Cricket

ବିସିସିଆଇ ବାର୍ଷିକ କେନ୍ଦ୍ରୀୟ ଚୁକ୍ତିପ୍ରାପ୍ତ ଖେଳାଳି ତାଲିକାରୁ ବାଦ୍ ପଡ଼ିଲେ ଧୋନୀ

(ଓଡ଼ିଶା ସ୍ପୋର୍ଟସ ): ଆଜି ବିସିସିଆଇ ତା’ର ବାର୍ଷିକ କେନ୍ଦ୍ରୀୟ ଚୁକ୍ତିପ୍ରାପ୍ତ ଖେଳାଳିଙ୍କ ତାଲିକା ଘୋଷଣା କରିଛି। ତେବେ ସବୁଠାରୁ ଆଶ୍ଚର୍ୟ୍ୟକର କଥା ହେଉଛି ଯେ ଏହି ତାଲିକାରେ ଧୋନିଙ୍କ ନାଁ ନାହିଁ। ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କୁ ବିସିସିଆଇ ତାର ଚୁକ୍ତିଭୁକ୍ତ ଖେଳାଳି ତାଲିକାରୁ ବାଦ୍ ଦେଇଛି । ବିଶ୍ଵ କପରେ ଭାରତୀୟ ଦଳ ସେମି ଫାଇନାଲରୁ ବିଦା ହେବା ପରଠୁ ଧୋନୀ ଅଦ୍ୟାବଧି ଅନ୍ତରାଷ୍ଟ୍ରୀୟ କ୍ରିକେଟରୁ ଦୂରେଇ ରହିଛନ୍ତି। ସେ ପୂର୍ବରୁ ଟେଷ୍ଟ ମ୍ୟାଚରୁ ଅବସର ନେଇ ସାରିଛନ୍ତି।
ବିସିସିଆଇର ଏହି ନିଷ୍ପତ୍ତି ପରେ ଏହା ସ୍ଫଷ୍ଟ ହୋଇଛି ଯେ, ଧୋନୀଙ୍କ ପାଇଁ ଏବେ ଅନ୍ତରାଷ୍ଟ୍ରୀୟ ଦଳରେ ଖେଳିବା ମୁସ୍କିଲ। ଧୋନୀଙ୍କୁ କ୍ରିକେଟ୍ ବୋର୍ଡ ଦ୍ଵାରା କୌଣସି ସୂଚୀରେ ସ୍ଥାନ ଦିଆଯାଇ ନାହିଁ। ବୋର୍ଡ଼ ୨୦୧୯ ଅକ୍ଟୋବରରୁ ୨୦୨୦ ସେପ୍ଟେମ୍ବର ପାଇଁ ଅନୁବନ୍ଧିତ ତାଲିକା ଜାରି କରିଛି। ଏହି ତାଲିକାରେ ଗ୍ରେଡେସନ୍ ଭିତ୍ତିରେ ଖେଳାଳିମାନଙ୍କୁ ନିଆଯାଇଥାଏ । ଏଥର ତାଲିକାରୁ ଧୋନିଙ୍କ ସମେତ ଦୀନେଶ କାର୍ତ୍ତିକ, ଖଲିଲ ଅହମଦ ଏବଂ ଅମ୍ବାତି ରାୟୁଡୁଙ୍କୁ ବାଦ୍ ଦିଆଯାଇଛି । ଧୋନି ‘ଏ’ କ୍ୟାଟେଗୋରୀରେ ଥିଲେ । ଯେଉଁମାନଙ୍କୁ ୫ କୋଟି ଟଙ୍କା ମିଳିଥାଏ ।
