More Sports

ଏସୀୟ ଯୁବ ବକ୍ସିଂ ଫାଇନାଲରେ ଭାରତକୁ ସ୍ୱର୍ଣ୍ଣ

(ଓଡ଼ିଶା ସ୍ପୋର୍ଟ): ଉଲାନବୋଟରରେ ଚାଲିଥିବା ଏସୀୟ ଯୁବ ବକ୍ସିଂ ଫାଇନାଲ୍ରେ ସ୍ଥାନ ପାଇଥିବା ଭାରତର ୫ ଜଣ ମହିଳା ବକ୍ସର ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ପୁରୁଷମାନେ ମଧ୍ୟ ୨ଟି ରୌପ୍ୟ ପଦକ ହାସଲ କରିଛନ୍ତି। ନାଓରେମ ଚାନୁ (୫୧ କିଗ୍ରା), ଭିଙ୍କା (୬୪ କିଗ୍ରା), ସନାମାଚା ଚାନୁ (୭୫ କିଗ୍ରା), ପୂନମ (୫୪କିଗ୍ରା) ଓ ସୁଷମା (୮୧ କିଗ୍ରା) ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ପୁରୁଷ ବର୍ଗରେ ସେଲାୟ ସାୟ (୪୯ କିଗ୍ରା) ଓ ଅଙ୍କିତ ନରଓ୍ଵାଲ (୬୦ କିଗ୍ରା) ଫାଇନାଲରେ ପରାଜିତ ହୋଇ ରୌପ୍ୟ ପଦକ ହାସଲ କରିଛନ୍ତି।

ଭାରତ ଏହି ପ୍ରତିଯୋଗିତାରେ ମୋଟ ୧୨ଟି ପଦକ ଜିତିଛି। ଅରୁନ୍ଧତୀ ଚୌଧୁରୀ (୬୯ କିଗ୍ରା), କୋମଲପ୍ରୀତ କୌର (୮୧ କିଗ୍ରାରୁ ଅଧିକ), ଜୌସମୀତ (୫୭ କିଗ୍ରା), ସତେନ୍ଦର ସିଂହ (୯୧ କିଗ୍ରା) ଓ ଅମନ (୯୧ କିଗ୍ରାରୁ ଅଧିକ) କାଂସ୍ୟ ପଦକ ହାସଲ କରିଛନ୍ତି। ଭାରତ ପାଇଁ ଦିନ ଆରମ୍ଭରୁ ସେଲାୟ ଫାଇନାଲରେ ଖାଜକସ୍ତାନର ବାଜରବେ ଉଲୁ ମୁଖାମେଦସେଫିଙ୍କ ଠାରୁ ହାରିଛନ୍ତି।

Related posts

ଦୋହା ୱାର୍ଲଡ ଚମ୍ପିଆନସିପ୍ରେ ଭାଗ ନେବେ ନାହିଁ ତେଜଶ୍ୱିନ

Odisha Sports Bureau

ଜୟପୁରର ପ୍ଲେଅଫ୍ରେ ପହଞ୍ଚିବାର ଆଶା ଉଦ୍ଦ୍ିବିତ ରହିଛି

Odisha Sports Bureau

ପ୍ରାଗନନନ୍ଦାଙ୍କ ବିଜୟ ଅଭିଯାନ ଶେଷ

Odisha Sports Bureau