Badminton

ଚୀନ ଏବଂ କୋରୀଆ ଓପନ ଠାରୁ ଦୁରେଇଲେ ପ୍ରଣାୟ

(ଓଡିଶାସ୍ପୋର୍ଟସ ):  ବ୍ୟାଡମିଣ୍ଟନ ଖେଳାଳୀ ଏଚଏସ୍ ପ୍ରଣାୟ ଡେଙ୍ଗୁ ଦ୍ୱାରା ଆକ୍ରାନ୍ତ ହୋଇଥିବା କାରଣରୁ କମସେକମ୍ ଦୁଇଟି ଟୁର୍ଣ୍ଣାମେଣ୍ଟରେ ଖେଳିପାରିବେ ନାହିଁ । ପ୍ରଣାୟ ୧୭ ରୁ ୨୨ ସେପ୍ଟେମ୍ବର ଚାଙ୍ଗଝୁରେ ହେବାକୁଥିବା ଚିନ୍ ଓପନ ଏବଂ ତା’ପରେ ୨୪ ରୁ ୨୯ ସେପ୍ଟେମ୍ବର ପର୍ଯ୍ୟନ୍ତ ଇଞ୍ଚିୟୋନରେ ହେବାକୁ ଥିବା କୋରିଆ ଓପନରେ ଖେଳିବେ ନାହିଁ । ସେ ନିଜା ଟ୍ୱିଟ ଦ୍ୱାରା ନିଜ ସ୍ୱାସ୍ଥ୍ୟ ସହିତ ଜଡିତ ସୂଚନା ପ୍ରଶଂସକମାନଙ୍କୁ ଜଣାଇଛନ୍ତି । ସେ କହିଛନ୍ତି, “ଡେଙ୍ଗୁର ଚିକିତ୍ସାପରେ କିଛି ଦିନପାଇଁ ସେ ଖେଳଠାରୁ ଦୁରରେ ରହିବେ । ପରବତ୍ତି ସପ୍ତାହରେ ଚୀନ ଏବଂ କୋରିଆ ଜିବାକୁ ଥିବା ଭାରତୀୟ ଟିମର ସଦଶ୍ୟ ରହିବି ନାହିଁ , ଆଶା କରୁଚି ଭଲ ହୋଇ ଖୁବ୍ ଶୀଘ୍ର ଫେରିବି ।

Related posts

ଇଣ୍ଡୋନେସିଆ ଓପନ ବ୍ୟାଡ଼ମିଣ୍ଟନ ଟୁର୍ଣ୍ଣାମେଣ୍ଟ ୨୦୨୫ର କ୍ଵାଟର ଫାଇନାଲରେ ଭାରତ ପରାସ୍ତ

ୟୁରୋପିୟ ଓପନର ସେମିଫାଇନାଲରେ ପ୍ରବେଶ କଲେ ଏଣ୍ଡି ମରେ

Odisha Sports Bureau

ଇଣ୍ଡୋନେସିଆ ଓପନ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟର ମହିଳା ଏକକ ବର୍ଗ ଫାଇନାଲରେ ସିନ୍ଧୁ