Cricket

ସିରିଜ ହାତେଇଲା ଅଷ୍ଟ୍ରେଲିଆ

(ଓଡ଼ିଶା ସ୍ପୋର୍ଟସ ): ଶ୍ରୀଲଙ୍କା ବିପକ୍ଷ ଟ୍ବେଣ୍ଟି୨୦ ମ୍ୟାଚ୍‌ର ୩ୟ ତଥା ଅନ୍ତିମ ମ୍ୟାଚରେ ଶ୍ରୀଲଙ୍କାକୁ ୭ ୱିକେଟରେ ଅଷ୍ଟ୍ରେଲିଆ ପରାସ୍ତ କରିଛି। କୁଶଳ ପରେରାଙ୍କ ଅର୍ଦ୍ଧଶତକ ବଳରେ ପ୍ରଥମେ ବ୍ୟାଟିଂକରି ଶ୍ରୀଲଙ୍କା ୫୦ ଓଭର ‌ଶେଷରେ ୬ ୱିକେଟରେ ୧୪୨ ରନ୍ କରି ପାରିଥିଲା। ପରେ ୱାର୍ଣ୍ଣରଙ୍କ ଅପରାଜିତ ଅର୍ଦ୍ଧଶତକ ବଳରେ ୧୭.୪ ଓଭରରେ ୩ ୱିକେଟ ହରାଇ ଅଷ୍ଟ୍ରେଲିଆ ବିଜୟୀ ହୋଇଥିଲା। ଏହି ବିଜୟ ଫଳରେ ୩ ମ୍ୟାଚ୍‌ର ଟ୍ବେଣ୍ଟି୨୦ ସିରିଜ୍‌କୁ ଅଷ୍ଟ୍ରେଲିଆ ୩-୦ରେ ପୋଛିନେଇଛି।
ଅଷ୍ଟ୍ରେଲିଆ ଟସ୍ ଜିତି ଫିଲ୍‌ଡିଂର ନିଷ୍ପତ୍ତି ନେବା ପରେ ଶ୍ରୀଲଙ୍କା ମାତ୍ର ୩୩ ରନ୍‌ରେ ଉଭୟ ଓପ୍‌ନରଙ୍କୁ ହରାଇଥିଲା। ନିରୋଶନ୍ ଡିକ୍‌ୱେଲା ବିନା ସ୍କୋର୍‌ରେ ଆଉଟ ହୋଇଥିବା ବେଳେ କୁଶଳ ମେଣ୍ଡିସ୍ ୧୩ ରନ୍‌କରି ବିଦାୟ ନେଇଥିଲେ। ୩ୟ ୱିକେଟ ପାଇଁ କୁଶଳ ପରେରା ଓ ଅଭିକ୍ଷା ଫର୍ଣ୍ଣାଣ୍ଡୋ ୪୩ ରନ୍ ଯୋଡ଼ିଥିଲେ। ଫର୍ଣ୍ଣାଣ୍ଡୋ ୨୨ ବଲ୍‌ରୁ ୨୦ ରନ୍ କରିଥିଲେ। ଓସାଡା ଫର୍ଣ୍ଣାଣ୍ଡୋ ୬ ଓ ସେହାନ୍ ଜୟସୂରିୟା ୧୨ ରନ୍ କରିଥିଲେ। ବାମହାତି କୁଶଳ ପରେରା ୪୫ ବଲ୍‌ରୁ ଗୋଟିଏ ଛକା ଓ ୪ଟି ଚୌକା ସହ ୫୭ ରନ୍ କରିଥିଲେ। ଘରୋଇ ଦଳର ୩ ଫାଷ୍ଟବୋଲର ମିଚେଲ ଷ୍ଟାର୍କ, କେନ୍ ରିଚାର୍ଡସନ୍ ଓ ପ୍ୟାଟ୍ କମିନ୍‌ସ ୨ଟି ଲେଖାଏଁ ୱିକେଟ ପାଇଥିଲେ। ଦୃଢ଼ତାର ସହ ଅଷ୍ଟ୍ରେଲିଆ ୧୪୩ ରନ୍‌ ବିଜୟଲକ୍ଷ୍ୟର ପିଛା ଆରମ୍ଭ କରିଥିଲା। ଓପ୍‌ନିଂ ଯୋଡ଼ିରେ କଙ୍ଗାରୁଦଳ ୯ମ ଓଭରରେ ୬୯ ରନ୍‌ ଯୋଗ କରିଥିଲେ। ଅଧିନାୟକ ଆରୋନ୍ ଫିଞ୍ଚ୍ ୨୫ ବଲ୍‌ରୁ ୩ଟି ଛକା ଓ ଗୋଟିଏ ଚୌକା ସହ ୩୭ ରନ୍‌କରି ଆଉଟ ହୋଇଥିଲେ। ଷ୍ଟିଭେନ୍ ସ୍ମିଥ୍ ୯ ବଲ୍‌ରୁ ୨ଟି ଚୌକା ସହ ୧୩ ରନ୍ କରିଥିଲେ। ବେନ୍ ମ୍ୟାକ୍‌ଡରମଟ୍‌ ୫ ରନ୍ କରି ପାରିଥିଲେ। ୯୯ ରନ୍‌ରେ ୩ଟି ୱିକେଟ ପଡ଼ିଯିବା ପରେ ଡେଭିଡ୍‌ ୱାର୍ଣ୍ଣର ଓ ଆଷ୍ଟନ୍ ଟର୍ନର ଆଉ ୱିକେଟ ପଡ଼ିବାକୁ ଦେଇନଥିଲେ। ଟର୍ନର ୧୫ ବଲ୍‌ରୁ ୨ଟି ଛକା ସହ ୨୨ ରନ୍ କରିଥିଲେ। ବାମହାତି ଡେଭିଡ୍ ୱାର୍ଣ୍ଣର ୫୦ ବଲ୍‌ରୁ ଗୋଟିଏ ଛକା ଓ ୪ଟି ଚୌକା ସହ ୫୭ ରନ୍‌କରି ଅପରାଜିତ ଥିଲେ। ୱାର୍ଣ୍ଣର ଏହି ସିରିଜ୍‌ରେ ଆଦୌ ଆଉଟ୍‌ ନ ହୋଇ ୨୧୭ ରନ୍ କରିଛନ୍ତି। ୱାର୍ଣ୍ଣର ପ୍ଲେୟର ଅଫ୍ ଦି ମ୍ୟାଚ୍ ଓ ପ୍ଲେୟର ଅଫ୍ ଦି ସିରିଜ୍ ହୋଇଥିଲେ।

Related posts

ଟି-୨୦ ବିଶ୍ଵକପ୍ ଖେଳିବନି ବାଂଲାଦେଶ, ରୋକଠକ୍ କରିଦେଲା ମନା

Odisha Sports Bureau

ଦ୍ୱିତୀୟ ଟେଷ୍ଟ,ଟସ ଜିତି ଭାରତର ବ୍ୟାଟିଂ

Odisha Sports Bureau

ସିରିଜ ଜିତି ଇତିହାସ ରଚିଲା ଟିମ ଇଣ୍ଡିଆ, ଧୋନି ଓ ଚହଲଙ୍କ କମାଲ

Odisha Sports Bureau