(ଓଡିଶାସ୍ପୋର୍ଟସ ): ସିନ୍ସିନାଟି ଓପନ୍ ଟେନିସ ଟୁର୍ଣ୍ଣାମେଣ୍ଟରେ ମହିଳା ସିଙ୍ଗଲ୍ସ ଇଭେଣ୍ଟର ଫାଇନାଲରେ ୧୬ତମ ସିଡ ଖେଳାଳି ଆମେରିକାର ମାଡିନ୍ସନ କେଜ୍ ଓ ରୁଷିଆର ଶ୍ୱେତଲାନା କୁଜନେଶୋଭା ପରସ୍ପରକୁ ଭେଟିବେ। ଶନିବାର ଖେଳାଯାଇଥିବା ସେମିଫାଇନାଲ ମ୍ୟାଚ୍ରେ ୩୪ ବର୍ଷୀୟ କୁଜନେଶୋଭା ୬-୨, ୬-୪ ସେଟରେ ଟପ୍ ସିଡ ଅଷ୍ଟ୍ରେଲିଆର ଆଶଲେ ବାର୍ଟିଙ୍କୁ ହରାଇ ବିପର୍ୟ୍ୟୟ ଘଟାଇବା ସହ ଫାଇନାଲରେ ପ୍ରବେଶ କରିଛନ୍ତି। ଅପରପକ୍ଷରେ ୨୦୧୭ ୟୁଏସ୍ ଓପନ୍ ଚାମ୍ପିୟନ କେଜ୍ ନିଜ ଦେଶରେ ସୋଫିଆ କେନିନଙ୍କୁ ୭-୫, ୬-୪ ସେଟ୍ରେ ଅନ୍ୟ ଏକ ସେମିରେ ହରାଇ ଫାଇନାଲକୁ ଉଠିଛନ୍ତି। ନିଜ ପ୍ରଦର୍ଶନର କୁଜନେଶୋଭା ଓ କେଜ୍ ସନ୍ତୋଷ ପ୍ରକଟ କରିଛନ୍ତି। ଆଘାତ ସମସ୍ୟା ପାଇଁ କୁଜନେଶୋଭା ବେଶ୍ କିଛି ଦିନ ଟେନିସରୁ ଦୂରେଇ ରହିଯାଇଥିଲେ। ଖାସ୍ କରି ରିଷ୍ଟ ଇଞ୍ଜୁରି ତାଙ୍କ ପାଇଁ ସମସ୍ୟା ସୃଷ୍ଟି କରିଥିଲା।
previous post
next post
