More Sports

ପ୍ରୋ କବାଡ୍ଡୀ: ତାମିଲ ଥଲାଇବାଜକୁ ହରାଇଲା  ୟୁପି ଯେଦ୍ଧା

(ଓଡିଶା ସ୍ପୋର୍ଟସ): ୟୁପି ଯୋଦ୍ଧା ପ୍ରୋ କବାଡି ଲିଗରେ ଶନିବାରଦିନ ଥଲାଇବାଜକୁ ୪୨-୨୨ଅଙ୍କରେ ପରାସ୍ତ କରିଛି । ୟୁପି ପାଇଁ ଶ୍ରୀକାନ୍ତ ଜାଧବ ୮ରେଡ ଅଙ୍କ ହାସଲ କରିଛନ୍ତି, ଯେତେବେଳେ କି ସୁମିତ ୫ ଟେକଲ ଅଙ୍କ ସଂଗ୍ରହ କରିଥିଲା । ଥଲାଇବାଜ ଟିମର ରେଡର ରାହୁଲ ଚୌଧୁରୀ ୫ଟି ରେଡ ଅଙ୍କ ହାସଲ କରିଛନ୍ତି । ଅଙ୍କ ତାଲିକାରେ ୟୁପି ଯୋଦ୍ଦା ୧୭ଟି ମ୍ୟାଚ୍ ମଧ୍ୟରୁ ୯ଟି ମ୍ୟାଚରେ ବିଜୟ ହାସଲ କରି ୫୩ ଅଙ୍କ ସହିତ ଚତୁର୍ଥ ସ୍ଥାନରେ ରହିଛି । ସେହିପରି, ତାମିଲ ଥଲାଇବାଜ ଟିମ୍ କୁ୧୮ଟି ମ୍ୟାଚ୍ ରୁ ୧୨ଟିରେ ପରାଜୟର ସାମ୍ନା କରିବାକୁ ପଡିଛି ସେପଟେ ସପ୍ତମ ସିଜିନର ୧୦୦ତମ ମ୍ୟାଚରେ ଜୟପୁର ପିଙ୍କ୍ ପୈଥର୍ସ ଏବଂ ଗୁଜୁରାଟ ଫର୍ଚ୍ଚ୍ୟୁନଜାଇଣ୍ଟସଙ୍କ ମଧ୍ୟରେ ମୁକାବିଲା ୨୮-୨୮ରେ ଟାଇ ରହିଛି । ଦୁଇ ଟିମଙ୍କ ମଧ୍ୟରେ ଏହା ପ୍ରଥମ ଟାଇ ଅଟେ । ଜୟପୁର ପାଇଁ ବିଶାଲ ୯ଟି ଏବଂ ଦୀପକ ହୁଡ୍ଡା ୪ଟି ଅଙ୍କ ହାସଲ କରିଛନ୍ତି ।

Related posts

୪୫ କେଜି ବର୍ଗ ଭାରୋତ୍ତୋଳନରେ ବ୍ରୋଞ୍ଜ ପଦକ ହାସଲ କଲେ ଝିଲ୍ଲୀ ଦଳବେହେରା

Odisha Sports Bureau

ଜାପାନ ପାରାବ୍ୟାଡ଼ମିଣ୍ଟନ ଅନ୍ତର୍ଜାତୀୟ ଟୁର୍ନାମେଣ୍ଟ: ଓଡ଼ିଶାରୁ ପ୍ରମୋଦ ମନୋନୀତ

Odisha Sports Bureau

ନିଜ ରେକର୍ଡ ନିଜେ ଭାଙ୍ଗିଲେ ସୁନା ପୁଅ ନିରଜ

Odisha Sports Bureau