Badminton

ମାଲେସିଆ ମାଷ୍ଟର୍ସ ବ୍ୟାଡ଼ମିଣ୍ଟନ, କ୍ୱାର୍ଟର ଫାଇନାଲରେ ସାଇନା

(ଓଡ଼ିଶା ସ୍ପୋର୍ଟସ ): ମାଲେସିଆ ମାଷ୍ଟର୍ସ ବ୍ୟାଡ୍ମିଣ୍ଟନ ଟୁର୍ନାମେଣ୍ଟର କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି ସାଇନା ନେହ୍ୱାଲ । ଗୁରୁବାର ଖେଳାଯାଇଥିବା ମହିଳା ସିଙ୍ଗଲ୍ସ ରାଉଣ୍ଡ-୧୬’ର ଏକ ମୁକାବିଲାରେ ସାଇନା ୨୫-୨୩, ୨୧-୧୨ ଗେମ୍ରେ ଦକ୍ଷିଣ କୋରିଆର ଆଲ ସେ ୟଙ୍ଗ୍ଙ୍କୁ ହରାଇଛନ୍ତି। ଏହି ମ୍ୟାଚ୍ ଜିତିବାକୁ ସାଇନାଙ୍କୁ ୩୯ ମିନିଟ୍ ସମୟ ଲାଗିଥିଲା। କ୍ୱାର୍ଟର ଫାଇନାଲରେ ସାଇନାଙ୍କ ମୁକାବିଲା ଅଲିମ୍ପିକ ଚାମ୍ପିୟନ କାରୋଲିନା ମାରିନଙ୍କ ସହ ହେବ। ସେହିଭଳି ପୁରୁଷ ସିଙ୍ଗଲ୍ସ ଏକ ମୁକାବିଲାରେ ସମୀର ବର୍ମା ୧୯-୨୧, ୨୦-୨୨ ସିଧାସଳଖ ଗେମ୍ରେ ଲି ଜି ଜିଆଙ୍କଠାରୁ ହାରି ୨ୟ ରାଉଣ୍ଡରୁ ବିଦାୟ ନେଇଛନ୍ତି।

Related posts

ଜାନୁଆରୀ ୨୩ରୁ ଏକାଦଶ ସେକ୍ରେଟାରିଏଟ୍ ଓପନ୍ ବ୍ୟାଡମିଣ୍ଟନ୍ ଟୁର୍ଣ୍ଣାମେଣ୍ଟ

Odisha Sports Bureau

ପୁଣି ବିଶ୍ୱ ପାରା ବ୍ୟାଡ଼ମିଣ୍ଟନରେ ପ୍ରମୋଦଙ୍କୁ ସ୍ୱର୍ଣ୍ଣ

Odisha Sports Bureau

ଥାଇଲାଣ୍ଡ ଓପନ ଖେଳିବେନି ସିନ୍ଧୁ