More Sports

ଦବାଙ୍ଗ ଦିଲ୍ଲୀ ୩୮-୩୫ରେ ପରାସ୍ତ କଲା ପାଟନା ପାଇରେଟର୍ସକୁ

(ଓଡିଶା ସ୍ପୋର୍ଟ): ଦବାଙ୍ଗ ଦିଲ୍ଲୀ କବାଡ୍ଡି ଲିଗ୍ ହୋମ୍ ଫେଜର ଶେଷ ଚରଣ ଅଜୟ ରହି ଚତୁର୍ଥ ବିଜୟ ହାସଲ କରିଛି । ଶୁକ୍ରବାର ଦିନ ଦିଲ୍ଲୀ ଏବଂ ପାଟନା ପାଇରେଟର୍ସର ରୋମାଞ୍ଚକର ମୁକାବିଲାରେ ୩୮-୩୫ରେ ପରାସ୍ତ କରି ୧୧ଟି ମ୍ୟାଚରେ ୯ମ ବିଜୟ ହାସଲ କରିଛି । ଦିଲ୍ଲୀ ଏହି ଟୁର୍ଣ୍ଣାମେଣ୍ଟରେ କେବଳ ଗୋଟିଏ ମୁକାବିଲା ହରାଇଛି, ଯେତେବେଳେ କି ଗୋଟିଏ ମ୍ୟାଚ୍ ‘ଡ୍ର’ ରହିଥିଲା । ଦିଲ୍ଲୀ ୪୯ ଅଙ୍କ ସହିତ ଶୀର୍ଷ ସ୍ଥାନରେ ରହିଛି । ବଙ୍ଗଲା ୱାରିୟର୍ସ ୩୯ ଅଙ୍କ ସହିତ ଦ୍ୱିତୀୟ ସ୍ଥାନରେ ରହିଛି । ସେ ଦିଲ୍ଲୀଠାରୁ ୧୦ଟି ଅଙ୍କରେ ପଛୁଆ ରହିଛି । ଦ୍ୱିତୀୟ ମ୍ୟାଚ୍ରେ ପୁନେରି ପଟଲନ୍ ତେଲୁଗୁ ଟାଇଣ୍ଟସ୍କୁ ୩୪-୨୭ରେ ପରାସ୍ତ କରିଛି ।

Related posts

ବ୍ରୋଞ୍ଜ ପଦକ ହାସଲ କଲେ ବନିତା ଲାକ୍ରା

Odisha Sports Bureau

ସୁସ୍ଥ ହେଲେ ନୀରଜ ଚୋପ୍ରା, ଡାଇମଣ୍ଡ ଲିଗର ଷଷ୍ଠ ପର୍ୟ୍ୟାୟରେ କରିବେ ଅଂଶଗ୍ରହଣ !

ବିଶ୍ୱ କ୍ରୀଡ଼ାରେ ୧୫୦ ଟପିଲା ଭାରତର ପଦକ ସଂଖ୍ୟା

Odisha Sports Bureau