Badminton

ଏସିଆ ଅଣ୍ଡର-୧୫: ଜୁନିୟର ବ୍ୟାଡମିଣ୍ଟନ ଟିମର ନଜର ରହିଛି ପଦକ ଉପରେ

(ଓଡିଶା ସ୍ପୋର୍ଟସ): ଇଣ୍ଡୋନେସିଆରେ ବୁଧବାରଠାରୁ ଆରମ୍ଭ ହେବାକୁ ଥିବା ପାଞ୍ଚ ଦିବସିୟ ଅଣ୍ଡର-୧୫ ଏବଂ ଅଣ୍ଡର-୧୭ ଏସିଆ ଜୁନିଆ ବ୍ୟାଡମିଣ୍ଟନ ଚମ୍ପିଆନଶିପ୍ରେ ଗତ ଥର ଅପେକ୍ଷା ଅଧିକ ପଦକ ଜିତିବାରେ ଲାଗିପଡିଛି । ଏଥିରେ ଭାଗ ନେବା ପାଇଁ ଭରତୀୟ ଟିମ୍ ରବିବାର ଦିନ ଇଣ୍ଡୋନେସିଆ ଯାଇଛି । ଭର୍ତ ଗତଥର ମିଆଁମାରରେ ୨୦୧୮ରେ ଏସିଆ ଜୁନିଅର ବ୍ୟାଡମିଣ୍ଟନ ଚମ୍ପିଆନଶିପ୍ରେ ମାତ୍ର ଗୋଟିଏ ସ୍ୱର୍ଣ୍ଣ ପଦକ ଜିତିଥିଲା । ସେତେବେଳେ ଭାରତକୁ ଏହି ସୁବର୍ଣ୍ଣ ମୌକା ଆଣିଥିଲେ ଗୁଜୁରାଟର ତସମିନ ମୀର ଏବଂ ତେଲେଙ୍ଗାନାର ମେଘନା ରେଡ୍ଡୀଙ୍କ ଯୋଡି ମହିଳାଙ୍କ ଅଣ୍ଡର-୧୫ ବର୍ଗ ଡବଲ୍ସରେ ଦେଇଥିଲେ ।
ଏୀର୍ଷ ସ୍ଥାନରେ ଥିବା ମହାରାଷ୍ଟ୍ରର ବରୁଣ କୁମାର ବାଳକଙ୍କ ଅଣ୍ଡର-୧୭ ଏକକରେ ଏବଂ ଏହି ଆୟୁ ବର୍ଗରେ ସ୍ଥାନ ଅନୁସାରେ ଭାରତର ନଂ ୧ ଖେଳାଳୀ ଉତ୍ତର ପ୍ରଦେଶର ମାନସି ସିଂହ ଅଣ୍ଡର-୧୭ ଏସିଆ ଜୁନିୟର ବ୍ୟାଡମିଣ୍ଟନରେ ଭାରତ ପକ୍ଷରୁ ଲଢିବେ । ଅଣ୍ଡର-୧୫ ଚମ୍ପିଆନଶିପ୍ ବାଳୀକା ଏକକ ବର୍ଗରେ ଭାରତର ତସମନ ମୀରଙ୍କୁ ଏବଂ ଆସାମର ତନମୟ ବରୁଆଙ୍କୁ ବଙ୍କଳ ଏକକରେ ଶୀର୍ଷ ସ୍ଥାନ ଦିଆଯାଇଛି ।

Related posts

ଜାନୁଆରୀ ୨୩ରୁ ଏକାଦଶ ସେକ୍ରେଟାରିଏଟ୍ ଓପନ୍ ବ୍ୟାଡମିଣ୍ଟନ୍ ଟୁର୍ଣ୍ଣାମେଣ୍ଟ

Odisha Sports Bureau

ପ୍ରମୋଦଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

Odisha Sports Bureau

ଥାଇଲାଣ୍ଡ ଓପନରେ ସଫଳତା ପରେ ନମ୍ବର ଓ୍ବାନକୁ ଫେରିଲେ ସାତ୍ତ୍ୱିକ-ଚିରାଗ