Shooting

ସୁଟିଙ୍ଗ୍ ୱାର୍ଲଡ କପ୍: ୧୦ମିଟର ଏୟାର ପିସ୍ତଲରେ ମନୁ ଏବଂ ସୌରଭ ଜିତିଲେ ସ୍ୱର୍ଣ୍ଣ

(ଓଡିଶାସ୍ପୋର୍ଟ୍ସ ): ବ୍ରାଜିଲରେ ଚାଲିଥିବା ରିୟୋ ଡି ଜନେରିଓ ସୁଟିଙ୍ଗ ୱାର୍ଲଡ କପରେ ଭାରତୀୟ ସୁଟର ମନୁ ଭାକର ଏବଂ ସୌରଭ ଚୌଧୁରୀ ୧୦ ମିଟରେ ଏୟାର ପିସ୍ତଲର ମିଶ୍ରିତ ଟିମ୍ ଇଭେଣ୍ଟର ଫାଇନାଲରେ ହମବତନ ଜଶସ୍ୱିନୀ ଦେଶୱାଲା ଏବଂ ଅଭିଶେକ ବର୍ମାଙ୍କୁ ହରାଇ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ଏହି ବିଭାଗରେ ଉଭୟ ସ୍ୱର୍ଣ୍ଣ ଏବଂ ରୌପ୍ୟ ପଦକ ହାସଲ କରିଛନ୍ତି । ଫାଇନାଲ ମୁକାବିଲା ବହୁତ ରୋମାଞ୍ଚକର ରହିଥିଲା । ୧୭-୧୫ରେ ଜଶସ୍ୱିନୀ ଦେଶୱାଲ ଏବଂ ଅଭିଷେକ ବର୍ମାଙ୍କୁ ହରାଇ ମନୁ ଭାକର ଏବଂ ସୌରଭ ଚୌଧୁରୀଙ୍କ ଯୋଡି ସ୍ୱର୍ଣ୍ଣ ପଦକ ନିଜ ନାମରେ କରଛନ୍ତି । ଏହା ସହିତ ଭାରତ ଏହି ୱାର୍ଲଡ କପରେ ୫ଟି ସ୍ୱାର୍ଣ୍ଣ, ଦୁଇଟି ରୌପ୍ୟ ଏବଂ ଦୁଇଟି ବ୍ରୋଞ୍ଜ ସହିତ ମୋଟାମୋଟି ୯ଟି ପଦକ ହସଲ କରିଛି ଏବଂ ଟେବୁଲର ଶିର୍ଷରେ ରହିଛି । ଏହା ସହିତ ଜଶସ୍ୱିନୀ ଏବଂ ସଞ୍ଜିବ ଭାରତ ପାଇଁ ଦୁଇଟି ଅଲମ୍ପିକ୍ କୋଟା ଜିତିଛନ୍ତି ।

Related posts

ସେ ତାଙ୍କୁ ବଳପୂର୍ବକ ଏକ ହୋଟେଲ ରୁମକୁ ନେଇଗଲେ, ତା’ପରେ… ସଙ୍ଘୀନ ଅଭିଯୋଗ ଆଣିଲେ ଯୁବତୀ

Odisha Sports Bureau

ଶୁଟିଂ ୱାର୍ଲ୍ଡ କପ୍ ,ନିଜ ସୁଟରଙ୍କୁ ଫେରିବାକୁ କହିଲା ବାୟୁସେନା

Odisha Sports Bureau

ଅଭିନବ ବିନ୍ଦ୍ରା ଟାର୍ଗେଟ ପର୍ଫର୍ମାନ୍ସ ସେଣ୍ଟର ଉଦଘାଟିତ

Odisha Sports Bureau