More Sports

ମ୍ୟାରୀଙ୍କ ପରେ ବିଶ୍ୱ ବକ୍ସିଂ ଚାମ୍ପିୟନଶିପରେ ମଞ୍ଜୁ,ଯମୁନା,ଲୋଭଲିନା

(ଓଡିଶା ସ୍ପୋର୍ଟସ): ମ୍ୟାରୀ କମଙ୍କ ପରେ ଚଳିତ ମହିଳା ବିଶ୍ୱ ବକ୍ସିଂ ଚାମ୍ପିୟନଶିପରେ ଗୁରୁବାର ମଞ୍ଜୁ ରାନୀ, ଡେବ୍ୟୁଟାଣ୍ଟ ଯମୁନା ବୋରୋ ଏବଂ ଲୋଭଲିନା ବୋର୍ଗୋହେନ୍ ମଧ୍ୟ ଚାମ୍ପିୟନଶିପର ସେମିଫାଇନାଲରେ ପ୍ରବେଶ କରି ପଦକ ନିଶ୍ଚିତ କରିଛନ୍ତି। ଭାରତର ଆଉ ତିନି ବ୍ରୋଞ୍ଜ ପଦକ ପକ୍କା ହୋଇଛି।
୨୨ ବର୍ଷୀୟ ଯମୁନା ୫୪ କେଜି ବର୍ଗର କ୍ୱାର୍ଟରଫାଇନାଲରେ ଜର୍ମାନୀର ଉର୍ସୁଲା ଗୋଟ୍ଟଲବଙ୍କୁ ୪-୧ ପଏଣ୍ଟରେ ପରାସ୍ତ କରିଛନ୍ତି। ଏହା ପୂର୍ବରୁ ଯମୁନା ଆଲଜେରିଆର ଆଫ୍ରିକାନ୍ ଗେମ୍ସ ସ୍ୱର୍ଣ୍ଣ ପଦକ ବିଜେତାଙ୍କୁ ୫-୦ରେ ହରାଇ ଅନ୍ତିମ-୮ରେ ପହଞ୍ଚିଥିଲେ।
ମଞ୍ଜୁ ରାନୀ ଅନ୍ତିମ-୮ରେ ଉତ୍ତର କୋରିଆର କିମ୍ ହ୍ୟାଙ୍ଗ୍-ମି’ଙ୍କୁ ହରାଇ ୪୮ କେଜି ବର୍ଗରେ ଭାରତ ପାଇଁ ପଦକ ପକ୍କା କରିଛନ୍ତି। ସେହିପରି ଲୋଭଲିନା ୬୯ କେଜି ବର୍ଗର କ୍ୱାର୍ଟର୍ ମୁକାବିଲାରେ ପୋଲାଣ୍ଡର କାରୋଲିନା କୋଜେସ୍କାଙ୍କୁ ୪-୧ରେ ହରାଇ ସେମିଫାଇନାଲରେ ପ୍ରବେଶ କରିଛନ୍ତି।

Related posts

ରାଜ୍ୟଗୋଷ୍ଠୀ ହକି ଦଳରେ ସ୍ଥାନ ପାଇଲେ ଏକମାତ୍ର ଓଡ଼ିଆ ଅମିତ

ଅଣ୍ଡର-୧୭ ହକୀରେ ଚଣ୍ଡିଗଡ ଏବଂ ହରିଆଣାକୁ ସ୍ୱର୍ଣ୍ଣ

Odisha Sports Bureau

ଅଶ୍ୱଚାଳନାରେ ଭାରତକୁୁ ସ୍ୱର୍ଣ୍ଣ , ଭାରତର ୩ୟ ସ୍ୱର୍ଣ୍ଣ

Odisha Sports Bureau