Badminton

ୱାଲର୍ଡ ଟୁରର ପ୍ରଥମ ପର୍ଯ୍ୟାୟରେ ପାରସ୍ତ ହେଲେ ସିନ୍ଧୁ

(ଓଡିଶା ସ୍ପୋର୍ଟସ): ବିଶ୍ୱ ଚମ୍ପିଆନଶିପରେ ସ୍ୱର୍ଣ୍ଣ ପଦକ ଜିତିଥିବା ଭାରତର ବ୍ୟାଡମିଣ୍ଟନ ଷ୍ଟାର ପିଭି ସିନ୍ଧୁଙ୍କୁ ବିଡବ୍ଲୁଏଫ୍ ୱାର୍ଲ ଟୁରର ମହିଳା ଏକକ ବିଭଗର ପ୍ରଥମ ପର୍ଯ୍ୟାୟରେ ପରାଜୟର ସାମ୍ନା କରିବାକୁ ପଡିଛି । ବୁଧବାରଦିନ ଖେଳାଯାଇଥିବା ଏହି ମୁକାବିଲାରେ ସିନ୍ଧୁଙ୍କୁ ଜାପାନର ଅକାନେ ୟାମାଗୁଚି ପରାସ୍ତ କରିଥିଲେ । ମୁକାବିଲାରେ ସିନ୍ଧୁ ପ୍ରଥମ ଗେମ ଜିତି ଭଲ ପାଳି ଆରମ୍ଭ କରିଥିଲେ କିନ୍ତୁ ପରବର୍ତ୍ତି ଦୁଇଟି ଗେମରେ ପରାଜିତ ହୋଇଥିଲେ ଏବଂ ଜାପାନ ଖେଳାଳୀ ୧୮-୨୧, ୨୧-୧୮,୨୧-୮ରେ ୬୮ମିନିଟର ଏହି ମୁକାବିଲାକୁ ନିଜ ନାମରେ କରିଥିଲେ । ଏହା ସିନ୍ଧୁଙ୍କର ୟାମାଗୁଚଙ୍କ ବିପକ୍ଷରେ ସପ୍ତମ ପରାଜୟ ଅଟେ, ଯେତେବେଳେ କି ସିନ୍ଧୁ ତାଙ୍କଠାରୁ ୧୦ ଥର ବିଜୟ ହୋଇଛନ୍ତି । ଏହା ପୂର୍ବରୁ ଦୁଇଟି ମୁକାବିଲାରେ ୟାମାଗୁଚି ସିନ୍ଧୁଙ୍କୁ ହରାଇଥିଲେ । ଏହା ସିନ୍ଧୁଙ୍କ ୟାମାଗୁଚିଙ୍କଠାରୁ ଲଗାତର ତୃତୀୟ ପରାଜୟ ଅଟେ । ପିଭି ସିନ୍ଧୁ ଅଗଷ୍ଟ ମାସରେ ବାସେଲରେ ବିଶ୍ୱ ଚମ୍ପିଆନସିପ୍ ଜିତିଥିଲା, କିନ୍ତୁ ଏହାପରଠାରୁ ସେ ଲଗାତର ଖରାପ ଫାର୍ମରେ ଜାଲିଛନ୍ତି । ଅଲମ୍ପିକରେ ରୌପ୍ୟ ପଦକ ଜିତିଥିବା ସିନ୍ଧୁ ଜୁଲାଇ ମାସରେ ଇଣ୍ଡୋନେସିଆ ଓପନ ସୁପର ୭୫୦ ଟୁର୍ଣ୍ଣାମେଣ୍ଟର ଫାଇନାଲରେ ପହଞ୍ଚିଥିଲେ । ଏହାପରେ କୋରିଆ ଓପନ ଏବଂ ଫୁଜୋଉ ଓପନରେ ପ୍ରଥମ ପର୍ଯ୍ୟାୟରୁ ହିଁ ବାହାର ହୋଇଥିଲେ, ଯେତେବେଳେ କି ଚାଇନା ଓପନ, ଡେନମାର୍କ ଓପନ ଏବଂ ହଂକଂ ଓପନର ଦ୍ୱିତୀୟ ପର୍ଯ୍ୟାୟରେ ପରାସ୍ତ ହୋଇଛନ୍ତି ।

Related posts

ଇଣ୍ଡୋନେସିଆ ଓପନର ପୁରୁଷ ଯୁଗଳ ମୁକୁଟ ଜିତିଲେ ଭାରତୀୟ ଖେଳାଳି

Odisha Sports Bureau

ମୋଦୀଙ୍କୁ ସାକ୍ଷାତ କଲେ ସିନ୍ଧୁ, ମେଡ଼ାଲ ପିନ୍ଧାଇ ଆଶୀର୍ବାଦ ଦେଲେ ପ୍ରଧାନମନ୍ତ୍ରୀ

Odisha Sports Bureau

ହାରିଲେ ସିନ୍ଧୁ,ଭାରତର ଅଭିଯାନ ଶେଷ

Odisha Sports Bureau