Tennis

ଅଷ୍ଟ୍ରେଲିଆ ଓପନ ସେମିଫାଇନାଲରେ ବାର୍ଟି

(ଓଡିଶା ସ୍ପୋର୍ଟସ): ଅଷ୍ଟ୍ରେଲିଆ ଓପନର ନବମ ଦିନରେ ମହିଳାମାନଙ୍କ ଦୁଇଟି କ୍ୱାଟର ଫାଇନାଲ୍ ମୁକାବିଲା ଖେଳାଯାଇଛି । ବିଶ୍ୱର ନଂ୧ ଖେଳାଳି ଏଶ୍ଲେ ବାର୍ଟିଙ୍କୁ କ୍ୱାଟରଫାଇନାଲରେ ପେତ୍ରା କ୍ୱିତୋବାଙ୍କ ବିପକ୍ଷରେ ବିଜୟ ପାଇଁ ପ୍ରଥମ ସେଟରେ ତାଙ୍କ ଟିକିଏ ପ୍ରରିଶ୍ରମ କରିବାକୁ ପଡିଥô୍ଲା, କିନ୍ତୁ ଏହା ପରେ ସେ ଜବରଦସ୍ତ ପ୍ରଦର୍ଶନ କରି ବାଜି ମାରି ନେଇଥିଲେ । ବାର୍ଟି ଦୁଇଥର ୱିମ୍ବିଲଣ୍ଡନ୍ ଚମ୍ପିଆନ କ୍ୱିତୋଭାଙ୍କୁ ସିଧା ସେଟରେ ୭-୬(୬), ୬-୨ରେ ପରାସ୍ତ କରି ପ୍ରଥମଥର ଅଷ୍ଟ୍ରେଲିଆ ଓପନର ସେମିଫାଇନାଲରେ ପହଁଞ୍ଚିବାରେ ସଫଳ ହୋଇଥିଲେ । ଏହା ସହିତ ସେ ୩୬ ବର୍ଷ ବୟଷରେ ନିଜ ଘରୋଇ ଗ୍ରାଣ୍ଡ ସ୍ଲାମ୍ ର ସେମିଫାଇନାଲରେ ପହଁଞ୍ଚିଥିବା ପ୍ରଥମ ଅଷ୍ଟ୍ରେଲିଆ ମହିଳା ଖେଳାଳି ମଧ୍ୟ ହୋଇଛନ୍ତି । ଏବେ ସେମିଫାଇନାଲରେ ବାର୍ଟିଙ୍କ ସାମମ୍ନା ଆମେରିକାର ୨୧ବର୍ଷିୟ ଖେଳାଳି ସୋଫିଆ କେନିନଙ୍କ ସହିତ ହେବ ।

ଏହା ପୂର୍ବରୁ ଦିନର ପ୍ରଥମ ମୁକାବିଲାରେ ଆମେରିକାର ୨୧ ବର୍ଷିୟ ଖେଳାଳି ସୋଫିଆ କେନିନ୍ ନିଜର ଭଲ ଫାର୍ମ ଜାରି ରଖି କ୍ୱାଟର ଫାଇନାଲରେ ବିଜୟ ହାସଲ କରିନେଇଛନ୍ତି । ମଙ୍ଗଳବାର ଦିନ ଖେଳାଯାଇଥିବା ମୁକାବିଲାରେ ୧୪ତମ ସ୍ଥାନରେ ଥିବା କେନିନ୍ ଟ୍ୟୁନିସିୟାର ଓନଓ ଜେବୁରଙ୍କୁ ସିଧା ସେଟ୍ ୬-୪, ୬-୪ରେ ପରାସ୍ତ କରିଛନ୍ତି ।

Related posts

ୟୁଏସ୍ ଓପନ: ୨୦୧୩ ପରେ ଗ୍ରାଣ୍ଡସ୍ଲାମ ମୁଖ୍ୟ ଡ୍ର’ ଜିତିବାରେ ସୁମିତ ହେଉଛନ୍ତି ପ୍ରଥମ ଭାରତୀୟ

Odisha Sports Bureau

କଳିଙ୍ଗ ଷ୍ଟାଡିୟମ୍ ରେ ଆରମ୍ଭ ହୋଇଛି ଆଇ ଟି ଏଫ୍ ବିଶ୍ଵ ଟେନିସ ଟୁର୍

Odisha Sports Bureau

ପ୍ରାଗ୍ ଓପନରେ ଭାରତୀୟ ଚ୍ୟାଲେଞ୍ଜ ଶେଷ

Odisha Sports Bureau

Leave a Comment