Shooting

୧୦ ମିଟର ଏୟାର ରାଇଫଲ ମିଶ୍ରିତରେ ଅପୂର୍ବି ଏବଂ ଦିପକଙ୍କୁ ସ୍ୱର୍ଣ୍ଣ

(ଓଡିଶା ସ୍ପୋର୍ଟ): ଦୁନିଆର ୧ ନମ୍ବର ସ୍ଥାନରେ ଥିବା ମହିଳା ୧୦ ମିଟର ଏୟାର ରାଇଫଲ ସୁଟର ଅପୂର୍ବା ଚନ୍ଦେଲା ଏବଂ ତାଙ୍କର ଯୋଡିଦାର ଦୀପକ କୁମାର ଆଇଏସଏସଏଫ୍ ବିଶ୍ୱ କପରେ ମିଶ୍ରିତ ଟିମ୍ ଟୁର୍ଣ୍ଣାମେଣ୍ଟରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ଏ ବର୍ଷ ସମସ୍ତ ୪ଟି ବିଶ୍ୱ କପ୍ ଚରଣରେ ଶିର୍ଷରେ ରହିବାର ସମ୍ଭାବନା ରହିଛି । ଏଥିରେ ଏକ ଜୁନିଅର ବିଶ୍ୱ କପ୍ ମଧ୍ୟ ସାମିଲ ରହିଛି । ଅପୂର୍ବି ଏବଂ ଦିପକ ଏକତରଫା ଫାଇନାଲରେ ଚୀନର ୟାଙ୍ଗ କିୟାନ ଏବଂ ୟୁ ହାଓଆନଙ୍କୁ ୧୬-୬ରେ ପରାସ୍ତ କରିଛନ୍ତି ।

ଏହି ଟୁର୍ଣ୍ଣାମେଣ୍ଟର ପୁର୍ବରୁ ଦୁିଇଟି ବିଶ୍ୱ କପରେ ସ୍ୱର୍ଣ୍ଣ ଜିତିଥିବା ଭାରତର ଦୁଇଟି ଟିମ୍ ଅଞ୍ଜୁମ୍ ମେଦଗିଲ୍ ଏବଂ ଦିବ୍ୟାଂଶୁ ସିଂହ ପୱାରଙ୍କ ଯୋଡି ହଙ୍ଗେରିର ଏଷ୍ଟର ମେସଜାରୋସ ଏବଂ ପିଟର ସିଡିଙ୍କୁ ୧୬-୧୦ରେ ହରାଇ ବ୍ରୋଞ୍ଜ ପଦକ ଜିତିଛନ୍ତି । କ୍ୱାଲିଫାଇର ବାଧା ପାର କରି ଅପୂର୍ବା ଏବଂ ଦୀପକଙ୍କ ଯୋଡି ୮ ସୁଟରଙ୍କ ଦ୍ୱିତୀୟ ପର୍ଯ୍ୟାୟରେ ୨୦ ବ୍ୟକ୍ତିଗତ ସର୍ଟ ପରେ ୪୧୯.୧ ଅଙ୍କ ସହିତ ଶୀର୍ଷ ସ୍ଥାନରେ ରହି ଫାଇନାଲରେ ପହଞ୍ଚିଛନ୍ତି । ଅଞ୍ଜୁମ୍ ଏବଂ ଦିବ୍ୟାଂସୁଙ୍କ ଯୋଡି ୪୧୮.୦ ସହିତ ଚତୁର୍ଥ ସ୍ଥାନରେ ରହିଥିଲେ ଏବଂ ବ୍ରୋଞ୍ଜ ପଦକ ପାଇଁ କ୍ୱାଲିଫାଇ କରିବାରେ ସଫଳ ରହିଥିଲେ ।

Related posts

ସୁଟିଂରେ ଆଉ ଏକ ରୌପ୍ୟ ପାଇଲା ଭାରତ

Odisha Sports Bureau

ଜର୍ମାନୀର ମ୍ୟୁନିକଠାରେ ଆୟୋଜିତ ହେବାକୁ ଥିବା ସୁଟିଂ ବିଶ୍ଵକପ୍ ଲାଗି ଘୋଷିତ ଭାରତୀୟ ଦଳରେ ଓଡ଼ିଆ ଝିଅ ଶ୍ରୀୟଙ୍କା ଷଡ଼ଙ୍ଗୀ

ଶୁଟିଂ ୱାର୍ଲ୍ଡ କପ୍ ,ନିଜ ସୁଟରଙ୍କୁ ଫେରିବାକୁ କହିଲା ବାୟୁସେନା

Odisha Sports Bureau