Cricket

ପରଲୋକରେ ଭିବି ଚନ୍ଦ୍ରଶେଖର

(ଓଡିଶାସ୍ପୋର୍ଟସ ): ଟିମ ଇଣ୍ଡିଆର ପୂର୍ବତନ କିକ୍ରେଟର ଭିବି ଚନ୍ଦ୍ରଶେଖରଙ୍କ ୫୭ ବର୍ଷ ବୟସରେ ପରଲୋକ ହୋଇଯାଇଛି । ସେ ସମସ୍ତଙ୍କ ନିକଟରେ ଚନ୍ଦ୍ର ଶେଖର ଭିବି ନାମରେ ପରିଚିତ ଥିଲେ। ହୃତଘାତରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ସେ ତାଙ୍କ ଦୁଇ ଝିଅ ଓ ସ୍ତ୍ରୀଙ୍କ ସହ ରହୁଥିଲେ।
ତାମିଲନାଡୁ ରଣଜୀ ଟିମ ପକ୍ଷରୁ ଖେଳି ସେ ଜାତୀୟ ଚୟନ କମିଟିର ଦୃଷ୍ଟି ଆକର୍ଷଣ କରିଥିଲେ। ସେ ୧୯୮୮ରୁ ୧୯୯୦ ମଧ୍ୟରେ ଟିମ୍ ଇଣ୍ଡିଆ ପାଇଁ ମଧ୍ୟ ଖେଳିଥିଲେ। ତାମିଲନାଡୁର ଏହି ବ୍ୟାଟସମ୍ୟାନ୍ ଟିମ୍ ଇଣ୍ଡିଆ ପାଇଁ ଓପନିଂ କରୁଥିଲେ। ଭାରତ ପାଇଁ ସେ ୭ଟି ଦିନିକିଆ ଖେଳିଥିବା ବେଳେ ତାଙ୍କର ସର୍ବାଧିକ ବ୍ୟକ୍ତିଗତ ସ୍କୋର ୫୩ ଥିଲା। କ୍ରିକେଟରୁ ଅବସର ନେବା ପରେ ସେ କୋଚ୍, କମେଣ୍ଟେଟର ଭାବେ ସକ୍ରିୟ ଥିଲେ। ଆଇପିଏଲ ଟିମ୍ ଚେନ୍ନାଇ ସୁପର କିଙ୍ଗସର ମ୍ୟାନେଜର ଭାବେ ମଧ୍ୟ ସେ ତିନି ବର୍ଷ କାର୍ୟ୍ୟ କରିଥିଲେ।

Related posts

ଭିଭିଏସ୍ ଲକ୍ଷ୍ମଣ ୧୮ ବର୍ଷ ପରେ ଖୋଲିଲେ ରହସ୍ୟ, କଲିକତାର ୨୮୧ ରନ୍ କୁ ନୁହେଁ ଏହି ପାରିକୁ କହିଥିଲେ ମୁଖ୍ୟ

Odisha Sports Bureau

୨ୟ ଦିନ ଶେଷ ସୁଦ୍ଧା ଇଂଲଣ୍ଡର ସ୍କୋର ୫୫୫/୮

Odisha Sports Bureau

WTC ପଏଣ୍ଟ ଟେବୁଲରେ ଚତୁର୍ଥ ସ୍ଥାନକୁ ଖସିଲା ଭାରତ

Odisha Sports Bureau