More Sports

ଜାପାନ ପାରାବ୍ୟାଡ଼ମିଣ୍ଟନ ଅନ୍ତର୍ଜାତୀୟ ଟୁର୍ନାମେଣ୍ଟ: ଓଡ଼ିଶାରୁ ପ୍ରମୋଦ ମନୋନୀତ

(ଓଡ଼ିଶା ସ୍ପୋର୍ଡ଼ସ ): ଜାପାନ ପାରାବ୍ୟାଡ୍‌ମିଣ୍ଟନ ଅନ୍ତର୍ଜାତୀୟ ଟୁର୍ନାମେଣ୍ଟ ଚଳିତମାସ ୧୩ରୁ ୧୭ ପର୍ୟ୍ୟନ୍ତ ଅନୁଷ୍ଠିତ ହେବ। ଏହା ଜାପାନର ଟୋକିଓସ୍ଥିତ ୨୦୨୦ ପାରାଅଲିମ୍ପିକ୍‌ ଗେମ୍‌ ପାଇଁ ଉଦ୍ଦିଷ୍ଟ ଷ୍ଟାଡିୟମରେ ଆୟୋଜିତ ହେବ। ଏଥିରେ ବିଶ୍ୱର ୧୯୨ ପ୍ରତିଯୋଗୀ ଅଂଶଗ୍ରହଣ କରିବେ। ପ୍ରତିଯୋଗିତା ପାଇଁ ୧୫ ପ୍ରତିଯୋଗୀ ମନୋନୀତ ହୋଇଥିବାବେଳେ ଓଡ଼ିଶାରୁ ଏକମାତ୍ର ପ୍ରମୋଦ ଭଗତ ଭାଗନେବେ। ଏଥିପାଇଁ ପ୍ରମୋଦ ମଙ୍ଗଳବାର ଟୋକିଓରେ ପହଞ୍ଚତ୍ ଯାଇଛନ୍ତି। ”ଆସନ୍ତା ବର୍ଷ ପାରାଅଲିମ୍ପିକ ଗେମ୍ସ ଟୋକିଓରେ ଅନୁଷ୍ଠିତ ହେବ। ତେଣୁ ବୁଧବାରଠାରୁ ଆରମ୍ଭ ହେବାକୁ ଯାଉଥିବା ଜାପାନ ପାରାବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟ ଆଗାମୀ ବଡ଼ ଟୁର୍ନାମେଣ୍ଟ ପାଇଁ ଭଲ ପ୍ରସ୍ତୁତି ହୋଇପାରିବ। ସମାନ ଭେନ୍ୟୁରେ ପାରାଅଲିମ୍ପିକ୍ସ ହେବାକୁ ଥିବାରୁ ୨୦୨୦ ପାଇଁ ଯୋଜନା ପ୍ରସ୍ତୁତ କରିବାକୁ ଏହି ଟୁର୍ନାମେଣ୍ଟ ସହାୟକ ହେବ“ ବୋଲି ପ୍ରମୋଦ ପ୍ରକାଶ କରିଛନ୍ତି।

Related posts

ପଦ୍ମ ପୁରସ୍କାର ଚୟନ ଉପରେ ପ୍ରଶ୍ନ ଉଠାଇଲେ ବିନେଶ

Odisha Sports Bureau

ଏସୀୟ ସୁଟିଂ ଚାମ୍ପିଅନସିପ୍ 2026 ରେ ସ୍ୱର୍ଣ୍ଣ ପଦକ ଜିତିଲେ ଇଶା ସିଂହ

Odisha Sports Bureau

ଡାକର ରେଲିରେ ଆଉ ଏକ ଦୁର୍ଘଟଣା, ଫ୍ରାନ୍ସ ରେସଲରଙ୍କ ମୃତ୍ୟୁ

Odisha Sports Bureau