More Sports

ଜାପାନ ପାରାବ୍ୟାଡ଼ମିଣ୍ଟନ ଅନ୍ତର୍ଜାତୀୟ ଟୁର୍ନାମେଣ୍ଟ: ଓଡ଼ିଶାରୁ ପ୍ରମୋଦ ମନୋନୀତ

(ଓଡ଼ିଶା ସ୍ପୋର୍ଡ଼ସ ): ଜାପାନ ପାରାବ୍ୟାଡ୍‌ମିଣ୍ଟନ ଅନ୍ତର୍ଜାତୀୟ ଟୁର୍ନାମେଣ୍ଟ ଚଳିତମାସ ୧୩ରୁ ୧୭ ପର୍ୟ୍ୟନ୍ତ ଅନୁଷ୍ଠିତ ହେବ। ଏହା ଜାପାନର ଟୋକିଓସ୍ଥିତ ୨୦୨୦ ପାରାଅଲିମ୍ପିକ୍‌ ଗେମ୍‌ ପାଇଁ ଉଦ୍ଦିଷ୍ଟ ଷ୍ଟାଡିୟମରେ ଆୟୋଜିତ ହେବ। ଏଥିରେ ବିଶ୍ୱର ୧୯୨ ପ୍ରତିଯୋଗୀ ଅଂଶଗ୍ରହଣ କରିବେ। ପ୍ରତିଯୋଗିତା ପାଇଁ ୧୫ ପ୍ରତିଯୋଗୀ ମନୋନୀତ ହୋଇଥିବାବେଳେ ଓଡ଼ିଶାରୁ ଏକମାତ୍ର ପ୍ରମୋଦ ଭଗତ ଭାଗନେବେ। ଏଥିପାଇଁ ପ୍ରମୋଦ ମଙ୍ଗଳବାର ଟୋକିଓରେ ପହଞ୍ଚତ୍ ଯାଇଛନ୍ତି। ”ଆସନ୍ତା ବର୍ଷ ପାରାଅଲିମ୍ପିକ ଗେମ୍ସ ଟୋକିଓରେ ଅନୁଷ୍ଠିତ ହେବ। ତେଣୁ ବୁଧବାରଠାରୁ ଆରମ୍ଭ ହେବାକୁ ଯାଉଥିବା ଜାପାନ ପାରାବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟ ଆଗାମୀ ବଡ଼ ଟୁର୍ନାମେଣ୍ଟ ପାଇଁ ଭଲ ପ୍ରସ୍ତୁତି ହୋଇପାରିବ। ସମାନ ଭେନ୍ୟୁରେ ପାରାଅଲିମ୍ପିକ୍ସ ହେବାକୁ ଥିବାରୁ ୨୦୨୦ ପାଇଁ ଯୋଜନା ପ୍ରସ୍ତୁତ କରିବାକୁ ଏହି ଟୁର୍ନାମେଣ୍ଟ ସହାୟକ ହେବ“ ବୋଲି ପ୍ରମୋଦ ପ୍ରକାଶ କରିଛନ୍ତି।

Related posts

ବିଶ୍ୱ କ୍ରୀଡ଼ାରେ ୧୫୦ ଟପିଲା ଭାରତର ପଦକ ସଂଖ୍ୟା

Odisha Sports Bureau

ଭେଲେନ୍ସିୟାକୁ ପରାସ୍ତ କରି ୧୬ତମ ଥର ସୁପର କପ୍ ଫାଇନାଲରେ ରିୟଲ ମେଡ୍ରୀଡ୍

Odisha Sports Bureau

କାରୁଆନାଙ୍କ ଠାରୁ ପରାଜିତ ହେଲେ ବିଶ୍ୱନାଥନ

Odisha Sports Bureau

Leave a Comment