Cricket

ଟେଷ୍ଟ ମ୍ୟାଚ ପାଇଁ ଶ୍ରୀଲଙ୍କା ଦଳ ଘୋଷଣା

(ଓଡିଶା ସ୍ପୋର୍ଟସ ): ଆଜି ଟେଷ୍ଟ ସିରିଜ ପାଇଁ ଶ୍ରୀଲଙ୍କା ଦଳ ଘୋଷଣା କରାଯାଇଛି । ଶ୍ରୀଲଙ୍କା ଓ ନ୍ୟୁଜିଲାଣ୍ଡ ମଧ୍ୟରେ ହେବାକୁ ଥିବା ଟେଷ୍ଟ ସିରିଜ ପାଇଁ ୨୨ ଜଣିଆ ଦଳ ଘୋଷଣା କରିଛି ଶ୍ରୀଲଙ୍କା । ବିଶ୍ୱକପରେ ଦଳର ଅଧିନାୟକ ହୋଇଥିବା କରୁଣାରତ୍ନେଙ୍କୁ ଟେଷ୍ଟ ଦଳର ମଧ୍ୟ ଅଧିନାୟକ ଦାୟିତ୍ୱ ଦିଆଯାଇଛି ।
ଏହି ସିରିଜ ପାଇଁ ଓଶାଡା ଫର୍ଣ୍ଣାଡୋ ଓ କୁଶଳ ମେଣ୍ଡିସଙ୍କୁ ଶ୍ରୀଲଙ୍କା ଦଳରେ ସାମିଲ କରାଯାଇଛି । ଆଇସିସି ଟେଷ୍ଟ ଦଳ ତାଲିକାରେ ନ୍ୟୁଜିଲାଣ୍ଡ ବର୍ତ୍ତମାନ ଦ୍ୱିତୀୟ ସ୍ଥାନରେ ରହିଥିବା ବେଳେ ଶ୍ରୀଲଙ୍କା ଷଷ୍ଠ ସ୍ଥାନରେ ରହିଛି ।

ଶ୍ରୀଲଙ୍କା ଦଳ: ଦିମୁଥ୍ କରୁଣାରତ୍ନେ(ଅଧିନାୟକ), ଆଞ୍ଜେଲୋ ମାଥ୍ୟୁସ, ଦିନେଶ ଚଣ୍ଡିମାଳ, ଲାହିରୁ ଥିରିମାନେ, କୁଶଲ ମେଣ୍ଡିସ, କୁଶଲ ଜେନିଥ ପେରେରା, ନିରୋଶନ ଡିକୱେଲା, ଧନଞ୍ଜୟ ଡି ସିଲଭା, ଏଞ୍ଜେଲୋ ପେରେରା, ଓଶାଡା ଫର୍ଣ୍ଣାଡୋ, ଦନୁଷ୍କା ଗୁଣତିଲକା, ଶେହାନ ଜୟସୂର୍ୟା, ଚାମିକା କରୁଣାରତ୍ନେ, ଦିରୁୱାନ ପେରେରା, ଅକିଲା ଧନଞ୍ଜୟ, ଲାସିଥ ଇମବୁଲଦେନିୟା, ଲକ୍ଷଣ ସମଦକାନା, ସୁରଙ୍ଗା ଲକମଲ, ଲାହିରୁ କୁମାରା, ୱିଶ୍ୱା ଫର୍ଣ୍ଣାଡୋ, କାସୁନ ରଜିଥା,ଅସିଥା ଫର୍ଣ୍ଣାଡୋ

Related posts

ଭାରତରେ ଏସିଆ କପ୍ ଓ ପୁରୁଷ ଦିନିକିଆ ବିଶ୍ୱକପକୁ ମାଗଣାରେ ଦେଖାଇବ ହଟଷ୍ଟାର୍

Odisha Sports Bureau

ବିସିସିଆଇ : ଭାରତୀୟ ଟିମ ଓ ମ୍ୟାନେଜମେଣ୍ଟ ଷ୍ଟାଫଙ୍କ ପାଇଁ ପୁରସ୍କାର ରାଶି

Odisha Sports Bureau

BCCIକୁ ସ୍ପଷ୍ଟିକରଣ ମାଗିଲେ ପୂର୍ବତନ ଭାରତୀୟ ଅଧିନାୟକ ଅନିଲ କୁମ୍ବଲେ !

Odisha Sports Bureau