More Sports

ଏସିଆ ଚମ୍ପିଆନଶିପରେ ଦୁଇଟି ସ୍ୱର୍ଣ୍ଣ ପଦକ ଜିତିଲେ କୁଶାଗ୍ର ରାୱତ

(ଓଡିଶା ସ୍ପୋର୍ଟସ): ଭାରତୀୟ ସନ୍ତରଣକାରୀ କୁଶାଗ୍ର ରାୱତ ୧୦ତମ ଏସିଆ ଯୁବ ବର୍ଗ ସନ୍ତରଣ ଚମ୍ପିଆନସିପ୍ ପ୍ରଥମ ଦିନରେ ବ୍ୟକ୍ତିଗତ ବିଭାଗରେ ଦୁଇଟି ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ରାୱତ ପୁରୁଷ ୨୦୦ ମିଟର ଫ୍ରିଷ୍ଟାଇଲ ବିଭାଗରେ ୧ ମିନିଟ୍ ୫୨.୩୦ ସେକେଣ୍ଡ ସମୟ ସହିତ ସ୍ୱର୍ଣ୍ଣ ପଦ୍ ହାସଲ କରିଛନ୍ତି । ଭାରତର ଆନନ୍ଦ ଅନିଲ କୁମାର ୧ ମିନିଟ୍ ୫୪.୧୯ ସେକେଣ୍ଡ ସମୟ ନେଇ ତୃତୀୟ ସ୍ଥାନରେ ରହିଛନ୍ତି । ସିରିଆର ଅବ୍ୱାସ ଉମର ରାୱତଙ୍କ ଠାରୁ କିଛି ସେକେଣ୍ଡ୍ ପଛରେ ରହି ରୌପ୍ୟ ପଦକ ହାସଲ କରିଛନ୍ତି ।

ସେ ଏହା ସହିତ ୮୦୦ମିଟର ଫ୍ରିଷ୍ଟାଇଲ ଟୁର୍ଣ୍ଣାମେଣ୍ଟରେ ୮ ମିନିଟ୍ ୧୦.୦୫ ସେକେଣ୍ଡ ସମୟ ନେଇ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ଚୀନ ତାଇପେର ଚାଙ୍ଗ୍ ଚେଙ୍ଗ୍ ଲିଭେଇ ଦ୍ୱିତୀୟ ଏବଂ ଉମର ତୃତୀୟ ସ୍ଥାନରେ ରହିଛନ୍ତି । ଶସୱାନ ଗାଙ୍ଗୁଲି ବାଳକ ବର୍ଗର ଗ୍ରୁପ୍ ଦୁଇରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି ।

ଚାରିଗୁଣା ୧୦୦ ମିଟର ଫ୍ରିଷ୍ଟାଇଲ୍ ରିଲେ ରେ ରୌପ୍ୟ ପଦକ ଜିତିଥିବା ଭାରତୀୟ ଟିମ୍ ଅଂଶ ଥିଲେ । ଶ୍ରୀହରି ନଟରାଜ ଏବଂ ମାନା ପଟେଲ ଏହା ପରେ ୫୦ ମିଟର ଟୁର୍ଣ୍ଣାମେଣ୍ଟରେ ଭଲ ପ୍ରଦର୍ଶନ କରି ପ୍ରଥମ ଦିନରେ ଭାରତର ସ୍ୱର୍ଣ୍ଣ ପଦକ ସଂଖ୍ୟା ୬ରେ ପହଞ୍ଚିଛି । ଶ୍ରୀହରି ପୁରୁଷ ବର୍ଗରେ ୨୫.୩୦ ସେକେଣ୍ଡ୍ ର ସମୟ ନେଇଥିଲେ ଯେତେବେଳେ କି ମହିଳା ବିଭାଗରେ ମାନା ୨୯.୯୨ ମିନିଟ୍ ସମୟ ନେଇଥିଲେ । ଭାରତର ଶିର୍ଷ ସ୍ଥାନରେ ଥିବା ସନ୍ତରଣକାରି ସଜନ ପ୍ରକାଶ ୨୦୦ ମିଟର ବ୍ୟକ୍ତିଗତ ଟୁର୍ଣ୍ଣାମେଣ୍ଟରେ ରୌପ୍ୟ ପଦକ ହାସଲ କରିଛନ୍ତି । ଲିକତ୍ ସେଲଭରାଜ ୧୦୦ ମିଟର ବ୍ରେକ୍ଷ୍ଟ୍ରୋକ୍ ରେ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି । ୧୦୦ ମିଟର ପୁରୁଷ ଫ୍ରି-ଷ୍ଟାଇଲରେ ସ୍ୱର୍ଣ୍ଣ ପଦକ ହାସଲ କରିନେଇଛନ୍ତି ।

Related posts

ଖୁବ୍ ଶୀଘ୍ର ଭାରତ ଫେରିପାରନ୍ତି ରାଇଡର ସନ୍ତୋଷ

Odisha Sports Bureau

କାର୍ନି ସିଂ ଶୁଟିଂ ରେଞ୍ଜରେ ମାରପିଟ

Odisha Sports Bureau

ରାନୀ ରାମପାଲଙ୍କୁ ‘ୱାର୍ଲ୍ଡ ଗେମ୍ସ ଆଥଲେଟ୍ ଅଫ୍ ଦି ଇୟର୍’ ପୁରସ୍କାର

Odisha Sports Bureau