More Sports

ଖେଳ ରତ୍ନ ପୁରସ୍କାରରେ ସମ୍ମାନିତ ହେବେ ବଜରଙ୍ଗ ପୁନିଆ

(ଓଡିଶାସ୍ପୋର୍ଟସ ): ବଜରଙ୍ଗ ପୁନିଆ କ୍ରମାଗତ ଭାବେ ଉନ୍ନତ ପ୍ରଦର୍ଶନ କରିଥିବାରୁ ତାଙ୍କୁ ରାଜୀବ ଗାନ୍ଧୀ ଖେଳରତ୍ନ ପୁରସ୍କାରରେ ସମ୍ମାନିତ କରାଯିବ । ଏହି ପୁରସ୍କାର ଖେଳ କ୍ଷେତ୍ରରେ ଦିଆଯାଉଥିବା ଭାରତର ସର୍ବୋଚ୍ଚ ସମ୍ମାନ । କୁସ୍ତୀ ଖେଳରେ ବଜରଙ୍ଗଙ୍କ ଅତୁଳନୀୟ ପ୍ରଦର୍ଶନ ପାଇଁ ତାଙ୍କୁ ଚଳିତ ବର୍ଷ ସମ୍ମାନରେ ସମ୍ନାନିତ କରାଯିବ । ଜର୍ଜିଆ ରାଜଧାନୀ ତିବିଲିସ୍ଠାରେ ଆୟୋଜିତ ତିବିଲିସ୍ ଗ୍ରାଁ ପ୍ରିରେ ବଜରଙ୍ଗ ପୁରୁଷ ଫ୍ରିଷ୍ଟାଇଲ୍ ୬୫ କେଜି ବର୍ଗ ଫାଇନାଲ୍ରେ ଇରାନ୍ ପ୍ରତିଦ୍ଵନ୍ଦ୍ୱୀ ପିମାନ୍ ବିବ୍ୟାନିଙ୍କୁ ୨-୦ରେ ପରାସ୍ତ କରି ବଜରଙ୍ଗ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି। ଫଳରେ ଗତବର୍ଷ ମଧ୍ୟ ସମାନ ବର୍ଗରେ ଏଠାରେ ସ୍ୱର୍ଣ୍ଣ ଜିତିଥିବା ବଜରଙ୍ଗ ଏହି ପଦକ ବଜାୟ ରଖିଛନ୍ତି। ଏସୀୟ ବିଜେତା ବଜରଙ୍ଗଙ୍କ ପାଇଁ ଚଳିତ ଋତୁରେ ଏହା ଥିଲା ଚତୁର୍ଥ ସ୍ୱର୍ଣ୍ଣ। ଏହା ପୂର୍ବରୁ ଚଳିତ ଋତୁରେ ସେ ଡାନ୍ କୋଲୋଭ୍, ଏସୀୟ ପ୍ରତିଯୋଗିତା ଏବଂ ଅଲ୍ଲୀ ଅଲିଭ୍ ପ୍ରତିଯୋଗିତାରେ ସ୍ୱର୍ଣ୍ଣ ପଦକ କରାୟତ କରିଛନ୍ତି। ଭାରତୀୟ କୁସ୍ତୀ ମହାସଂଘ ଏହି ପ୍ରତିଷ୍ଠିତ ପୁରସ୍କାର ପାଇଁ ବଜରଙ୍ଗ ପୁନିଆଙ୍କ ସହ ମହିଳା ରେସଲର ବିନେଶ ଫୋଗାତଙ୍କ ନାଁ ସୁପାରିଶ କରିଥିଲା ।
ଗତବର୍ଷ ପୁନିଆଙ୍କୁ ଖେଳ ରତ୍ନରୁ ବଞ୍ଚିତ ହୋଇଥିଲେ । ଯାହାକୁ ନେଇ ସେ କ୍ଷୋଭ ମଧ୍ୟ ପ୍ରକାଶ କରିଥିଲେ । ସେହି ସମୟରେ ସେ ଖେଳମନ୍ତ୍ରୀ ରାଜ୍ୟବର୍ଦ୍ଧନ ସିଂହ ରାଠୋରଙ୍କୁ ଭେଟି ନିଜର ଦୁଖ ବଖାଣିଥିଲେ ।

Related posts

ଡ଼ିସେମ୍ବର ୧ରୁ କବାଡ଼ି ବିଶ୍ୱକପ ଆରମ୍ଭ

Odisha Sports Bureau

ଆସାମ ବନ୍ୟା ସହାୟତା ପାଣ୍ଠିକୁ ଅଧା ଦରମା ଦାନ କଲେ ହୀମା

Odisha Sports Bureau

ରାଜ୍ୟ ଓପନ ଚେସ: ପ୍ରିୟବ୍ରତ ପ୍ରଥମ, ମନିଷ ରନର୍ସଅପ

Odisha Sports Bureau