(ଓଡିଶା ସ୍ପୋର୍ଟସ): ଆର୍ଜେଣ୍ଟିନା ଏବଂ ବର୍ଷିଲୋନାର ସୁପର ଷ୍ଟାର ଲିଓନଲ ମେସୀ ନିଜର ଚିର ପ୍ରତିଦ୍ୱନ୍ଦି ପର୍ତ୍ତୁଗଲ ଏବଂ ଜୁବେଣ୍ଟସ୍ ର କ୍ରିଷ୍ଟିଆନୋ ରୋନାଲ୍ଡୋର ଭର୍ଜିଲ ୱାନ ଦିଜ୍ଜକଙ୍କୁ ପଛରେ ପକାଇ ରେକର୍ଡ ଷଷ୍ଠଥର ବାଲୋନ ଡି ଓରର ଟାଇଟଲ ଜିତିନେଇଛନ୍ତି, ସେହିପରି ମହିଳା ବର୍ଗରେ ଇଂଲଣ୍ଡର ମେଗନ ରେପିନୋ ଏହି ପୁରଷ୍କାର ଜିତିଛନ୍ତି । ଗତ ୧୧ ବର୍ଷରେ ମେସୀ(୨୦୦୯-୧୦-୧୧-୧୨-୧୫) ଏବଂ ରୋନାଲ୍ଡୋ (୨୦୦୮-୧୩-୧୪-୧୬-୧୭) ପାଞ୍ଚ ପାଞ୍ଚ ଥର ଏହି ପୁରଷ୍କାର ନିଜ ନାମରେ କରିଛନ୍ତି । ଗତ ଥର କ୍ରୋଏଶିଆ ଏବଂ ରିୟଲ ମେଡ୍ରିଡ୍ ଲୁକା ମୋଦରିଚ୍ ଏହି ଦିନରେ ପୁରୁଣା ରେକର୍ଡ ଭାଙ୍ଗି ଏହି ପୁରଷ୍କାର ଜିତିଛନ୍ତି । ମେସି ଏହି ବର୍ଷ ଫିଫାର ସର୍ବଶ୍ରେଷ୍ଠ ଫୁଟବଲରର ପୁରଷ୍କାର ମଧ୍ୟ ଜିତିନେଇଛନ୍ତି । ସେପଟେ ଲିଭରପୁଲର ୱର୍ଜୀଲ ୟୁଇଏଫ୍ଏ ର ବର୍ଷର ସର୍ବଶ୍ରେଷ୍ଠ ଫୁଟବଲର ଘୋଷଣା କରାଯାଈଛି ।
previous post
next post