Cricket

ଅଲରାଉଣ୍ଡର କୈଲିସଙ୍କ ପରି ଖେଳାଳି ଅଦ୍ୱିତୀୟ

(ଓଡିଶା ସ୍ପୋର୍ଟସ ): ଭୁବନେଶ୍ୱର: ଜେକ୍ସ କୈଲିସ, ଏମିତି ଜେଣ କ୍ରିକେଟ ଖେଳାଳି, ଯିଏ ଉଭୟ ବଲ ବାଟରେ ବିରୋଧୀଙ୍କ ଉପରେ ତୁଫାନ ହୋଇ ଆକ୍ରମଣ କରୁଥିଲେ । ଯେଉଁ ସମୟରେ ଦକ୍ଷିଣ ଅ।।ଫ୍ରିକାର ଟିମ ନିଜ ପୁରା ଫର୍ମରେ ଥିଲା, ସେତେବେଳେ କୈଲିସ ତାର ମଙ୍ଗ ଧରିଥିଲେ । ୧୬ ଅକ୍ଟୋବର ୧୯୭୫ରେ ଜନ୍ମିତ ଏହି ୪୪ ବର୍ଷୀୟ ଏହି କ୍ରିକେଟର ତାଙ୍କ ଜନ୍ମଦିନ ପାଳନ କରୁଛନ୍ତି । ଆସନ୍ତୁ ତାଙ୍କ ସମ୍ପର୍କରେ ଥିବା କିଛି ରହସ୍ୟ ଉପରୁ ପରଦା ଉଠାଇବା ।
କୈଲିସ ତାଙ୍କ ପିତାଙ୍କର ଅତି ଅନ୍ତରଙ୍ଗ ଥିଲେ । ତେଣୁ ଏମିତି ଏକ ସମୟ ଥିଲା ସେ କ୍ରିକେଟଠାରୁ ଦୂରେଇ ଯାଇଥିଲେ । କୈଲିସଙ୍କ ପିତା କର୍କଟ ରୋଗରେ ପୀଡିତ ଥିଲେ । ତେଣୁ ସେ ତାଙ୍କ ଭବିଷ୍ୟତକୁ ପଛରେ ପକାଇ ପୁତ୍ର ଧର୍ମ ନିର୍ବାହ କରିଥିଲେ । କିନ୍ତୁ ସେ ପିତାଙ୍କୁ ବଞ୍ଚାଇ ପାରି ନ ଥିଲେ । ତାଙ୍କ ପିତାଙ୍କ ମୃତ୍ୟୁ ୬୫ ବର୍ଷ ବୟସରଙ୍କ ହୋଇଥିଲା । ଏହାପରେ କୈଲିସ ତାଙ୍କ ଜର୍ଶିର ନମ୍ବରକୁ ବଦଳାଇ ୬୫ କରିଥିଲେ । ନିଜର ସ୍ଥିରତା ପାଇଁ ପରିଚିତ ଥିଲେ କୈଲିସ । ସେ ଥରେ କ୍ରିଜରେ ଠାକିଗଲେ ତାଙ୍କୁ ଆଉଟ କରିବା ବିପକ୍ଷଙ୍କ ପାଇଁ ନାକେଦମ ହେଉଥିଲା । ଟେଷ୍ଟ କ୍ୟାରିୟରରୁ ଖେଳ ଆରମ୍ଭ କରିଥିବା କୈଳିସ ସବୁ ଫର୍ମାଟରେ ବାଦସାହ ଥିଲେ । ୫୧୯, ମ୍ୟାଚରେ ସେ ୨୫ ହଜାରରୁ ଅଧିକ ରନ ଓ ୫୭୭ ୱିକେଟ ନେଇଛନ୍ତି । ୫୭୭ ୱିକେଟରୁ ପ୍ରାୟ ୩୫୦ଟି କ୍ୟାଚ ରହିଛି । ତାଙ୍କପରି ଖେଳାଳି ମିଳିବା ଅସମ୍ଭବ କହିଲେ ଭୁଲ ହେବ ନାହିଁ ।

Related posts

ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ଲକ୍ଷ୍ନୌ ସୁପର ଜାଏଣ୍ଟସ ମଧ୍ୟରେ ହେବ ମହା ମୁକାବିଲା

Odisha Sports Bureau

ଲାଗାତାର ୧୦୦ ଟେଷ୍ଟ ଖେଳି ଇତିହାସ ରଚିଲେ ଲିୟନ

ମ୍ୟାଚ ଦେଖିବାକୁ ଆସି ପ୍ରେମରେ ପଡିଲେ, ଗୋପନରେ ବିବାହ କଲେ କ୍ରିକେଟର

Odisha Sports Bureau