ଏହି ନୂଆ ତାଲିକାରେ ଏ+ ବର୍ଗରେ ଅଧିନାୟକ ବିରାଟ କୋହଲି, ରୋହିତ ଶର୍ମା ଏବଂ ଯଶପ୍ରୀତ ବୁମରା ରହିଛନ୍ତି । ଏମାନେ ୭ କୋଟି ଟଙ୍କା ପାଇବେ । ‘ଏ’ ବର୍ଗର ଖେଳାଳିଙ୍କୁ ମିଳିବ ୫ କୋଟି ଟଙ୍କା । ଏଥିରେ ଅଛନ୍ତି ଅଶ୍ୱିନ୍, ଜାଡେଜା, ଭୁବନେଶ୍ୱର କୁମାର, ପୂଜାରା, ରାହାଣେ, ରାହୁଲ, ଧବନ୍, ସାମି, ଇଶାନ୍ତ ଶର୍ମା, କୁଲଦୀପ ଯାଦବ ଓ ଋଷଭ ପନ୍ତ ।
ସେହିପରି ‘ବି’ ଗ୍ରୁପ୍ର ଖେଳାଳିଙ୍କୁ ମିଳିବ ୩ କୋଟି ଟଙ୍କା । ଏଥଇରେ ଅଛନ୍ତି ରିଧିମାନ ଶାହ, ଉମେଶ ଯାଦବ, ଚହଲ, ହାର୍ଦ୍ଦିକ ପାଣ୍ଡ୍ୟା, ମୟଙ୍କ ଅଗ୍ରଓ୍ଵାଲ । ‘ସି’ ଗ୍ରୁପ୍ରେ କେଦାର ଯାଦବ, ନବଦୀପ ସାଇନି, ଦୀପକ ଚହର, ମନୀଷ ପାଣ୍ଡେ, ହନୁମା ବିହାରୀ, ଶାର୍ଦ୍ଦୁଲ ଠାକୁର, ଶ୍ରେୟସ ଆୟର, ଓ୍ଵାଶିଂଟନ୍ ସୁନ୍ଦର । ଏହି ଗ୍ରୁପ୍ର ଖେଳାଳିମାନେ ୧ କୋଟି ଟଙ୍କା ଲେଖାଏଁ ପାଇବେ ।
ଧୋନୀ ୨୦୦୪ ଡିସେମ୍ବର ୨୩ରେ ବାଂଲାଦେଶ ବିପକ୍ଷ ଦିନିକିଆ ଖେଳି ଅନ୍ତରାଷ୍ଟ୍ରୀୟ କ୍ରିକେଟରେ ପଦାର୍ପଣ କରିଥିଲେ। ସେ ନିଜର ଶେଷ ଦିନିକିଆ ମ୍ୟାଚ୍ ନ୍ୟୁଜିଲାଣ୍ଡ ବିପକ୍ଷ ବିଶ୍ଵ କପ୍ ସେମି ଫାଇନାଲରେ ଖେଳିଥିଲେ। ଏହି ମହତ୍ଵପୂର୍ଣ୍ଣ ମୁକାବିଲାରେ ସେ ୫୦ ରନ କରିଥିଲେ। ଏହି ସେମି ଫାଇନାଲରେ ପରାଜିତ ହେବାରୁ ଭାରତର ବିଶ୍ଵ କପ୍ ଜିତିବା ସ୍ଵପ୍ନ ଧୂଳିସାତ ହୋଇଥିଲା। ତେବେଠୁ ଧୋନୀ ଏ ପର୍ୟ୍ୟନ୍ତ ଖେଳି ନାହାନ୍ତି।

Related posts

ୱେଷ୍ଟଇଣ୍ଡିଜ୍‌କୁ ପରାସ୍ତ କରି ଭାରତର ପଥ ପରିଷ୍କାର କରିଛି ଦକ୍ଷିଣ ଆଫ୍ରିକା

Odisha Sports Bureau

ଭାରତକୁ ୩୦ରନ୍‌ରେ ପରାସ୍ତ କରିଛି ଭ୍ରମଣକାରୀ ଦକ୍ଷିଣ ଆଫ୍ରିକା ଦଳ

Odisha Sports Bureau

ଆଇପିଏଲ୍‌-୨୦୨୨: ମୋଟ ୭୦ ମ୍ୟାଚ୍‌ରୁ ମୁମ୍ବାଇରେ ୫୫, ପୁଣେରେ ୧୫ ମ୍ୟାଚ୍‌

Odisha Sports Bureau