Badminton

ଐତିହାସିକ ବିଜୟ ହାସଲ କଲେ ସିନ୍ଧୁ

(ଓଡିଶାସ୍ପୋର୍ଟସ ):  ଇତିହାସ ରଚିଲେ ପିଭି ସିନ୍ଧୁ । ବିଶ୍ୱ ଚମ୍ପିଆନସିପ ଫାଇନାଲରେ ବିଜୟୀ ହୋଇ ସେ ସ୍ୱର୍ଣ୍ଣପଦକ ଜିତିଛନ୍ତି । ୨୪ ବର୍ଷୀୟ ସିନ୍ଧୁ ଫାଇନାଲରେ ଜାପାନର ନୋଜୋମି ଓକୁହାରାଙ୍କୁ ମାତ୍ ଦେଇ ପ୍ରଥମ ଭାରତୀୟ ବ୍ୟାଡମିଣ୍ଟନ ଖେଳାଳି ଭାବେ ଏହି ସଫଳତା ପାଇଛନ୍ତି । ସେ ଜାପାନର ନୋଜୋମି ଓକୁହାରାଙ୍କୁ ସିଧାସଳଖ ୨୧-୭, ୨୧-୭ରେ ପରାସ୍ତ କରିଛନ୍ତି। ୩୭ ମିନିଟ୍ ଧରି ଚାଲିଥିବା ଟାଇଟଲ ମୁକାବିଲାରେ ବିଶ୍ଵର ପାଞ୍ଚ ନମ୍ବର ଖେଳାଳି ସିନ୍ଧୁ ଓକୁହାରାଙ୍କୁ ପରାସ୍ତ କରି ଏହି ଟୂର୍ଣ୍ଣାମେଣ୍ଟରେ ୨୦୧୭ରେ ମିଳିଥିବା ପରାଜୟର ପ୍ରତିଶୋଧ ନେଇଛନ୍ତି। ସିନ୍ଧୁ କ୍ରମାଗତ ତୃତୀୟ ଥର ବିଶ୍ଵ ଚମ୍ପିଆନସିପର ଫାଇନାଲରେ ପ୍ରବେଶ କରିଥିଲେ। ଗତ ଦୁଇଟି ଫାଇନାଲରେ ପରାସ୍ତ ହୋଇ ତାଙ୍କୁ ରୌପ୍ୟ ପଦକରେ ସନ୍ତୁଷ୍ଟ ହେବାକୁ ପଡ଼ିଥିଲା। ଏହା ପୂର୍ବରୁ ସିନ୍ଧୁ ୨୦୧୩ ଓ ୨୦୧୪ରେ କାଂସ୍ୟ ପଦକ ଓ ୨୦୧୭, ୨୦୧୮ରେ ରୌପ୍ୟ ପଦକ ଜିତିଥିଲେ। ମାତ୍ର ଗତ ଦୁଇ ଥର ସେ ସ୍ଵର୍ଣ୍ଣ ପଦକରୁ ବଞ୍ଚିତ ହେଉଥିଲେ।

Related posts

ଥାଇଲ୍ୟାଣ୍ଡ ପାରା ବ୍ୟାଡ଼ମିଣ୍ଟନ ସେମିରେ ପ୍ରମୋଦ

Odisha Sports Bureau

ଅଲଇଂଲଣ୍ଡ ବ୍ୟାଡମିଣ୍ଟନ୍, ସିନ୍ଧୁଙ୍କୁ ବିଦାୟର ପଥ ଦେଖାଇଲେ ସୁଙ୍ଗ୍ ଜି ହୁଆନ୍

ବ୍ୟାଟମିଣ୍ଟନ କ୍ୱାର୍ଟରରେ ପିଭି ସିନ୍ଧୁ

Odisha Sports Bureau