ସ୍ପୋର୍ଟ): ଭାରତୀୟ ଦଳର ଜର୍ସିରେ ଏକ ବଡ ପରିବର୍ତନ ହେବାକୁ ଯାଉଛି । ଇଂଲଣ୍ଡ ମ୍ୟାଚ ବେଳେ ଭାରତୀୟ ଦଳର ଜର୍ସିର ରଙ୍ଗକୁ ପରିବର୍ତନ କରାଯାଇଥିଲା । ଏବେ ଜର୍ସିର ରଙ୍ଗ ନୀଳ ରହିଲେ ମଧ୍ୟ ଚାଇନା କମ୍ପାନୀ ଓପୋର ନାମ ଦେଖିବାକୁ ମିଳିବ ନାହିଁ । । ବର୍ତମାନ ଭାରତୀୟ କମ୍ପାନୀ ବାୟଜୁର ନାମ ଏଥିରେ ନଜର ଆସିବ ।

୨୦୧୭ ମାର୍ଚ୍ଚରେ ‘ଓପୋ’ ଟିମ୍ ଇଣ୍ଡିଆ ଜର୍ସିରେ ନିଜ ନାଁ ଲେଖିବା ପାଇଁ ଅନୁମତି ପାଇଥିଲା। କଂପାନୀ ୧୦୭୯ ଟଙ୍କାରେ ୫ ବର୍ଷ ପାଇଁ ଏହି ଚୁକ୍ତି କରିଥିଲା। ଏବେ କଂପାନୀ ଏଥିରୁ ଓହରିଯିବାକୁ ଚାହୁଁଛି। ତେବେ ମିଳିଥିବା ସୂଚନା ଅନୁଯାୟୀ, ‘ଓପୋ’ ଓହରିଯିବା ପରେ ବିସିସିଆଇ ଏନେଇ ନିଲାମୀ ଡାକିବ ନାହିଁ। କାରଣ ଓପୋ ନିଜେ ଏହି ଅଧିକାର ବାୟଜୁକୁ ପ୍ରଦାନ କରିଛି । ଓପୋ ଏଥିପାଇଁ ଅଧିକ ଅର୍ଥ ଖର୍ଚ୍ଚ କରୁଥିବା କୁହାଯାଉଛି ।

ବିସିସିଆଇର ଏଥିରେ କୌଣସୀ କ୍ଷତି ହେବ ନାହିଁ । କାରଣ ବାକି ଥିବା ଟଙ୍କା ବାୟଜୁଠାରୁ ନିଆଯିବ । ଓପୋକୁ ବାଇଲେଟ୍ରଲ ସିରିଜର ପ୍ରତି ମ୍ୟାଚରେ ବିସିସିଆଇକୁ ୪.୬ କୋଟି ଟଙ୍କା ଦେବାକୁ ପଡୁଥିଲା । ଆଇସିସି ଓ ଏସିଆ କପରେ କମ୍ପାନୀ ପ୍ରତି ମ୍ୟାଚରେ ୧.୯୨ କୋଟି ବିସିସିଆଇକୁ ଦେଉଥିଲା । ବର୍ତମାନ ଏହି ଟଙ୍କା ବାୟଜୁ ପ୍ରଦାନ କରିବ । ଏହା ବ୍ୟତୀତ ଷ୍ଟାରକୁ ଆଇସିସି ଓ ଏସିଆ କପ ମ୍ୟାଚରେ ମାତ୍ର ୬୧ ଲକ୍ଷ ଟଙ୍କା ଦେବାକୁ ପଡୁଥିଲା ।
ବାୟଜୁ ହେଉଛି ୨୬ ହଜାର କୋଟି ଟଙ୍କାର ଅନ୍ ଲାଇନ୍ କୋଚିଂ କମ୍ପାନୀ। ବର୍ତ୍ତମାନ ଏହା ଅନ୍ଲାଇନ୍ କୋଚିଂ ଜରିଆରେ ବାର୍ଷିକ ୨୬୦ କୋଟିରୁ ଅଧିକ ଟଙ୍କା ଆୟ କରୁଛି। ବଲିଉଡ୍ ଅଭିନେତା ଶାହାରୁଖ ଖାନ୍ ଏହି କମ୍ପାନୀର ବ୍ରାଣ୍ଡ୍ ଆମ୍ୱାସଡର ଅଛନ୍ତି। ଆଗାମୀ ୩ ବର୍ଷରେ କମ୍ପାନୀ ତାର ବାର୍ଷିକ ଆୟ ୩୫୨୦ କୋଟି ଟଙ୍କାକୁ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖିଛି।

Related posts

ଗୋଟିଏ ବର୍ଷରେ ସର୍ବାଧିକ ୩୫୦ରୁ ଅଧିକ ସ୍କୋର, ସର୍ବାଧିକ ଛକା

Odisha Sports Bureau

ଆଇସିସି ଦିନିକିଆ ରାଙ୍କିଙ୍ଗ : ଗିଲ ନମ୍ବର ୱାନ ବ୍ୟାଟର, ସିରାଜ ନମ୍ବର ୱାନ ବୋଲର

Odisha Sports Bureau

ଆଣ୍ଠୁ ଜନିତ ସମସ୍ୟା ପାଇଁ ସ୍ପୋର୍ଟ୍ସ ଅର୍ଥୋପେଡିକ୍ସଙ୍କ ପରାମର୍ଶ ନେବେ ଧୋନି

Odisha Sports Bureau