Hockey

୧୫୦ ତମ ମ୍ୟାଚ ଖେଳି ରେକର୍ଡ଼ କଲେ ଓଡ଼ିଆ ଝିଅ ଲିଲିମା

(ଓଡିଶାସ୍ପୋର୍ଟସ ): ଓଡ଼ିଶାର ସୁନ୍ଦରଗଡ଼ ଜିଲ୍ଲାରୁ ଆସିଥିବା ୨୫ ବର୍ଷୀୟା ଲିଲିମା ଭାରତୀୟ ମହିଳା ହକି ଟିମ୍ ପକ୍ଷରୁ ପ୍ରତିନିଧିତ୍ୱ କରି କ୍ୟାରିୟରର ୧୫୦ତମ ମ୍ୟାଚ୍ ଖେଳିଛନ୍ତି। ବୁଧବାର ଅଲିମ୍ପିକ୍ ଟେଷ୍ଟ ଇଭେଣ୍ଟର ଫାଇନାଲରେ ହିଁ ଲିଲିମା ଏହି ମାଇଲଖୁଣ୍ଟ ଛୁଇଁଛନ୍ତି। ଏଥିପାଇଁ ତାଙ୍କୁ ହକି ଇଣ୍ଡିଆ ପକ୍ଷରୁ ଅଭିନନ୍ଦନ ଜ୍ଞାପନ କରାଯାଇଛି।
ନିଜର ୧୫୦ତମ ମ୍ୟାଚ୍ ଖେଳିବା ନେଇ ଲିଲିମା କହିଛନ୍ତି, “ଦେଶ ପାଇଁ ୧୫୦ତମ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିବା ନିଶ୍ଚୟ ସମ୍ମାନର କଥା। ରାଉରକେଲାର ପାନପୋଷ କ୍ରୀଡ଼ା ଛାତ୍ରାବାସରୁ ହିଁ ମୋ କ୍ୟାରିୟର୍ ଆରମ୍ଭ ହୋଇଥିଲା ଏବଂ ଓଡ଼ିଶା କୋଚଙ୍କ ପାଇଁ ଆଜି ମୁଁ ଏହି ସ୍ଥାନରେ ପହଞ୍ଚିପାରିଛି।”
ସେହିପରି ହକି ଇଣ୍ଡିଆ ସଭାପତି ମହମ୍ମଦ ମୁସ୍ତାକ୍ ଅହମ୍ମଦ କହିଛନ୍ତି, “ହକି ଇଣ୍ଡିଆ ପକ୍ଷରୁ ମୁଁ ଲିଲିମାଙ୍କୁ ଅଭିନନ୍ଦନ ଜଣାଉଛି। ଲିଲିମା ଜଣେ ଷ୍ଟାର୍ ଖେଳାଳି ଏବଂ ଦୀର୍ଘ ୮ବର୍ଷ ଧରି ଭାରତୀୟ ହକିର ସେବା କରିଆସିଛନ୍ତି। ତାଙ୍କର ଆଗାମୀ ଭବିଷ୍ୟତ ନେଇ ମୁଁ କାମନା କରୁଛି।”
ଏହାବ୍ୟତୀତ ପାନପୋଷ ସ୍ପୋର୍ଟସ୍ ଆସୋସିଏସନ୍ ଓ ପାନପୋଷ କ୍ରୀଡ଼ା ଛାତ୍ରାବାସ ସମେତ କୋଚ୍ ଅମୂଲ୍ୟ ବିହାରୀ, ମିଲଟନ୍ ବିଲୁଙ୍ଗ୍, ଫ୍ଲୋରେନ୍ସିଆ ଏକ୍କା, କେଶବ ସ୍ୱାଇଁ, ରେଶମା ଲାକ୍ରା ଲିଲିମାଙ୍କୁ ଅଭିନନ୍ଦନ ଜ୍ଞାପନ କରିଛନ୍ତି।

ସୁନ୍ଦରଗଡ଼ ଜିଲ୍ଲାରୁ ଆସିଥିବା ୨୫ ବର୍ଷୀୟା ଲିଲିମା ୨୦୧୧ରେ ଆର୍ଜେଣ୍ଟିନାରେ ଆୟୋଜିତ ଚତୁଃରାଷ୍ଟ୍ରୀୟ ଟୁର୍ଣ୍ଣାମେଣ୍ଟ ଖେଳି ଅନ୍ତର୍ଜାତୀୟ ସ୍ତରରେ ପଦାର୍ପଣ କରିଥିଲେ। ଭାରତୀୟ ମହିଳା ହକି ଟିମ୍ ପକ୍ଷରୁ ପ୍ରତିନିଧିତ୍ୱ କରୁଥିବା ଓଡ଼ିଶାର ଲିଲିମା ମିଞ୍ଜ୍ କ୍ୟାରିୟରର ୧୫୦ତମ ମ୍ୟାଚ୍ ଖେଳିଛନ୍ତି। ବୁଧବାର ଅଲିମ୍ପିକ୍ ଟେଷ୍ଟ ଇଭେଣ୍ଟର ଫାଇନାଲରେ ହିଁ ଲିଲିମା ଏହି ମାଇଲଖୁଣ୍ଟ ଛୁଇଁଛନ୍ତି। ଏଥିପାଇଁ ତାଙ୍କୁ ହକି ଇଣ୍ଡିଆ ପକ୍ଷରୁ ଅଭିନନ୍ଦନ ଜ୍ଞାପନ କରାଯାଇଛି।ଏହି ଟୁର୍ଣ୍ଣାମେଣ୍ଟରେ ଭଲ ପ୍ରଦର୍ଶନ କରିବା ପରେ ତାଙ୍କୁ ଜାତୀୟ ଶିବିର ପାଇଁ ଡାକରା ମିଳିଥିଲା। ଏହା ପରେ ଡିସେମ୍ବର, ୨୦୧୨ରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ସିରିଜ୍ ପରଠାରୁ ସେ ଭାରତୀୟ ମହିଳା ଟିମର ନିୟମିତ ସଦସ୍ୟ ହୋଇଥିଲେ।

Related posts

୨୦୨୩ରେ ହକି ବିଶ୍ୱକପ

Odisha Sports Bureau

ଅଲମ୍ପିକ ଟେଷ୍ଟ ଇଭେଣ୍ଟ : ବିଜୟରୁ ଅଭିଯାନ ଆରମ୍ଭ କଲେ ଭାରତୀୟ ମହିଳା ହକି ଟିମ

Odisha Sports Bureau

ଆଜି ଭାରତ-ପାକିସ୍ତାନ ମୁହାଁମୁହିଁ

Odisha Sports Bureau