Cricket

ପେଟା ଇଣ୍ଡିଆନ ପକ୍ଷରୁ କୋହଲିଙ୍କୁ ‘ପର୍ସନ ଅଫ ଦି ଇୟର’

(ଓଡ଼ିଶା ସ୍ପୋର୍ଟ):  ଭାରତୀୟ କିକ୍ରେଟ ଅଧିନାୟକ ବିରାଟ କୋହଲି ପର୍ସନ୍ ଅଫ୍ ଦି ଇୟର ଭାବେ ବିବେଚିତ ହୋଇଛନ୍ତି । ପିପଲ୍ ଫର୍ ଦି ଏଥିକାଲ୍ ଟ୍ରିଟମେଣ୍ଟ୍ ଅଫ୍ ଆନିମଲ୍ସ (ପେଟା) ପକ୍ଷରୁ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବ । ପେଟା ଇଣ୍ଡିଆ ପକ୍ଷରୁ କୁହାଯାଇଛି ଯେ ପଶୁଙ୍କ ସହ ଭଲ ବ୍ୟବହାର କରିବା ପାଇଁ କୋହଲି ଲଗାତାର ପ୍ରୟାସ କରିଛନ୍ତି। କୋହଲି ଅମ୍ବର ଦୁର୍ଗରେ ଆରୋହଣ ପାଇଁ ବ୍ୟବହୃତ ହେଉଥିବା ହାତୀ ମାଲତୀକୁ ଛାଡ଼ିବା ପାଇଁ ପେଟା ଇଣ୍ଡିଆ ପକ୍ଷରୁ ଅଫିସିଆଲ୍ସକୁ ଚିଠି ଲେଖିଥିଲେ। ଏହି ହାତୀକୁ ୮ଜଣ ବ୍ୟକ୍ତି ଗୁରୁତର ଭାବେ ମାରପିଟ୍ କରିଥିଲେ।

କୋହଲି ମଧ୍ୟ ବେଙ୍ଗାଲୁରୁସ୍ଥ ଏକ ପଶୁ ଆଶ୍ରୟସ୍ଥଳୀରେ ଆଘାତପ୍ରାପ୍ତ କୁକୁରଙ୍କୁ ଭେଟିବାକୁ ଯାଇଥିଲେ। ସେ ନିଜ ପ୍ରଶଂସକଙ୍କୁ ନିବେଦନ କରିଥିଲେ ଯେ ପଶୁମାନଙ୍କୁ କିଣିବା ବଦଳରେ ସେମାନଙ୍କୁ ପୋଷ୍ୟ ଭାବେ ଗ୍ରହଣ କରନ୍ତୁ।

ଏ ନେଇ ପେଟା ଇଣ୍ଡିଆର ନିର୍ଦ୍ଦେଶକ ସଚିନ ବାଙ୍ଗେରା କହିଛନ୍ତି, କୋହଲି ପଶୁମାନଙ୍କ ଅଧିକାର ପାଇଁ ଅନେକ କାମ କରିଛନ୍ତି। ସମସ୍ତେ ତାଙ୍କଠାରୁ ପ୍ରେରଣା ନିଅନ୍ତୁ ବୋଲି ମୁଁ ନିବେଦନ କରୁଛି। ଏହା ପୂର୍ବରୁ କଂଗ୍ରେସ ନେତା ଶଶୀ ଥରୁର୍, କୋହଲିଙ୍କ ପତ୍ନୀ ଅଭିନେତ୍ରୀ ଅନୁଷ୍କା ଶର୍ମା, ହେମା ମାଳିନୀ, ଆର୍ ମାଧବନ୍ ମଧ୍ୟ ଏହି ସମ୍ମାନ ହାସଲ କରିସାରିଛନ୍ତି।

Related posts

ଆଇପିଏଲ ୧୨, ହାଇଦ୍ରାବାଦ–ରାଜସ୍ଥାନ ମୁହାଁମୁହିଁ

Odisha Sports Bureau

ଭାରତ ବନାମ ଈଣ୍ଡିଜ ଟି ୨୦- ରୋହିତଙ୍କ ନୂଆ ରେକର୍ଡ଼ କରିବା ସମ୍ଭାବନା

Odisha Sports Bureau

ଆସନ୍ତାକାଲିଠାରୁ କାଉଣ୍ଟରରେ ମିଳିବ ଅଫ ଲାଇନ୍ ମ୍ୟାଚ୍ ଟିକେଟ