More Sports

ୟୁପି ଯୋଦ୍ଧାର ଲଗାତାର ଚତୁର୍ଥ ବିଜୟ

(ଓଡିଶାସ୍ପୋର୍ଟସ ):  ୟୁପି ଯୋଦ୍ଧା ପେସେବାର ପ୍ରୋ କବାଡି ଲିଗ୍ (ପିକେଏଲ୍)ରେ ସୋମବାର ଦିନ ଏଠାରେ ପୂର୍ବ ଟୁର୍ଣ୍ଣାମେଣ୍ଟର ଉପ ବିଜେତା ଗୁଜୁରାଟର ଫରଚ୍ୟୁନଜାଇଣ୍ଟସଙ୍କୁ ୩୩-୨୬ରେ ହରାଇ ଲଗାତର ଚତୁର୍ଥ ବିଜୟ ହାସଲ କରିଛନ୍ତି । ଏକ ଅନ୍ୟ ମୁକାବିଲାରେ ତିନିଥର ଚମ୍ପିଆନ ହୋଇଥିବା ପାଟନା ପାଇରେଟର୍ସ ପ୍ରଦୀପ ନାରାୱାଲା ଉଚ୍ଚକୋଟିର ପ୍ରଦର୍ଶନ ଦ୍ୱାରା ତମିଲ ଥଲାଇବରଜକୁ ୫୧-୨୫ରେ ପରାସ୍ତ କରି ଲଗାତର ନିଜର ୬ ପରାଜୟ କ୍ରମକୁ ଭାଙ୍ଗିିଛି । ୟୁପି ଯୋଦ୍ଧା ଏବଂ ଗୁଜୁରାଟ ଫରଚ୍ୟୁନଜାଇଣ୍ଟସଙ୍କ ମୁକାବିଲାରେ ୟୁପି ଟିମ୍ ର ନିତିସ କୁମାର (୪ ଟେକର ଅଙ୍କ) ଏବଂ ସୁମିତ( ୫ ଟେକଲ ଅଙ୍କ)ଙ୍କ ଡିଫେନ୍ସ ଯୋଡି ଏବଂ ଶ୍ରୀକାନ୍ତ ଜାଧବ ଏବଂ ସୁରିନ୍ଦର ଗିଲ (ଦୁଇଜଣଙ୍କ ୬ ରେଡ ଅଙ୍କ)ଙ୍କ ରେଡିଙ୍ଗ୍ ଜୋଡି ଗୁଜୁରାଟର ଟିମ୍ କୁ ସମ୍ପୁର୍ଣ୍ଣ ମ୍ୟାଚ୍ରେ ଚାପରେ ରଖିଥିଲା । ଏହି ନିର୍ଣ୍ଣୟରେ ୟୁପି ଯୋଦ୍ଧା ଟିମ୍ ୧୪ଟି ମ୍ୟାଚରେ ୪୨ ଅଙ୍କ ସହିତ ପଞ୍ଚମ ସ୍ଥାନରେ ରହିଛି ।
ଅନ୍ୟ ଏକ ମ୍ୟାଚରେ ତାମିଲ ଥଲାଇବାଜକୁ ପରାଜୟର ସାମ୍ନା କରିବାକୁ ପଡିଛି । ପାଟନା ପାଥରେଟର୍ସର ପ୍ରଦୀପ ନାରବାଲା ଏହି ମ୍ୟାଚ ମଧ୍ୟରେ ୧୦୦୦ ରେଡ ଅଙ୍କକୁ ପାର କରିଥିବା ପ୍ରଥମ ଖେଳାଳୀ ହୋଇଛନ୍ତି । ପାଇରେଟର୍ସର ରହିଥିବା ଟୁର୍ଣାମେଣ୍ଟରେ ୧୨ଟି ମ୍ୟାଚ୍ ମଧ୍ୟରେ ଏହା ଚତୁର୍ଥ ବିଜୟ ଅଟେ । ଏହି ବିଜୟ ପରେ ପାଟନାର ଟିମ୍ ୨୫ ଅଙ୍କ ସହିତ ଶେଷ ସ୍ଥାନରେ ରହିଛି । ଥଲାଇବାଜର ଟିମ୍ ର ତା’ ଠାରୁ ୨ଅଙ୍କ ଅଧିକ ଅଛି ।

Related posts

କରୋନା ପାଇଁ ବନ୍ଦ ହେବ ନାହିଁ ଟୋକିଓ ଅଲମ୍ପିକ୍ସ

Odisha Sports Bureau

ବିଜେବି ସ୍ୱୟଂଶାସିତ ମହାବିଦ୍ୟାଳୟରେ କ୍ରୀଡ଼ା ପ୍ରତିଯୋଗିତା ଶୁଭାରମ୍ଭ

Odisha Sports Bureau

ଏସୀୟ ଦୌଡ଼କୁଦ ଫାଇନାଲରେ ଭାରତକୁ ନିରାଶ କଲେ ଦୂତୀ

Odisha Sports Bureau