Cricket

ଶାରୀରିକ ଭିନ୍ନକ୍ଷମ ଟି -୨୦ୱାର୍ଲ୍ଡ ସିରିଜରେ ଭାରତ ଚମ୍ପିୟନ

(ଓଡିଶାସ୍ପୋର୍ଟସ): ଇଂଲଣ୍ଡର ୱର୍ସେଷ୍ଟରରେ ଫିଜିକାଲ୍ ଡିଜାବିଲିଟି (ଶାରୀରିକ ଭିନ୍ନକ୍ଷମ) ଟି-୨୦ ୱାର୍ଲ୍ଡ ସିରିଜ ଖେଳାଯାଉଥିଲା । ଏଥିରେ ଭାରତ ୩୭ ରନରେ ଇଂଲଣ୍ଡକୁ ତା’ ନିଜ ମାଟିରେ ହରାଇ ଚାମ୍ପିୟନ୍ ହୋଇଛି। ଏଥିରେ ବାଂଲାଦେଶ, ଆଫଗାନିସ୍ତାନ, ଜିମ୍ବାୱେ ଟିମ୍ ଭାଗ ନେଇଥିଲେ। ଇଂଲଣ୍ଡ ସେମିଫାଇନାଲରେ ଆଫଗାନିସ୍ତାନକୁ ହରାଇ ଫାଇନାଲରେ ସ୍ଥାନ ହାସଲ କରିଥିଲା।ଫାଇନାଲରେ ଭାରତ ପ୍ରଥମେ ବ୍ୟାଟିଂ କରି ୭ ୱିକେଟରେ ୧୮୦ ରନ୍ କରିଥିଲା। ଟିମ୍ ପକ୍ଷରୁ ରବୀନ୍ଦ୍ର ସାଣ୍ଟେ ୩୪ ବଲରେ ସର୍ବାଧିକ ୫୩ ରନ୍ କରିଥିବା ବେଳେ କ୍ୟାପଟେନ୍ ବିକ୍ରାନ୍ତ କେନି ୨୯, କୁନାଲ ଫାନାସେ ୩୬ ଓ ସୁଗାନେଶ୍ ମହେନ୍ଦ୍ରନ୍ ମାତ୍ର ୧୧ ବଲରେ ଦ୍ରୁତ ୩୩ ରନ୍ କରିଥିଲା। ଇଂଲଣ୍ଡ ଟିମ୍ ପକ୍ଷରୁ ଲିଆମ୍ ଓ’ବ୍ରାଏନ୍ ୨ଟି ୱିକେଟ୍ ନେଇଥିଲେ।ଏହା ପୂର୍ବରୁ ରାଉଣ୍ଡ ରବିନ୍ ଲିଗରେ ଭାରତୀୟ ଟିମ୍ ଶୀର୍ଷରେ ରହିଥିଲା। ଭାରତ ତା’ର ଶେଷ ମ୍ୟାଚରେ ପାକିସ୍ତାନକୁ ୮ ୱିକେଟରେ ହରାଇଥିଲା। ଏହି ଟୁର୍ଣ୍ଣାମେଣ୍ଟ ଇଂଲଣ୍ଡ ଆଣ୍ଡ ୱେଲ୍ସ କ୍ରିକେଟ୍ ବୋର୍ଡ ଆୟୋଜନ କରିଥିଲା।

Related posts

ଜିମ୍ବାୱେ ବିପକ୍ଷ ସିରିଜରେ ଅଧିନାୟକ ଦାୟିତ୍ୱ ତୁଲାଇବେ କେ.ଏଲ ରାହୁଲ

Odisha Sports Bureau

ବିରାଟ କୋହଲିଙ୍କୁ ନିଜ ଜ୍ବାଇଁ କହି ଚର୍ଚ୍ଚାରେ ଶାହରୁଖ

Odisha Sports Bureau

ଦ୍ୱିତୀୟ ଦିନରେ ୧୪ ୱିକେଟ; କମାଲ ଦେଖାଇଲେ ବୋଲର

Odisha Sports Bureau