More Sports

ଡ଼ିସେମ୍ବର ୧ରୁ କବାଡ଼ି ବିଶ୍ୱକପ ଆରମ୍ଭ

(ଓଡ଼ିଶା ସ୍ପୋର୍ଟସ ) : ଚଳିତ ଡିସେମ୍ବର ୧ରୁ ପ୍ରୋ କବାଡ଼ି ବିଶ୍ୱକପ ଅନୁଷ୍ଠିତ ହେବ । ଏହି ବିଶ୍ୱକପ ଡିସେମ୍ବର ୧ରୁ ୯ ତାରିଖ ପର୍ୟ୍ୟନ୍ତ ଆୟୋଜିତ ହେବ। ରାଜ୍ୟର କ୍ରୀଡ଼ା ମନ୍ତ୍ରୀ ରାଣା ଗୁରମୀତ୍ ସିଂହ ସୋଢୀ ବୁଧବାର ଏହି ସୂଚନା ଦେଇଛନ୍ତି। ଏହାସହ ସେ କହିଛନ୍ତି, “ଚଳିତ ବର୍ଷର ଟୁର୍ଣ୍ଣାମେଣ୍ଟ ଶିଖ୍ ଗୁରୁ ଗୁରୁନାନକ ଦେବଙ୍କ ଜୀ’ଙ୍କର ୫୫୦ତମ ଜୟନ୍ତୀକୁ ସମର୍ପିତ କରାଯିବ।” ଟୁର୍ଣ୍ଣାମେଣ୍ଟର ଉଦଘାଟନ ଡିସେମ୍ବର ୧ ତାରିଖରେ ସୁଲତାନପୁର ଲୋଧିର ଗୁରୁନାନକ ଷ୍ଟାଡିୟମରେ ହେବ ଏବଂ ଏହି ଦିନ ଚାରୋଟି ମୁକାବିଲା ଖେଳାଯିବ। ଉଦଯାପନୀ ସମାରୋହ ଡେରା ବାବା ନାନକର ସହିଦ୍ ଭଗତ ସିଂହ ସ୍ପୋର୍ଟ୍ସ ଷ୍ଟାଡିୟମରେ ହେବ।

ବିଶ୍ୱକପରେ ମୋଟ ୯ଟି ଦଳ ଯଥା- ଆୟୋଜକ ଭାରତ, ଆମେରିକା, ଅଷ୍ଟ୍ରେଲିଆ, ଇଂଲଣ୍ଡ, ଶ୍ରୀଲଙ୍କା, କେନିୟା, ନ୍ୟୁଜିଲ୍ୟାଣ୍ଡ, ପାକିସ୍ତାନ ଓ କ୍ୟାନାଡ଼ା ଭାଗ ନେବାର ଯୋଜନା ରହିଛି। ତେବେ ପାକିସ୍ତାନ ଓ କ୍ୟାନାଡା ଟିମକୁ ଏପର୍ୟ୍ୟନ୍ତ ଭାରତ ସରକାରଙ୍କ ତରଫରୁ ସ୍ୱୀକୃତି ମିଳିନାହିଁ। ସୋଢୀ ଆହୁରି କହିଛନ୍ତି, “ପାକିସ୍ତାନ ଓ କ୍ୟାନାଡା ଟିମ୍ ବ୍ୟତୀତ ବାକି ସବୁ ଟିମକୁ ଏନଓସି ମିଳିସାରିଛି। ତେବେ ଏହି ଦୁଇ ଦେଶକୁ ଏପର୍ୟ୍ୟନ୍ତ ଏନଓସି ମିଳି ନାହିଁ।”

Related posts

ଏସିଆ ତିରନ୍ଦାଜୀ ଜମ୍ପିଆନସିପ୍ ୨୦୧୯: ଅତନୁ ଦାସ ବ୍ୟକ୍ତିଗତ ରିକର୍ବ ବର୍ଗରେ ଜିତିଲେ ବ୍ରୋଞ୍ଜ

Odisha Sports Bureau

ରଣଜୀ ଟ୍ରଫି କ୍ରିକେଟ୍ ଟୁର୍ଣ୍ଣାମେଣ୍ଟରେ ବେଙ୍ଗଲ ଓ ସୌରାଷ୍ଟ୍ର ମୁହାଁମୁହିଁ

ପିଟି ଉଷାଙ୍କୁ ଭେଟରାନ୍ ପିନ୍ ଆୱାର୍ଡ଼

Odisha Sports Bureau