Tennis

ବ୍ରେସବନ ଇଣ୍ଟରନ୍ୟାସନାଲ୍ ଟୁର୍ଣ୍ଣମେଣ୍ଟରୁ ବାହାର ହେଲେ ନଂ୧ ଖେଳାଳୀ ବାର୍ଟି

(ଓଡିଶା ସ୍ପୋର୍ଟସ): ପୂର୍ବତମ ନଂ-୧ ଟେନିସ୍ ଖେଳାଳି ମାରିଆ ସାରାପୋଭାଙ୍କୁ ବାହାରର ରାସ୍ତା ଦେଖାଯିବା ପରେ ନେତିଫର ବାର୍ଟି ନଂ-୧ରେ ରହିଥିବା ଏର୍ଶ୍ଲି ବାର୍ଟିଙ୍କୁ ମଧ୍ୟ ଅପସେଟର ଶିକାର ବନାଇଛନ୍ତି । ନଂ-୧ ଖେଳାଳୀ ହେବାପରେ ଏବଂ ବର୍ଷର ଏହା ବାର୍ଟିଙ୍କ ଘରୋଇ ଦର୍ଶକଙ୍କ ସାମ୍ନାରେ ପ୍ରଥମ ମୁକାବିଲାଥିଲା । ବାର୍ଟିଙ୍କୁ ବ୍ରେସବେନ ଇଣ୍ଟରନ୍ୟାସନାଲ୍ ଟୁର୍ଣ୍ଣାମେଣ୍ଟରେ ଆମେରିକାର ଜେନିଫରଙ୍କ ହାତରେ ୪-୬, ୬-୭ରେ ପରାଜୟର ସାମ୍ନା କରିବାକୁ ପଡିଛି । ଏହାଦ୍ୱାରା ବାର୍ଟିଙ୍କ ପ୍ରଥମ ଗ୍ରାଣ୍ଡ ସ୍ଲାମ ଅଷ୍ଟ୍ରେଲିଆ ଓପନର ପ୍ରସ୍ତୁତିକୁ ଝଟକା ଲାଗିଛି । କ୍ୱାଲିଫାଇ ଖେଳି ମୁଖ୍ୟ ଦ୍ୱାରରେ ପହଁଞ୍ଚିଥିବା ଜେନିଫରଙ୍କ ଏହା ଶୀର୍ଷ ଦଶଟି ମଧ୍ୟରୁ ପ୍ରଥମ ବିଜୟ ଅଟେ । ଏବେ ଜେନିଫରଙ୍କ ସାମ୍ନା ଦୁଇ ଦୁଇଥର ୱୁମ୍ବିଲଣ୍ଡନ ଚମ୍ପିଆନ୍ ପେତ୍ରା କ୍ୱିତୋଭାଙ୍କ ସହିତ ହେବ, ଯିଏକି ଋଷର କ୍ୱାଲିଫାଆର ଲିୟୁଡମିଲା ସେସୋନୋଭାଙ୍କୁ ୬-୩, ୬-୨ରେ ପରାସ୍ତ କରିଛନ୍ତି । ନାଓମି ଓସାକା ସୋଫିୟା କେନିନଙ୍କୁ ୬-୭, ୬-୩, ୬-୧ରେ ପରାସ୍ତ କରିଛନ୍ତି ।

Related posts

ବାଙ୍ଗାଲୁର ଓପନ ସେମିଫାଇନାଲରେ ପେସ୍-ଏବଡନଙ୍କ ଯୋଡି

Odisha Sports Bureau

ଫେନେଷ୍ଟା ଓପନ ସେମିଫାଇନାଲରେ ଦଲବିନ୍ଦର ଏବଂ ଜଗମିତ୍

Odisha Sports Bureau

୫୦କେ ର଼୍ୟାଙ୍କିଙ୍ଗ ଟେନିସ୍‌ ଟୁର୍ନାମେଣ୍ଟ ୪ ଓଡ଼ିଆ ଖେଳାଳି କ୍ୱାର୍ଟର ଫାଇନାଲରେ

Odisha Sports Bureau