Tennis

ୟୁଏସ ଓପନ-୨୦୧୯ରେ ସୁମିତ ନାଗଲଙ୍କ ପରାଜୟ

(ଓଡିଶାସ୍ପୋର୍ଟସ ): ନ୍ୟୁୟର୍କରେ ଚାଲିଥିବା ୟୁଏସ ଓପନ-୨୦୧୯ରେ ଭାରତୀୟ ଯୁବ ଖେଳାଳୀ ସୁମିତ ନାଗଲ ପ୍ରଥମ ସେଟରେ ବିଜୟ ଲାଭ କରି ସମସ୍ତଙ୍କୁ ଆଚମ୍ବିତ କରିଛନ୍ତି । କାରଣ ବିଶ୍ୱର ପ୍ରସିଦ୍ଧ ଟେନିସ୍ ତାରକା ରୋଗର୍ ଫେଡରରଙ୍କ ଠାରୁ ଅନ୍ୟ ଖେଳାଳୀ ହାରିବା ସମସ୍ତେ ଅନୁମାନ କରିପାରନ୍ତି ଏଥିରେ ସଙ୍କୋଚ ନାହିଁ । କିନ୍ତୁ ଭାରତର ନାଗଲ ଯେଉଁଭଳି ଭାବେ ଫେଡରର୍ଙ୍କୁ ସାମ୍ନା କରିଛନ୍ତି ତାହା ସମସ୍ତଙ୍କୁ ଆଚମ୍ବିତ କରିଛି । ହରିୟାଣାର ଇଜ୍ଜରର ଏହି ୨୨ ବର୍ଷୀୟ ଖେଳାଳୀ ସୁମିତ ନାଗଲ ତାଙ୍କର ୟୁଏସ୍ ଓପନ୍ର ପ୍ରଥମ ସେଟ୍ରେ ଦୁନିଆର ୩ ନମ୍ବର ଖେଳାଳୀ ତଥା ପୁରୁଷଙ୍କ ମଧ୍ୟରେ ସର୍ବାଧିକ ଗ୍ରାଣ୍ଡ ସ୍ଲାମ୍ ଜିତିଥିବା ଫେଡରର୍ଙ୍କୁ ହରାଇଛନ୍ତି । ସୁମିତ ଫେଡରର୍ ପ୍ରଥମ ସେଟ୍ରେ ୬-୪ରେ ହରାଇ ଦେଇଥିଲେ । ଏହା ପରେ ଦ୍ୱିତୀୟ ସେଟ୍ରେ ଫେଡରର୍ ସମିତଙ୍କୁ ୬-୧ରେ ମାତ ଦେଇଥିଲେ । ଏହି ମୁକାବିଲାକୁ ୪-୬, ୬-୧, ୬-୨, ୬-୪ ସେଟ୍ରେ ଫେଡରର୍ ନିଜ ନାମରେ କରି ନେଇଛନ୍ତି ।
କିନ୍ତୁ ଫେଡରର୍ଙ୍କୁ ସୁମିତଙ୍କ ସହିତ କଡ଼ା ମୁକାବିଲାର ସାମ୍ନା କରିବାକୁ ପଡ଼ିଥିଲା । ନାଗଲଙ୍କଙ୍କୁ ତିନୋଟି ସେଟ୍ରେ ବ୍ରେକ୍ ପଏଣ୍ଟ ମିଳିଥିଲା । ପ୍ରଥମେ ସେଟ୍ରେ ତାଙ୍କର ବିଜୟ ଷ୍ଟାଡିୟମରେ ଦର୍ଶକଙ୍କୁ ସ୍ତବ୍ଧ କରିଦେଇଥିଲା ।
ନ୍ୟୁୟର୍କରେ ଚାଲିଥିବା ୟୁଏସ୍ ଓପନ୍-୨୦୧୯ରେ ବିଶ୍ୱର ପ୍ରସିଦ୍ଧ ଟେନିସ୍ ତାରକା ରୋଗର୍ ଫେଡରରଙ୍କୁ ସାମ୍ନା କରିଛନ୍ତି ଭାରତୀୟ ଯୁବ ଖେଳାଳୀ ସୁମିତ ନାଗଲ । ଫେଡରର୍ଙ୍କଠାରୁ ଅନ୍ୟ ଖେଳାଳୀ ହାରିବା ସମସ୍ତେ ଅନୁମାନ କରିପାରନ୍ତି ଏଥିରେ ସଙ୍କୋଚ ନାହିଁ । କିନ୍ତୁ ଭାରତର ନାଗଲ ଯେଉଁଭଳି ଭାବେ ଫେଡରର୍ଙ୍କୁ ସାମ୍ନା କରିଛନ୍ତି ତାହା ସମସ୍ତଙ୍କୁ ଆଚମ୍ବିତ କରିଛି ।

Related posts

ସୋଏବଙ୍କ ସହିତ ଛାଡପତ୍ର ନେଇ ମୁହଁ ଖୋଲିଲେ ସାନିଆ ମିର୍ଜା

Odisha Sports Bureau

ଅଷ୍ଟ୍ରେଲିଆ ଓପନର ପ୍ରଥମ ପର୍ଯ୍ୟାୟରେ ପ୍ରଜନେସକୁ ମିଳିଲା ପରାଜୟ

Odisha Sports Bureau

ନୋଭାକ ଜୋକୋଭିକଙ୍କୁ ପରାସ୍ତ କରି ଗ୍ରାଣ୍ଡସ୍ଲାମ ଟାଇଟ ନିଜ ନାମରେ କଲେ

Odisha Sports Bureau