Wrestling

ବିଶ୍ୱ କୁସ୍ତି ଚମ୍ପିଆନସିପ ଫାଇନାଲରୁ ବାହାରିଲେ ଦୀପକ ପୁନିଆ

(ଓଡିଶା ସ୍ପୋର୍ଟସ): ବିଶ୍ଵ କୁସ୍ତି ଚମ୍ପିଆନସିପରେ ଭାରତକୁ ଲାଗିଛି ଜୋରଦାର ଝଟକା। ସ୍ଵର୍ଣ୍ଣ ପଦକ ପାଇଁ ରବିବାର ଦିନ କଜାକିସ୍ତାନର ନୁର ସୁଲତାନରେ ଚାଲିଥିବା ବିଶ୍ଵ କୁସ୍ତି ଚମ୍ପିଆନସିପରେ ମଇଦାନକୁ ଓହ୍ଲାଇବାବାକୁ ଥିବା ଦୀପକ ପୁନିଆ ଆହତ କାରଣରୁ ଫାଇନାଲ ମୁକାବିଲା ଖେଳି ପାରିବେ ନାହିଁ। ଫଳରେ ତାଙ୍କୁ ରୌପ୍ୟ ପଦକରେ ସନ୍ତୁଷ୍ଟ ହେବାକୁ ପଡ଼ିବ। ଦୀପକଙ୍କୁ ପୂର୍ବ ମୁକାବିଲାରେ ବାମ ଗୋଡ଼ ଓ ଆଖିରେ ଆଘାତ ଲାଗିଥିଲା। ଏହି କାରଣରୁ ଫାଇନାଲ ମୁକାବିଲା ଖେଳିବାକୁ ସେ ଅଯୋଗ୍ୟ ଘୋଷିତ ହୋଇଛନ୍ତି।

ଦୀପକ ପ୍ରଥମ ଥର ବିଶ୍ଵ ଚମ୍ପିଆନସିପକୁ ଓହ୍ଲାଇ ଫାଇନାଲରେ ପ୍ରବେଶ କରି ଇତିହାସ ରଚିଥିଲେ। ୨୦୧୬ରେ ବିଶ୍ଵ କ୍ୟାଡେଟ୍ ଟାଇଟଲ ନିଜ ନାମରେ କରିଥିବା ମଲ୍ଲଯୋଦ୍ଧା ଦୀପକ ପୁନିଆ କିଛି ଦିନ ପୂର୍ବେ ଜୁନିୟର ବିଶ୍ଵ ଚମ୍ପିଆନସିପରେ ସ୍ଵର୍ଣ୍ଣ ପଦକ ଜିତିଥିଲେ।

Related posts

ବ୍ରିଜଭୂଷଣଙ୍କୁ ସମନ: ଜୁଲାଇ ୧୮ରେ ହାଜର ହେବାକୁ କୋର୍ଟଙ୍କ ନିର୍ଦ୍ଦେଶ

ଜାତୀୟ ଭାରୋତ୍ତୋଳନ ଶିବିର ଦୁଇ ମାସ ମୁମ୍ବାଇକୁ ସ୍ଥାନାନ୍ତର

Odisha Sports Bureau

ଫେବ୍ରୁଆରି ୧୮ରୁ ଏସୀୟ କୁସ୍ତି ପ୍ରତିଯୋଗିତା

Odisha Sports Bureau