More Sports

ବିଶ୍ୱ ମଲ୍ଲଯୋଦ୍ଧା ଚମ୍ପିଆନସିପର ଦ୍ୱିତୀୟ ପର୍ଯ୍ୟାୟରେ ପ୍ରବେଶ କଲେ ବିନେଶ

(ଓଡିଶା ସ୍ପୋର୍ଟସ): ଏସିିଆ ଖେଳରେ ସର୍ଣ୍ଣ ପଦକ ବିଜେତା ଏବଂ ଭାରତ ପାଇଁ ପଦକ ଜିତିବାର ସବୁଠାରୁ ବଡ ଦାବେଦାର ବିନେଶ ଫୋଗତ ବିଶ୍ୱ ଚମ୍ପିଆନସିପରେ ମଙ୍ଗଳବାରଦିନ ନିଜ ଅଭିଯାନର ଆରମ୍ଭରେ ଧମାକା ମଚାଇଥିଲେ । ପ୍ରଥମ ପର୍ଯ୍ୟାୟରେ ବିନେଶଙ୍କ ସାମ୍ନାରେ ରିଓ ଅଲମ୍ପିକର କାଂଶ୍ୟ ପଦକ ବଜେତା ସୋଫିଆ ମେଟସନ ଥିଲେ । କିନ୍ତୁ ବିନେଶ ୧୩-୦ ବହୁତ ବଡ ଅନ୍ତରରେ ତାଙ୍କୁ ଧୁଳି ଚଟାଇଥିଲେ । ଏବେ ଦ୍ୱିତୀୟ ପର୍ଯ୍ୟାୟରେ ୨୫ ବର୍ଷିୟ ଭାରତୀୟ ମଲ୍ଲଯୋଦ୍ଧାଙ୍କ ସାମ୍ନା ବିଶ୍ୱର ନମ୍ବର ୨. ରେ ଥିବା ଖେଳାଳୀ ମାୟୁ ମୁକେଦାଙ୍କ ସହିତ ହୋଇପାରେ । ଏହାପରେ କ୍ୱାଟର ଫାଇନାଲରେ ବିଶ୍ୱର ନମ୍ବର ୧.ରେ ଥିବା ଖେଳାଳୀ ବା ପୂର୍ବବର୍ତ୍ତି ଟୁର୍ଣ୍ଣାମେଣ୍ଟର ଉପବିଜେତା ସରାହ ଏନ୍ ହିଡ୍ଲରବ୍ରାଣ୍ଟଙ୍କ ବିପକ୍ଷରେ ରିଙ୍ଗକୁ ଓହ୍ଲାଇ ପାରନ୍ତି ।
୫୦ କିଗ୍ରାରୁ ଏବେ ୫୩ କିଗ୍ର୍ରା ଭାର ବର୍ଗରେ ରିଙ୍ଗକୁ ଓହ୍ଲାଇଛନ୍ତି ବିନେଶ । ବିନେଶ ୟାସର ଡାଗ, ପୋଲାଣ୍ଡ ଓପନ ଏବଂ ସ୍ପେନ୍ ଓପନରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ଏସିଆ ଚମ୍ପିଆନ୍ ର କାଂଶ୍ୟ ପଦକ ବିଜେତା ବିନେଶ ଏହାଛଡା ଡାନ କୋଲବ ଏବଂ ମେଦଭେଦ୍ ଇଣ୍ଟର ନ୍ୟାସନାଲ ଟୁର୍ଣ୍ଣାମେଣ୍ଟରେ ମଧ୍ୟ ରୌପ୍ୟ ପଦକ ହାସଲ କରିଥିଲେ ।

Related posts

ବିଶ୍ୱ କ୍ରୀଡ଼ାରେ ୧୫୦ ଟପିଲା ଭାରତର ପଦକ ସଂଖ୍ୟା

Odisha Sports Bureau

‘କିଡ୍ସ କାଟେଗୋରି’ରେ ଧ୍ରୁବ ମନୋଜ ଶୀର୍ଷ ସ୍ଥାନ ଅଧିକାର କରିଛନ୍ତି

Odisha Sports Bureau

ଯୁବ ସାଇକେଲିଷ୍ଟ୍ ଏସୋ ଅଲବେନ୍ ଜିତିଲେ ସ୍ୱର୍ଣ୍ଣ

Odisha Sports Bureau