Cricket

ଶାରୀରିକ ଭିନ୍ନକ୍ଷମ ଟି -୨୦ୱାର୍ଲ୍ଡ ସିରିଜରେ ଭାରତ ଚମ୍ପିୟନ

(ଓଡିଶାସ୍ପୋର୍ଟସ): ଇଂଲଣ୍ଡର ୱର୍ସେଷ୍ଟରରେ ଫିଜିକାଲ୍ ଡିଜାବିଲିଟି (ଶାରୀରିକ ଭିନ୍ନକ୍ଷମ) ଟି-୨୦ ୱାର୍ଲ୍ଡ ସିରିଜ ଖେଳାଯାଉଥିଲା । ଏଥିରେ ଭାରତ ୩୭ ରନରେ ଇଂଲଣ୍ଡକୁ ତା’ ନିଜ ମାଟିରେ ହରାଇ ଚାମ୍ପିୟନ୍ ହୋଇଛି। ଏଥିରେ ବାଂଲାଦେଶ, ଆଫଗାନିସ୍ତାନ, ଜିମ୍ବାୱେ ଟିମ୍ ଭାଗ ନେଇଥିଲେ। ଇଂଲଣ୍ଡ ସେମିଫାଇନାଲରେ ଆଫଗାନିସ୍ତାନକୁ ହରାଇ ଫାଇନାଲରେ ସ୍ଥାନ ହାସଲ କରିଥିଲା।ଫାଇନାଲରେ ଭାରତ ପ୍ରଥମେ ବ୍ୟାଟିଂ କରି ୭ ୱିକେଟରେ ୧୮୦ ରନ୍ କରିଥିଲା। ଟିମ୍ ପକ୍ଷରୁ ରବୀନ୍ଦ୍ର ସାଣ୍ଟେ ୩୪ ବଲରେ ସର୍ବାଧିକ ୫୩ ରନ୍ କରିଥିବା ବେଳେ କ୍ୟାପଟେନ୍ ବିକ୍ରାନ୍ତ କେନି ୨୯, କୁନାଲ ଫାନାସେ ୩୬ ଓ ସୁଗାନେଶ୍ ମହେନ୍ଦ୍ରନ୍ ମାତ୍ର ୧୧ ବଲରେ ଦ୍ରୁତ ୩୩ ରନ୍ କରିଥିଲା। ଇଂଲଣ୍ଡ ଟିମ୍ ପକ୍ଷରୁ ଲିଆମ୍ ଓ’ବ୍ରାଏନ୍ ୨ଟି ୱିକେଟ୍ ନେଇଥିଲେ।ଏହା ପୂର୍ବରୁ ରାଉଣ୍ଡ ରବିନ୍ ଲିଗରେ ଭାରତୀୟ ଟିମ୍ ଶୀର୍ଷରେ ରହିଥିଲା। ଭାରତ ତା’ର ଶେଷ ମ୍ୟାଚରେ ପାକିସ୍ତାନକୁ ୮ ୱିକେଟରେ ହରାଇଥିଲା। ଏହି ଟୁର୍ଣ୍ଣାମେଣ୍ଟ ଇଂଲଣ୍ଡ ଆଣ୍ଡ ୱେଲ୍ସ କ୍ରିକେଟ୍ ବୋର୍ଡ ଆୟୋଜନ କରିଥିଲା।

Related posts

ଆଜିଠୁ ଆରମ୍ଭ ଭାରତ-ୱେଷ୍ଟଇଣ୍ଡିଜ ଟି-୨୦ ସିରିଜ

Odisha Sports Bureau

ଆଫଗାନିସ୍ତାନ ବିପକ୍ଷ ଟି -୨୦ ସିରିଜରେ ଅଧିନାୟକ ହେବେ ରୋହିତ ଶର୍ମା; କୋହଲିଙ୍କ ପ୍ରତ୍ୟାବର୍ତ୍ତନ ମଧ୍ୟ ନିଶ୍ଚିତ

Odisha Sports Bureau

ବିସିସିଆଇ ଅଧ୍ୟକ୍ଷ ଶୌରଭ ଗାଙ୍ଗୁଲି ଅସୁସ୍ଥ

Odisha Sports Bureau

Leave a Comment