Cricket

ଦ୍ରୁତତମ ଅଧିନାୟକ ବିରାଟ

(ଓଡ଼ିଶା ସ୍ପୋର୍ଟସ   ): ବିଶ୍ୱର ଦ୍ରୁତତମ ଅଧିନାୟକ ଭାବେ ମାଇଲଖୁଣ୍ଟ ସ୍ଥାପନ କଲେ ବିରାଟ କୋହଲି । ବିରାଟ କୋହଲି ଦିନିକିଆ ଫର୍ମାଟ୍ରେ ଅଧିନାୟକ ଭାବେ ୫ ହଜାର ରନ୍ ପୂରଣ କରିଛନ୍ତି। ୫ ହଜାର ରନ୍ କରିବା ପାଇଁ କୋହଲିଙ୍କୁ ମାତ୍ର ୮୨ ଇନିଂସ ଲାଗିଛି। ଏହି ଧାରାରେ ସେ ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କୁ ଟପି ଯାଇଛନ୍ତି। ଧୋନୀ ୧୨୭ ଇନିଂସରେ ୫ ହଜାର ରନ୍ ପୂରଣ କରିଥିଲେ। ତାଲିକାରେ ପୂର୍ବତନ ଅଷ୍ଟ୍ରେଲିଆ ଅଧିନାୟକ ରିକି ପଣ୍ଟିଂ (୧୩୧ ଇନିଂସ) ଓ ଦକ୍ଷିଣ ଆଫ୍ରିକାର ଗ୍ରେମ ସ୍ମିଥ (୧୩୫) ରହିଛନ୍ତି। ପୂର୍ବତନ ଭାରତୀୟ ଅଧିନାୟକ ତଥା ବର୍ତ୍ତମାନ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ତାଲିକାର ୫ମ ସ୍ଥାନରେ ରହିଛନ୍ତି। ସେ ଅଧିନାୟକ ଭାବେ ୧୩୬ ଇନିଂସରେ ୫ ହଜାର ରନ୍ କରିଥିଲେ। କୋହଲି ଏହି ମାଇଲଷ୍ଟୋନ ଚିନ୍ନାସ୍ବାମୀ ଷ୍ଟାଡିୟମରେ ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ତଥା ଅନ୍ତିମ ଦିନିକିଆରେ ହାସଲ କରିଛନ୍ତି।

Related posts

ଆଜି ପଞ୍ଜାବକୁ ଭେଟିବ ରାଜସ୍ଥାନ

Odisha Sports Bureau

ଭାରତର ମହାନ ବ୍ୟାଟସମ୍ୟାନ ବିରାଟ କୋହଲି ତାଙ୍କ ପତ୍ନୀ ଅନୁଷ୍କା ଶର୍ମାଙ୍କ ସହ ଅଯୋଧ୍ୟାରେ ପହଞ୍ଚିଛନ୍ତି

କିକ୍ରେଟ ପଡ଼ିଆରେ ସ୍ମାର୍ଟ ବଲ

Odisha Sports Bureau