Tennis

ସିନ୍ସିନାଟି ଓପନ୍ ଟେନିସ: କେଜ- କୁଜନେଶୋଭା ଫାଇନାଲ

(ଓଡିଶାସ୍ପୋର୍ଟସ ): ସିନ୍ସିନାଟି ଓପନ୍ ଟେନିସ ଟୁର୍ଣ୍ଣାମେଣ୍ଟରେ ମହିଳା ସିଙ୍ଗଲ୍ସ ଇଭେଣ୍ଟର ଫାଇନାଲରେ ୧୬ତମ ସିଡ ଖେଳାଳି ଆମେରିକାର ମାଡିନ୍ସନ କେଜ୍ ଓ ରୁଷିଆର ଶ୍ୱେତଲାନା କୁଜନେଶୋଭା ପରସ୍ପରକୁ ଭେଟିବେ। ଶନିବାର ଖେଳାଯାଇଥିବା ସେମିଫାଇନାଲ ମ୍ୟାଚ୍ରେ ୩୪ ବର୍ଷୀୟ କୁଜନେଶୋଭା ୬-୨, ୬-୪ ସେଟରେ ଟପ୍ ସିଡ ଅଷ୍ଟ୍ରେଲିଆର ଆଶଲେ ବାର୍ଟିଙ୍କୁ ହରାଇ ବିପର୍ୟ୍ୟୟ ଘଟାଇବା ସହ ଫାଇନାଲରେ ପ୍ରବେଶ କରିଛନ୍ତି। ଅପରପକ୍ଷରେ ୨୦୧୭ ୟୁଏସ୍ ଓପନ୍ ଚାମ୍ପିୟନ କେଜ୍ ନିଜ ଦେଶରେ ସୋଫିଆ କେନିନଙ୍କୁ ୭-୫, ୬-୪ ସେଟ୍ରେ ଅନ୍ୟ ଏକ ସେମିରେ ହରାଇ ଫାଇନାଲକୁ ଉଠିଛନ୍ତି। ନିଜ ପ୍ରଦର୍ଶନର କୁଜନେଶୋଭା ଓ କେଜ୍ ସନ୍ତୋଷ ପ୍ରକଟ କରିଛନ୍ତି। ଆଘାତ ସମସ୍ୟା ପାଇଁ କୁଜନେଶୋଭା ବେଶ୍ କିଛି ଦିନ ଟେନିସରୁ ଦୂରେଇ ରହିଯାଇଥିଲେ। ଖାସ୍ କରି ରିଷ୍ଟ ଇଞ୍ଜୁରି ତାଙ୍କ ପାଇଁ ସମସ୍ୟା ସୃଷ୍ଟି କରିଥିଲା।

Related posts

କଳିଙ୍ଗ ଷ୍ଟାଡ଼ିୟମରେ ଓପନ ଟେନିସ ଟୁର୍ଣ୍ଣାମେଣ୍ଟ ଉଦଯାପିତ

Odisha Sports Bureau

ସିଧାସଳଖ ସେଟରେ ଜିତିଲେ ସେରେନା

Odisha Sports Bureau

ବହୁ ଦିନର ବ୍ୟବଧାନ ପରେ ଓପନ ଟେନିସରେ ଖେଳିବେ ସାନିଆ

Odisha Sports Bureau