Tennis

ରାଷ୍ଟ୍ରିୟ ସ୍କୁଲ ଗେମ୍ସ୍ ଟିଟି ଚମ୍ପିଆନସପର ୟୁ-୧୭ ବର୍ଗର ଟାଇଟଲ୍ ଜିତିଲେ ପାୟସ

(ଓଡିଶା ସ୍ପୋର୍ଟସ): ଡିଫେଣ୍ଡିଙ୍ଗ୍ ରାଷ୍ଟ୍ରିୟ ଚମ୍ପିଆନ୍ ଦିଲ୍ଲୀର ପାୟସ ଜୈନ ଏବଂ ପଶ୍ଚିମ ବଙ୍ଗଳାର ମୁନୁମୁନ କୁଣ୍ଡୁ ୟୁଟେଟେ ୬୫ତମ ସ୍କୁଲ୍ ଗେମ୍ସ୍ ଟେବଲ ଟେନିସ୍ ଚମ୍ପିଆନସିପର ଅଣ୍ଡର-୧୭ ବର୍ଗରେ କ୍ରମଶଃ ବାଳକ ଏବଂ ବାଳିକାର ଟାଇଟଲ୍ ଜିତି ନେଇଛନ୍ତି । ଶୀର୍ଷ ଭାରତୀୟ ଖେଳାଳୀ ଭାବରେ ପାୟସ ଫାଇନାଲରେ ପଶ୍ଚିମ ବଙ୍ଗଳାର ଅନିକେତ ସେନ ଚୌଧୁରୀଙ୍କୁ ୧୨-୧୦, ୯-୧୧, ୧୨-୧୦, ୧୧-୭ରେ, ଯେତେବେଳେ କି ମୁନମୁନ୍ ଦିଲ୍ଲୀର ବଶୀଂକା ଭାଗର୍ଭଙ୍କୁ ୧୧-୭, ୧୧-୬, ୧୧-୪ରେ ପରାସ୍ତ କରି ଟ୍ରଫି ହାସଲ କରିଛନ୍ତି ।

ଦିଲ୍ଲୀର ଶ୍ରୀୟାଂସ ଗୋୟଲ ଏବଂ ନିଶା କୋହଲୀ ୟୁ-୧୯ ବର୍ଗରେ ଚମ୍ପିଆନ ହୋଇଛନ୍ତି । ଶ୍ରୀୟାଂସ ହରିଆଣାର ଭେସ୍ଲେ ଦୋ ରୋଜାରିୟୋଙ୍କୁ ୧୧-୩, ୧୧-୮, ୭-୧୧, ୧୧-୭ରେ ଏବଂ ତିସା ମହାରାଷ୍ଟ୍ରର ବିଧି ଶାହଙ୍କୁ ୧୧-୬, ୮-୧୧, ୧୧-୯, ୧୨-୧୦ରେ ପରାସ୍ତଚରିଛନ୍ତି ।

Related posts

କଳିଙ୍ଗ ଷ୍ଟାଡ଼ିୟମରେ ଓପନ ଟେନିସ ଟୁର୍ଣ୍ଣାମେଣ୍ଟ ଉଦଯାପିତ

Odisha Sports Bureau

ବିଶ୍ୱର ଏକ ନମ୍ବର ଟେନିସ୍ ଖେଳାଳି ନୋଭାକ ଜୋକୋଭିକ୍ ଏବଂ ତାଙ୍କ ପତ୍ନୀ କୋରୋନା ସଂକ୍ରମିତ

ଏସିଆ ଟେବୁଲ ଟେନିସ୍ ଚମ୍ପିଆନସିପ୍ରେ ପାୟସଙ୍କୁ ରୌପ୍ୟ

Odisha Sports Bureau