Badminton

ଫ୍ରେଞ୍ଚ୍‌ ଓପନ ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟ: ତାଇ ଜୁ ୟିଙ୍ଗ୍‌ଠାରୁ ପରାସ୍ତ ହେଲେ ସିନ୍ଧୁ

(ଓଡ଼ିଶା ସ୍ପାର୍ଟସ): ଫ୍ରେଞ୍ଚ୍‌ ଓପନ ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟରୁ ଆଉ ଜଣେ ଭାରତୀୟ ମହିଳା ତାରକା ବିଦାୟ ନେଇଛନ୍ତି। ସାଇନା ନେହ୍ବାଲଙ୍କ ପରେ ପି.ଭି. ସିନ୍ଧୁ ମଧ୍ୟ ବିଦାୟ ନେଇଛନ୍ତି। ଅଲିମ୍ପିକ୍ସ ରୌପ୍ୟ ପଦକ ବିଜୟିନୀ ସିନ୍ଧୁ ଶନିବାର ଅନୁଷ୍ଠିତ କ୍ୱାର୍ଟର ଫାଇନାଲରେ ଟପ୍‌ ସିଡ୍‌ ଚାଇନିଜ ତାଇପେ ଖେଳାଳି ତାଇ ଜୁ ୟିଙ୍ଗ୍‌ଠାରୁ ପରାସ୍ତ ହୋଇଛନ୍ତି। ମହିଳା ସିଙ୍ଗଲ୍ସରେ ପଞ୍ଚମ ସିଡ ଖେଳାଳି ସିନ୍ଧୁ ୧୬- ୨୧, ୨୬- ୨୪, ୧୭- ୨ରେ ବିଶ୍ୱର ୧ ନମ୍ବର ଖେଳାଳି ତାଇଙ୍କଠାରୁ ପରାସ୍ତ ହୋଇଛନ୍ତି। ଏହି ମ୍ୟାଚ୍‌ରେ ଜବରଦସ୍ତ ସଂଘର୍ଷ ଦେଖିବାକୁ ମିଳିଥିଲା। ବିଜୟୀ ହେବାକୁ ତାଇଙ୍କୁ ଏକ ଘଣ୍ଟା ୧୫ ମିନିଟି ସମୟ ଆବଶ୍ୟକ ହୋଇଥିଲା। ଏପର୍ୟ୍ୟନ୍ତ ସିନ୍ଧୁ ଓ ତାଇ ପରସ୍ପରକୁ ୧୫ଟି ମ୍ୟାଚ୍‌ରେ ଭେଟିଛନ୍ତି। ଏଥିରେ ତାଇ ୧୦ଟିରେ ବିଜୟୀ ହୋଇଥିବା ବେଳେ ସିନ୍ଧୁ ୫ଟିରେ ବିଜୟୀ ହୋଇଛନ୍ତି।
ଗତ ଅଗଷ୍ଟରେ ସିନ୍ଧୁ ଶେଷଥର ପାଇଁ ବିଶ୍ୱ ଚାମ୍ପିୟନଶିପ୍‌ ତାଇଙ୍କୁ ହରାଇଥିଲେ ଓ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ। ୨୪ ବର୍ଷୀୟା ସିନ୍ଧୁ ୨୦୧୬ ଅଲିମ୍ପିକ୍ସରେ ତାଇଙ୍କୁ ମଧ୍ୟ ପରାସ୍ତ କରିଥିଲେ। ବିଶ୍ୱ ଚାମ୍ପିୟନଶିପ୍‌ ସଫଳତା ଓ ଅଗଷ୍ଟରେ ସୁଇଜରଲାଣ୍ଡ ଓପନ୍‌ରେ ବିଜୟ ପରେ ସିନ୍ଧୁ ଏଥିସହିତ କ୍ରମାଗତ ଚତୁର୍ଥ ଥର ପାଇଁ କୌଣସି ଟୁର୍ନାମେଣ୍ଟରେ ଆଗୁଆ ବିଦାୟ ନେଇଛନ୍ତି। ଫର୍ମ ଫେରିପାଇବାକୁ ସିନ୍ଧୁ ଏବେ ସଂଘର୍ଷ କରୁଛନ୍ତି। ଗତମାସ କୋରିଆ ଓପନରେ ସିନ୍ଧୁ ପ୍ରଥମ ରାଉଣ୍ଡରେ ପରାସ୍ତ ହୋଇ ବିଦାୟ ନେଇଥିଲେ। ଏହାପରେ ସେ ଡେନ୍‌ମାର୍କ ଓପନରେ ମଧ୍ୟ ପରାସ୍ତ ହୋଇଥିଲେ। ଶୁକ୍ରବାର ସାଇନା ନେହ୍ବାଲ କ୍ୱାର୍ଟର ଫାଇନାଲରେ କୋରିଆର ଅନ ସେ ୟଙ୍ଗ୍‌ଠାରୁ ପରାସ୍ତ ହୋଇ ବିଦାୟ ନେଇଥିଲେ।

Related posts

ବିଶ୍ୱ ବ୍ୟାଡ୍‌ମିଣ୍ଟନ ର଼୍ୟାଙ୍କିଙ୍ଗ: ପୁରୁଷ ସିଙ୍ଗଲ୍ସ ଟପ୍‌-୧୦ରେ ଭାରତର ପ୍ରଣୀଥ

Odisha Sports Bureau

ଥାଇଲାଣ୍ଡ ଓପନ୍ ବ୍ୟାଡମିଣ୍ଟନ୍: ସାତ୍ତ୍ୱିକ୍-ଚିରାଗଙ୍କୁ ଡବଲ୍ଡ ଟାଇଟଲ

Odisha Sports Bureau

ପଦ ପକ୍କା କଲେ ପ୍ରମୋଦ,ବ୍ରାଜିଲ ଯୋଡିକୁ ପରାସ୍ତ କରି କ୍ବାର୍ଟର ଫାଇନାଲରେ

Odisha Sports Bureau