Hockey

ହକି: ଅଲିମ୍ପିକ ଯୋଗ୍ୟତା ହାସଲ ପାଇଁ ଆସନ୍ତାକାଲି ଋଷକୁ ଭେଟିବ ଭାରତ

(ଓଡିଶା ସ୍ପୋର୍ଟସ):  ଆସନ୍ତାକାଲି ଭାରତୀୟ ପୁରୁଷ ହକି ଦଳ ଅଲିମ୍ପିକ ଯୋଗ୍ୟତା ହାସଲ କରିବା ପାଇଁ କଳିଙ୍ଗ ଷ୍ଟାଡିୟମରେ ଋଷ ସହ ମୁକାବିଲା କରିବ । ଦୁଇ ଦିନ ଧରି ଦୁଇଟି ପର୍ଯ୍ୟାୟରେ ହେବାକୁ ଥିବା ମ୍ୟାଚରେ ଭାରତକୁ ଋଷକୁ ହାଲୁକା ଭାବେ ନ ନେଇ ନିଜର ସାମର୍ଥ୍ୟ ଅନୁରୂପ ପ୍ରଦର୍ଶନ କରିବାକୁ ପଡିବ । ଅନ୍ୟପକ୍ଷେ ମହିଳା ଦଳକୁ ଆମେରିକାର କଡା ଚ୍ୟାଲେଞ୍ଜର ସମ୍ମୁଖୀନ ହେବାକୁ ପଡିବ । ଉଭୟ ପୁରୁଷ ଓ ମହିଳା ଭାରତୀୟ ହକି ଦଳ ୨୦୨୦ ଟୋକିଓ ଅଲିମ୍ପିକ୍ସରେ ପ୍ରବେଶ ପାଇଁ କେବଳ ଦୁଇଟି ମ୍ୟାଚ ଦୁରରେ ରହିଛି । ଦଳର ଅଧିନାୟକ ମନପ୍ରୀତ ସିଂହଙ୍କ ନେତୃତ୍ୱାଧୀନରେ ଆସନ୍ତାକାଲି ସନ୍ଧ୍ୟା ୮ଟାରେ କଳିଙ୍ଗ ଷ୍ଟାଡିୟମରେ ଋଷକୁ ଭେଟିବ ।
ଉଭୟ ଦଳ ଶୁକ୍ରବାର ଓ ଶନିବାର କ୍ରମାଗତ ଦୁଇଟି ମ୍ୟାଚ ଖେଳିବେ । ଦୁଇ ମ୍ୟାଚର ମୁକାବିଲାରେ ବିଜେତା ଦଳ ୨୦୨୦ ଟୋକିଓ ଅଲିମ୍ପିକ୍ସ ପାଇଁ ନିଜର ସ୍ଥାନ ସୁନିଶ୍ଚିତ କରିନେବ । ବିଶ୍ୱ ମାନ୍ୟତାରେ ପଞ୍ଚମ ସ୍ଥାନରେ ଥିବା ଭାରତ ଋଷକୁ ସହଜରେ ପରାସ୍ତ କରିପାରିବ ବୋଲି ହକି ପ୍ରେମୀମାନେ ଆଶା ରଖିଛନ୍ତି । ଗୋଟିଏ ମ୍ୟାଚରେ ହାରିଲେ ଭାରତର ଅଲିମ୍ପିକ ସ୍ୱପ୍ନ ଧୁଳିସାତ ହୋଇଯିବ ବୋଲି କୋଚ ଗ୍ରାହମ ରିଡ ବେଶ ଭଲ ଭାବେ ଜାଣିଛନ୍ତି । ତେଣୁ ଭାରତୀୟ ଦଳକୁ ଦୁଇଟି ମ୍ୟାଚରେ ନିଶ୍ଚିତ ବିଜୟ ହାସଲ କରିବାକୁ ଯଥାସାଧ୍ୟ ଚେଷ୍ଟା କରିବାକୁ ପଡିବ ।

Related posts

ଆଜି ଅଷ୍ଟ୍ରେଲିଆ-ଇଂଲଣ୍ଡ, ଚୀନ-ଆୟର୍ଲାଣ୍ଡ୍ ମୁହାଁ ମୁହିଁ

Odisha Sports Bureau

କଂଗ୍ରେସରେ ଯୋଗ ଦେଲେ ହକି ତାରକା

Odisha Sports Bureau

ଆଜି କଳିଙ୍ଗରେ କଡ଼ା ଟକ୍କର: ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯିବ ପ୍ରଥମ ମ୍ୟାଚ

Odisha Sports Bureau