Swimming

୫୦ ମିଟର ଫ୍ରିଷ୍ଟାଇଲରେ ଗୋଲ୍ଡ ଜିତିଲେ ବିରଧବଲ

(ଓଡିଶା ସ୍ପୋର୍ଟସ): ବିରଧବଲ ଖାଡେ ୧୦ତମ ଏସିଆ ଏଜ୍ ଗ୍ରୁପ୍ ଚମ୍ପିଆନସିପ୍ ରେ ବୁଧବାର ଦିନ ଭାରତ ପାଇଁ ସ୍ୱର୍ଣ୍ଣ ପଦକ ଜିତିଛନ୍ତି, କିନ୍ତୁ ସେ ପୁରୁଷ ୫୦ ମିଟର ଫ୍ରୀଷ୍ଟାଇଲରେ ଅଲମ୍ପିକ୍ ‘ଏ’ କ୍ୱାଲିଫ୍କେଶନ ମାର୍କ ହାସଲ କରିପାରି ନାହାଁନ୍ତି । ସେ ୨୨.୫୯ର ସମୟ ନେଇ ଉଜବେକିସ୍ତାନର ଖୁର୍ଶିଦଜାନ ତୁରସୁନୋଭ(୨୨.୯୨ ସେକେଣ୍ଡ) ଏବଂ ଇରାନର ଘାରେହସାନଲୁ ବେନୟାମିନି(୨୩.୨୩ ସେକେଣ୍ଡ)ଙ୍କ ଠାରୁ ଆଗରେ ରହିଥିଲେ । ଏସିଆ ଖେଳ ୨୦୧୦ରେ ବ୍ରୋଞ୍ଜ ପଦକ ବିଜେତା ଖାଡେ ଏହା ପରେ ମଧ୍ୟ ଅଲମ୍ପିକ୍ ‘ଏ’ କ୍ୱାଲିଫକେସନ ମାର୍କ ହାସଲ କରିବାରେ ଅସଫଳ ରହିଛନ୍ତ, ଯାହା ଅଲମ୍ପିକ୍ ପାଇଁ ୨୨.୦୧ ସେକେଣ୍ଡ ରହିଥିଲା । ଏହି ମାସର ପ୍ରାରମ୍ଭରେ ଖାଡେ ରାଷ୍ଟ୍ରିୟ ଚମ୍ପିଆନସିପର ଏହି ବିଭାଗରେ ୨୨-୪୪ ସେକେଣ୍ଡ୍ ସମୟ ନେଇଥିଲେ । ଏହା ମଧ୍ୟରେ ସଜନ ପ୍ରକାଶ ପୁରୁଷ ୧୦୦ ମିଟର ବଟରଫ୍ଲାଇରେ ୫୪.୪୨ ସେକେଣ୍ଡ୍ ସହିତ ନିଜର ଦ୍ୱିତୀୟ ରୌପ୍ୟ ପଦକ ହାସଲ କରିଥିଲେ । ଥାଇଲାଣ୍ଡର ୱାଙ୍ଗଜରନ ନଭାପଟ(୫୪.୦୬)ରେ ସ୍ୱର୍ଣ୍ଣ ଏବଂ କୁୱାଟି ମହାହ କ୍ୱାଲି ଅବ୍ୱାସ(୫୫.୧୦) ବ୍ରୋଞ୍ଜ ହାସଲ କରିଥିଲେ । କୁସାଗ୍ର ରାୱତ ୧୫୦୦ ମିଟରରେ ୧୫ ମିନିଟ୍ ୪୧.୫୪ ସେକେଣ୍ଡ ସହିତ ଅତି ସହଜରେ ନିଜର ତୃଁତୀୟ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ଚୀନର ଚାଙ୍ଗ ଚେଙ୍ଗ ଲି ୱେଇ ଦ୍ୱିତୀୟ ଏବଂ ଥାଇଲାଣ୍ଡର କିଟିୟା ତନାକୃତ ତୃତୀୟ ସ୍ଥାନରେ ରହିଛନ୍ତି । ଲିଖିତ ଲେଖରାଜ ୫୦ ମିଟର ବ୍ରେଷ୍ଟଷ୍ଟ୍ରୋକ୍ ରେ ବ୍ରୋଞ୍ଜ ଜିତିଛନ୍ତି, ସୋଆନ ଗାଙ୍ଗୁଲି ବାଳକ ୪୦୦ ମିଟର ଫ୍ରିଷ୍ଟାଇଲରେ ରୌପ୍ୟ ପଦକ ହାସଲ କରିଛନ୍ତି ।

Related posts

ଜାତୀୟ ସନ୍ତରଣ ପ୍ରତିଯୋଗିତା : କର୍ଣ୍ଣାଟକ ହେଲା ଚମ୍ପିୟାନ୍, ଓଡ଼ିଶା ପାଇଁ ସ୍ବର୍ଣ୍ଣ ପଦକ ଜିତିଲେ ମନ୍ନତା

Odisha Sports Bureau

ପୁଣି ଆଉ ଏକ ସ୍ୱର୍ଣ୍ଣ ଜିତି ଦେଶ ପାଇଁ ଗୌରଣ ଆଣିଲେ ସାଇ ସ୍ୱରୂପ

Odisha Sports Bureau

ତୃତୀୟ ଥର ପାଇଁ ଓଡ଼ିଶାରେ ଆୟୋଜିତ ହେବ ଜାତୀୟ ସନ୍ତରଣ ପ୍ରତିଯୋଗିତା

Odisha Sports Bureau